ଏଣିକି ବିମାନରେ ୬୦% ସିଟ୍ ମାଗଣାରେ ବାଛିପାରିବେ ଯାତ୍ରୀ
ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ୬୦% ସିଟ୍ ମିଳିବ ମାଗଣା । ସିଟ୍ ପାଇଁ ଦେବାକୁ ପଡ଼ିବନି ଅଲଗା ଟଙ୍କା। ପରିବାର ସହ ବସିବା ହେଲା ସହଜ । ଗୋଟିଏ ଟିକେଟ୍ ରେ ଥିବା ସବୁ ଯାତ୍ରୀ ପାଖାପାଖି ସିଟ୍ ପାଇବେ । ପୋଷା ପ୍ରାଣୀ ଏବଂ ବାଦ୍ୟଯନ୍ତ୍ର ନେବା ପାଇଁ ମଧ୍ୟ ନିୟମ ହେଲା ସହଜ । ଭାରତ ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏବଂ DGCA ପକ୍ଷରୁ ବିମାନ ଯାତ୍ରୀଙ୍କ ସୁବିଧା ପାଇଁ ନୂଆ ଏବଂ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଯାତ୍ରୀମାନଙ୍କୁ ଶୋଷଣରୁ ରକ୍ଷା କରିବା ଏବଂ ସେମାନଙ୍କ ଯାତ୍ରାକୁ ଅଧିକ ଆରାମଦାୟକ କରିବା ଏହି ନିୟମର ମୁଖ୍ୟ ଲକ୍ଷ୍ୟ ।

ଯେକୌଣସି ବିମାନରେ ଅତି କମରେ ୬୦ ପ୍ରତିଶତ ସିଟ୍ ଯାତ୍ରୀମାନଙ୍କୁ ମାଗଣାରେ ବାଛିବା ପାଇଁ ସୁବିଧା ଦିଆଯିବ । ପୂର୍ବରୁ ଅଧିକାଂଶ ଭଲ ସିଟ୍ ପାଇଁ ଏୟାରଲାଇନ୍ସ କମ୍ପାନୀମାନେ ଅଧିକ ଟଙ୍କା ନେଉଥିଲେ । ଯଦି ଆପଣ ଗୋଟିଏ PNR (ଏକା ସାଙ୍ଗରେ ଟିକେଟ୍) ରେ ଯାତ୍ରା କରୁଛନ୍ତି, ତେବେ ଏୟାରଲାଇନ୍ସ ଆପଣଙ୍କୁ ପାଖାପାଖି ସିଟ୍ ଦେବାକୁ ଚେଷ୍ଟା କରିବେ । ଏଥିପାଇଁ ଆଉ ଅଲଗା ହୋଇ ବସିବାକୁ ପଡ଼ିବ ନାହିଁ । ଯଦି ଆପଣ ନିଜ ସାଙ୍ଗରେ ବାଦ୍ୟଯନ୍ତ୍ର , ଖେଳ ସାମଗ୍ରୀ କିମ୍ବା ପୋଷା ପ୍ରାଣୀ ନେବାକୁ ଚାହୁଁଛନ୍ତି ତେବେ ଏଥିପାଇଁ କମ୍ପାନୀମାନଙ୍କୁ ସ୍ପଷ୍ଟ ଏବଂ ସହଜ ନିୟମ ପ୍ରସ୍ତୁତ କରିବାକୁ କୁହାଯାଇଛି ।
