ଜନଗଣନାରେ ନିୟୋଜିତ କର୍ମଚାରୀଙ୍କ ପାଇଁ ଏସ୍‌ଓପି, ସମ୍ବେଦନଶୀଳ ସ୍ଥାନକୁ ଏକୁଟିଆ ଯିବା ମନା

ଜନଗଣନାରେ ନିୟୋଜିତ କର୍ମଚାରୀଙ୍କ ଉପରେ ବିଭିନ୍ନ ସ୍ଥାନରେ ଆକ୍ରମଣ ହେଉଛି । ପୁଣି ପ୍ରଚଣ୍ଡ ଖରାରେ କାମ କରୁଥିବାରୁ ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି । ଏହାକୁ ଆଖି ଆଗରେ ରଖି ସରକାର ଜନଗଣନାରେ ନିୟୋଜିତ କର୍ମଚାରୀଙ୍କ ପାଇଁ ଏସ୍ଓପି ବା ନିୟମାବଳୀ ଆଣିଛନ୍ତି । ଏଣିକି ସମ୍ବେଦନଶୀଳ ବା ବିବାଦୀୟ ସ୍ଥାନକୁ କର୍ମଚାରୀମାନେ ଏକୁଟିଆ ଯିବେନି । ଏହି ସ୍ଥାନକୁ ଯିବାବେଳେ ଜନଗଣନାକାରୀ ଓ ସୁପରଭାଇଜରଙ୍କ ସହ ଜଣେ ପୁଲିସ କର୍ମଚାରୀ ଯିବେ । ପୁଣି ଖରା ପାଇଁ ୧୧ଟାରୁ ୩ଟା ଯାଏ ଜନଗଣନା କାମ ନ କରିବାକୁ ପରାମର୍ଶ ଦିଆଯାଇଛି । ରାଜସ୍ୱ ବିଭାଗ ପକ୍ଷରୁ ଜନଗଣନାରେ ନିୟୋଜିତ କର୍ମଚାରୀଙ୍କ ସୁରକ୍ଷା ତଥା ନିରାପତ୍ତା ପାଇଁ ଆଜି ବିସ୍ତୃତ ଏସ୍ଓପି ଜାରି ହୋଇଛି ।

SOP

ଏସ୍ଓପି ଅନୁସାରେ, ଗଣନାକାରୀ (ଏନୁମରେଟର୍ସ) ଏବଂ ପର୍ଯ୍ୟବେକ୍ଷକ (ସୁପରଭାଇଜର) ଜନଗଣନା ପାଇଁ ଯିବାବେଳେ ନିଜର ସରକାରୀ ପରିଚୟପତ୍ର ପିନ୍ଧବେ । ସାଙ୍ଗରେ ନିଯୁକ୍ତିପତ୍ର ନେବେ । ଅଧିକ ତାତି ହେଉଥିବାରୁ ଦିନ ୧୧ଟାରୁ ଅପରାହ୍ନ ୩ଟା ଭିତରେ ଗଣନା କାମ ନ କରିବାକୁ ପରାମର୍ଶ ଦିଆଯାଇଛି । ଅଂଶୁଘାତରୁ ରକ୍ଷା ପାଇଁ ପ୍ରଚୁର ମାତ୍ରାରେ ପାଣି ପିଇବା ସହ ସାଙ୍ଗରେ ଓଆରଏସ୍ ନେଇଯିବାକୁ କୁହାଯାଇଛି । ସେମାନଙ୍କୁ ଓଆରଏସ୍ ଯୋଗାଇବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

ସମ୍ବେଦନଶୀଳ ଅଞ୍ଚଳକୁ ଯିବାବେଳେ ଏକୁଟିଆ ନ ଯାଇ ସାଙ୍ଗ ହୋଇ ଦଳରେ ଯିବାକୁ ପରାମର୍ଶ ଦିଆଯାଇଛି । ଏଭଳି ସ୍ଥାନକୁ ଗଣନାକାରୀ ଓ ପର୍ଯ୍ୟବେକ୍ଷକ ମିଶି କରି ଯିବାକୁ ପରାମର୍ଶ ଦିଆଯାଇଛି । ପର୍ଯ୍ୟବେକ୍ଷକ ପ୍ରତି ଘଣ୍ଟାରେ ଗଣନାକାରୀଙ୍କୁ ଟ୍ରାକ୍ କରିବେ । ସେମାନଙ୍କ ସହ କଥା ହୋଇ ସ୍ଥିତି ବୁଝିବା ସହ ତଥ୍ୟ ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଜନଗଣନା କର୍ମକାରୀଙ୍କ କାମରେ କେହି ବାଧା ସୃଷ୍ଟି କଲେ ଆଇନ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଭଳି ଅପରାଧ ପାଇଁ ୧୯୪୮ ଜନଗଣନା ଆଇନ ଅନୁଯାୟୀ ଜରିମାନା ଓ ତିନି ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ହୋଇପାରେ ବୋଲି ସରକାର ଚେତାଇ ଦେଇଛନ୍ତି । ଯେ କୌଣସି ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତ ରହିବେ । କୌଣସି ସ୍ଥାନରେ ବିପଦ ଅନୁଭବ କଲେ ବା ଗଣ୍ଡଗୋଳ ହେବାର ଆଶଙ୍କା ସୃଷ୍ଟି ହେଲେ ସେଠାରୁ ତୁରନ୍ତ ପଳାଇ ଆସିବାକୁ କୁହାଯାଇଛି । କୌଣସି ଯୁକ୍ତିତର୍କ ଭଳି ସ୍ଥିତି ସୃଷ୍ଟି ହେବା ପୂର୍ବରୁ ତାକୁ ଏଡ଼ାଇ ଯିବାକୁ ପରାମର୍ଶ ଦିଆଯାଇଛି । ଏଭଳି କୌଣସି ଘର ଥିଲେ, ପରେ ସୁରକ୍ଷାର ସହ ସେଠାକୁ ଯାଇ ଗଣନା ଓ ତଥ୍ୟ ସଂଗ୍ରହ କାମ କରିବାକୁ କୁହାଯାଇଛି । ଏପରି ଘଟଣା ସମ୍ପର୍କରେ ତତ୍କାଳ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ କୁହାଯାଇଛି ।

ଗଣନାକାରୀ ଓ ପର୍ଯ୍ୟବେକ୍ଷକଙ୍କ ନାମ ଓ ଯୋଗାଯାଗ ବିବରଣୀ ସ୍ଥାନୀୟ ପୁଲିସ ଥାନାରେ ରହିବ । କେଉଁ ସ୍ଥାନ ଓ ସମୟରେ ସେମାନେ ଜନଗଣନା କରିବାକୁ ଯାଉଛନ୍ତି ତାହା ଥାନାରେ ଜଣାଇ ଦିଆଯିବ । ସଂପୃକ୍ତ ଥାନା କର୍ତ୍ତୃପକ୍ଷ ଏହା ଉପରେ କଡ଼ା ନଜର ରଖିବେ । ସମ୍ବେଦନଶୀଳ ଅଞ୍ଚଳରେ ଜନଗଣନାକାରୀଙ୍କ ସହିତ ଜଣେ ପୁଲିସ କର୍ମଚାରୀଙ୍କୁ ପଠାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଜନଗଣନା ବେଳେ ଗଣନାକାରୀ ଓ ପର୍ଯ୍ୟବେକ୍ଷକ ସ୍ଥାନୀୟ ଅଞ୍ଚଳର ମୁଖିଆ ବା ଗୋଷ୍ଠୀ ନେତାଙ୍କ ସହାୟତା ନେବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+