ବାଗଦାଦରେ ଆମେରିକା ଦୂତାବାସ ଉପରେ ଡ୍ରୋନ
ଇରାକର ବାଗଦାଦସ୍ଥିତ ଆମେରିକା ଦୂତାବାସକୁ ଟାର୍ଗେଟ କରି ଏକ ଡ୍ରୋନ୍ ଆକ୍ରମଣ କରାଯାଇଛି। ଆମେରିକା ଦୂତାବାସ ଅଞ୍ଚଳରେ ବଡ଼ଧରଣର ବିସ୍ଫୋରଣ ହେବାର ଶବ୍ଦ ଶୁଣାଯାଇଥିଲା। ସୁରକ୍ଷା ସୂତ୍ରରୁ ଜଣାପଡ଼ିଛି, ମଙ୍ଗଳବାର ସିରିଜ୍ ଆକ୍ରମଣର ଗୋଟିଏ ଦିନ ପରେ ଏହି ଆକ୍ରମଣ ହୋଇଛି। ଜଣେ ସୁରକ୍ଷା ଅଧିକାରୀ କହିଛନ୍ତି ଯେ, ମଙ୍ଗଳବାର ବାଗଦାଦରେ ଆମେରିକା ଦୂତାବାସ ଉପରେ ଡ୍ରୋନ ଏବଂ ରକେଟରେ ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣ ଯୋଗୁଁ ଦୂତାବାସ ପରିସରରେ ନିଆଁ ଲାଗିଯାଇଥିଲା। ଦୂତାବାସ ବାଲକୋନୀରୁ ନିଆଁ ବାହାରୁଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ ଦେଖିଥିବା ରିପୋର୍ଟରେ କୁହାଯାଇଛି ।
ମଙ୍ଗଳବାର ବାଗଦାଦ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଥିବା ଆମେରିକା କୂଟନୈତିକ ପ୍ରତିଷ୍ଠାନକୁ ଅତି କମରେ ତିନିଟି ଡ୍ରୋନ ଦ୍ବାରା ଟାର୍ଗେଟ କରାଯାଇଥିଲା। ଏହାପରେ ସି-ଆର୍ଏଏମ୍ ବାୟୁ ପ୍ରତିରକ୍ଷା ପ୍ରଣାଳୀ ସକ୍ରିୟ ହୋଇଥିଲା। ୨୮ ଫେବୃଆରୀରେ ଆରମ୍ଭ ହୋଇଥିବା ଇରାନ ବିରୋଧ ଆମେରିକା-ଇସ୍ରାଏଲ ଯୁଦ୍ଧର ପ୍ରତିଶୋଧ ନେବା ପାଇଁ ତେହେରାନ-ସମର୍ଥିତ ମିଲିସିଆମାନେ ଇରାକରେ ଆମେରିକୀୟ ପ୍ରତିଷ୍ଠାନ ଉପରେ ଆକ୍ରମଣ କରୁଛନ୍ତି। ତେବେ ଏହି ଆକ୍ରମଣ ଜନିତ ମୃତ୍ୟୁ କିମ୍ବା କ୍ଷୟକ୍ଷତି ସମ୍ପର୍କିତ କୌଣସି ରିପୋର୍ଟ ମିଳିପାରି ନାହିଁ।













Click it and Unblock the Notifications