ଯଦି ବିମାନ ବିଳମ୍ବ ହୁଏ ବାତିଲ୍ ହୁଏ କିମ୍ବା ଆପଣଙ୍କୁ ବୋର୍ଡିଂ ପାଇଁ ମନା କରାଯାଏ ତେବେ ଯାତ୍ରୀଙ୍କ ଅଧିକାରକୁ କଡ଼ାକଡ଼ି ଭାବେ ପାଳନ କରାଯିବ । କମ୍ପାନୀଗୁଡ଼ିକୁ ସେମାନଙ୍କ ୱେବସାଇଟ୍ ଏବଂ ଏୟାରପୋର୍ଟ କାଉଣ୍ଟରରେ ଯାତ୍ରୀଙ୍କ ଅଧିକାର ବିଷୟରେ ସୂଚନା ଦେବାକୁ ପଡ଼ିବ । ସବୁ ଯାତ୍ରୀ ଯେପରି ସହଜରେ ବୁଝିପାରିବେ, ସେଥିପାଇଁ ଏହି ସବୁ ସୁବିଧା ଏବଂ ନିୟମ ବିଷୟରେ ଓଡ଼ିଆ ଭଳି ଆଞ୍ଚଳିକ ଭାଷାରେ ମଧ୍ୟ ସୂଚନା ଦିଆଯିବ । ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ବିମାନ ଯାତ୍ରୀଙ୍କ ଅଭିଯୋଗ କମିବ ଏବଂ ସେମାନେ ସ୍ୱଚ୍ଛ ସେବା ପାଇପାରିବେ ।
-
ପୁଣି ପଶ୍ଚିମବଙ୍ଗ ନିର୍ବାଚନରେ ମମତାଙ୍କୁ ଟକ୍କର ଦେବେ ଶୁଭେନ୍ଦୁ ଅଧିକାରୀ, ପ୍ରାର୍ଥୀ ତାଲିକା ଜାରି କଲା ବିଜେପି -
ଭୟଙ୍କର ଅଗ୍ନିକାଣ୍ଡ, ୭ ଜୀବନ୍ତ ଦଗ୍ଧ -
ଅସ୍ଥିରତା ଭିତରେ ମୁମ୍ବାଇରେ ଆସି ପହଞ୍ଚିଲା ତୈଳ ଟ୍ୟାଙ୍କର -
ଆଜି ୩ଟି ରାଜ୍ୟର ୧୧ଟି ରାଜ୍ୟସଭା ଆସନ ପାଇଁ ଭୋଟ୍,ଓଡ଼ିଶାରେ ୪ ଆସନ -
ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି, ଆୟରଲ୍ୟାଣ୍ଡରେ ଜରୁରୀ ଅବତରଣ -
ଶିଳ୍ପ ଗ୍ରାହକଙ୍କ ପାଇଁ ଅତିରିକ୍ତ ପ୍ରାକୃତିକ ଗ୍ୟାସ୍ ଦର କମାଇଲା Adani Total Gas -
୨୯୧ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଟିଏମସି, ନନ୍ଦିଗ୍ରାମରୁ ଲଢ଼ିବେନି ମମତା, ଜାଣନ୍ତୁ କେଉଁଠୁ କରିବେ ପ୍ରତିଦ୍ୱନ୍ଦିତା -
ସରିଲା ଭୋଟ୍ ଗଣତି,ବାଜିମାତ୍ କଲେ ଦିଲ୍ଲୀପ ରାୟ, ଜାଣନ୍ତୁ କାହାକୁ ମିଳିଲା କେତେ ଭୋଟ? -
ଆମେରିକା ଏବଂ ଇରାନ ବିବାଦ ;ଟ୍ରମ୍ପଙ୍କୁ ଧୋକା ଦେଲେ ଏହି ଦେଶ -
କ୍ରସ୍ ଭୋଟିଂକୁ ନେଇ ନବୀନଙ୍କ ପ୍ରତିକ୍ରିୟା, କହିଲେ ବିଜେପି... -
କଟକ SCB ଅଗ୍ନିକାଣ୍ଡ ; ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି,ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ -
ବିଧାୟିକା ଉପାସନାଙ୍କ ଭୋଟ୍କୁ ନେଇ ନବୀନଙ୍କ ଅଭିଯୋଗ












Click it and Unblock the Notifications