ନୀତି ବିଭ୍ରାଟ, ବୁଧବାର ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
ମହାପ୍ରଭୁଙ୍କ ନୀତି ବିଶୃଙ୍ଖଳା ସବୁଦିନିଆ ହୋଇଛି । ବଡ଼ଦେଉଳରେ ମହାପ୍ରଭୁଙ୍କ ଅନନ୍ୟ ନୀତି ବିଭ୍ରାଟ ରୋକିବାକୁ ଶ୍ରୀମନ୍ଦିର ପ୍ରଶାସନ ତତ୍ପରତା ଦେଖାଇଛି । ଆସନ୍ତା ୧୧ ତାରିଖ ବୁଧବାର ଏନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଛି । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ନୂତନ ନୀତି ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଆଲୋଚନା ହେବ। ଏଥିରେ ବଡ଼ଦେଉଳ ପରିଚାଳନାରେ ପ୍ରତ୍ୟକ୍ଷ ଭାବେ ଜଡ଼ିତ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ବରିଷ୍ଠ ସେବକ ତଥା ନୀତି ଅଧିକାରୀମାନେ ଯୋଗଦେବେ । ମହାପ୍ରଭୁଙ୍କ ନୀତି ଶୃଙ୍ଖଳା ନେଇ ବିଚାରବିମର୍ଶ ସହ ଠାକୁରଙ୍କ ନୀତିରେ ଯେପରି କୌଣସି ଅବହେଳା ନହେବ ବାଟ ବାହାରିବ।

ପ୍ରାପ୍ତ ସୂଚନା ଅନୁସାରେ, ସୋମବାର ସକାଳେ ମଧ୍ୟ ମହାପ୍ରଭୁଙ୍କ ସାଦା ବେଶ ହେବା ଅବସରରେ ବିଳମ୍ବ ଘଟିଥିଲା। ପାଳିଆ ସିଂହାରୀ ସେବକ ଠାକୁରଙ୍କ ନିକଟରେ ଅପେକ୍ଷା କରିଥିଲେ ମଧ୍ୟ ସେବା ପାଇଁ ଆବଶ୍ୟକ ଅନ୍ୟ ସେବକ ଓ କର୍ମଚାରୀଙ୍କ ଦେଖା ମିଳିନଥିଲା। ଏଣୁ ଠାକୁରଙ୍କ ନୀତିରେ ବିଳମ୍ବ ଘଟିଥିଲା ବୋଲି କୁହାଯାଉଛି। ଗତ ଗୋବିନ୍ଦ ଦ୍ୱାଦଶୀ ବୁଡ଼ ଦିନ ଖୁଣ୍ଟିଆ ସେବକଙ୍କ ଅସହଯୋଗରୁ ଠାକୁରଙ୍କ ନୀତିରେ ୪ ଘଣ୍ଟାରୁ ଊଦ୍ଧ୍ୱର୍ ସମୟ ବିଳମ୍ବ ହେଲା। ଅବଶ୍ୟ ଏନେଇ ଶ୍ରୀମନ୍ଦିର ପ୍ରଶାସନ କିଛି ପଦକ୍ଷେପ ନେଇଛନ୍ତି। ହେଲେ ଏତିକିରେ ଠାକୁରଙ୍କ ନୀତି ଶୃଙ୍ଖଳା ହୋଇଯିବ ଆଶା ନକରି ଶ୍ରୀମନ୍ଦିର ପ୍ରଶାସନ ବୈଠକ ଡାକିଛନ୍ତି । ବୈଠକରେ ୩୦ ଜଣ ଭଳି ଯୋଗ ଦେବାକୁ ଡାକରା ଅଛି। ହେଲେ ଏଥିରେ କିଛି ମହତ୍ତ୍ୱପୂର୍ଣ୍ଣ ସେବକ ସମ୍ପ୍ରଦାୟର ପ୍ରତିନିଧି ନଥିବା କୁହାଯାଉଛି। ଅସଲରେ ଯେଉଁମାନେ ଶାସନର ନିକଟତର ତଥା ବୈଠକରେ ବସୁଛନ୍ତି ସମସ୍ତେ ଠାକୁରଙ୍କ ପାଳି ସହ ପ୍ରତ୍ୟକ୍ଷ ଭାବେ ଜଡ଼ିତ ନୁହଁନ୍ତି। ଏଣୁ ଠାକୁରଙ୍କ ସେବାପୂଜା ପାଇଁ ଅତି ଜରୁରି ପାଳିଆ ସେବକମାନେ ମଧ୍ୟ ଠାକୁରଙ୍କ ଶୃଙ୍ଖଳିତ ନୀତି ନେଇ ପରାମର୍ଶ ଦେବା କଥା। ନହେଲେ ଯେତେ ବୈଠକ କଲେ ମଧ୍ୟ କୌଣସି ସୁଫଳ ମିଳିବ ନାହିଁ ବୋଲି କିଛି ବରିଷ୍ଠ ସେବକ ପ୍ରତିକ୍ରିୟା ଦେଉଛନ୍ତି।
-
କାଲିଠୁ ମାଟ୍ରିକ୍ ଖାତାଦେଖା -
ଆଜି ମହାପ୍ରଭୁଙ୍କ ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ -
ଦିଲ୍ଲୀପ ରାୟ ନିଶ୍ଚିତ ଜିତିବେ କହିଲେ ବିଜୟ ମହାପାତ୍ର -
ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ; ୧୨ଟା ଯାଏଁ ଗୃହ ମୁଲତବି -
ଆଜି ଚୈତ୍ର ମାସ ଦ୍ୱିତୀୟ ମଙ୍ଗଳବାର; କାକଟପୁରବାସିନୀ ମାଆ ମଙ୍ଗଳାଙ୍କ ଦ୍ୱିତୀୟ ପାଳି ଯାତ୍ରା -
ରାଜ୍ୟସଭା ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ, ୫ଟାରେ ଗଣତି -
ବଢ଼ିଲା CPET ପରୀକ୍ଷା ଆବେଦନ ପାଇଁ ସମୟ ସୀମା -
SCB ଅଗ୍ନିକାଣ୍ଡ: ଶୋକ ପ୍ରକାଶ କଲେ ବିରୋଧୀ ଦଳ ନେତା -
SCB ଅଗ୍ନିକାଣ୍ଡ: ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କଲେ ମୁଖ୍ୟମନ୍ତ୍ରୀ -
ମୟୁରଭଞ୍ଜ ଘୂର୍ଣ୍ଣିଝଡ଼; ସୁପରିଚାଳନା ନିଶ୍ଚିତ କରିବା ସହ ବିପର୍ଯ୍ୟୟରେ ପ୍ରଭାବିତ ୯ଟି ଗାଁକୁ ୯ଜଣ ଅଧିକାରୀଙ୍କୁ ଦାୟିତ୍ୱ -
୨୦ ମାସରେ ମରିଛନ୍ତି ୧୫୪ ହାତୀ; ଜଙ୍ଗଲ ଓ ପରିବେଶ ମନ୍ତ୍ରୀ -
କଟକ SCBରେ ନିଆଁ ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟଣା,ମୁଖ୍ୟ ସଚିବଙ୍କୁ ରିପୋର୍ଟ ମାଗିଲେ ଜାତୀୟ ମାନବାଧିକାର କମିଶନ












Click it and Unblock the Notifications