ସିଏମ ମୋହନ ମାଝୀ ଯିବେ ବଲାଙ୍ଗିର, ଇ-ପଞ୍ଚାୟତ ସଭା ପୋର୍ଟାଲ ସହ ଇଣ୍ଟରନାଲ ଅଡିଟ ପୋର୍ଟାଲର କରିବେ ଲୋକାର୍ପଣ

ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଇ-ପଞ୍ଚାୟତ ସଭା ପୋର୍ଟାଲ ଏବଂ ଇଣ୍ଟରନାଲ ଅଡିଟ ପୋର୍ଟାଲର ଲୋକାର୍ପଣ କରିବେ । ଏହାସହିତ ଅନ୍ତ୍ୟୋଦୟ ଗୃହ ଯୋଜନାର ହିତଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିବେ । ପୁଣି ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରାଯିବ ।

CM Mohan Majhi

ମୁଖ୍ୟମନ୍ତ୍ରୀ ମନୋହରପୁରସ୍ଥିତ ପୁଲିସ ପଡିଆରେ ବିମାନରୁ ଓହ୍ଲାଇ ସର୍କିଟ ହାଉସ ଯିବେ। ପୁଣି ସେଠାରୁ ବାହାରି ଗାନ୍ଧି ଷ୍ଟାଡ଼ିଅମଠାରେ ହେବାକୁ ଥିବା ରାଜ୍ୟସ୍ତରୀୟ ଜାତୀୟ ପଞ୍ଚାୟତିରାଜ କାର୍ଯ୍ୟକ୍ରମରେ ଯୋଗଦେବେ । ଏଥିରେ ପଞ୍ଚାୟତିରାଜ ବିଭାଗ ଅନ୍ତର୍ଗତ ମନରେଗା ଏବଂ ଗ୍ରାମୀଣ ଆବାସ ଯୋଜନାରେ ଭଲ ପ୍ରଦର୍ଶନ କରିଥିବା ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି ଏବଂ ଗ୍ରାମ ପଞ୍ଚାୟତର କର୍ମକର୍ତ୍ତାଙ୍କୁ ପୁରସ୍କୃତ କରିବେ । ତେବେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସଂଧ୍ୟାରେ କାର୍ଯ୍ୟକ୍ରମ ରଖାଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟାଣ ନାଏକ, ସାଂସଦ ସଙ୍ଗୀତା କୁମାରୀ ସିଂଦେଓଙ୍କ ସମେତ ପଞ୍ଚାୟତିରାଜ ତଥା ପାନୀୟଜଳ ବିଭାଗର ସଚିବ ଗିରିଶ ଏସଏନ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+