ଆମେରିକାକୁ ସାହାର୍ଯ୍ୟ କରିବ ଫ୍ରାନ୍ସ, ଯୋଜନା କହିଲେ ମାକ୍ରନ
ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ୧୯ ଦିନରେ ପହଞ୍ଚିଛି। ଉଭୟ ପକ୍ଷ ପରସ୍ପର ଉପରେ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ ଜାରି ରଖିଛନ୍ତି। । ଇରାନ ପକ୍ଷରୁ ଇରାକରେ ଥିବା ଆମେରିକୀୟ ଦୂତାବାସକୁ ଟାର୍ଗେଟ କରାଯାଇଛି। ଇସ୍ରାଏଲର ରାଜଧାନୀ ତେଲ ଅଭିଭରେ ମଧ୍ୟ ଇରାନୀ ଆକ୍ରମଣ ହୋଇଥିବା ରିପୋର୍ଟ ହୋଇଛି। ଫଳରେ ଇରାନ ଯୁଦ୍ଧକୁ ଏକ ଚରମ ସୀମାରେ ପହଞ୍ଚିଛି। ଯୁଦ୍ଧ ଯୋଗୁଁ ହର୍ମୁଜ୍ ପ୍ରଣାଳୀ ଆମେରିକା ପାଇଁ ଏକ ପ୍ରମୁଖ ଚିନ୍ତାର ବିଷୟ ପାଲଟିଛି।

ଆମେରିକୀୟ ଏବଂ ସହଯୋଗୀ ଜାହାଜଗୁଡ଼ିକୁ ଟାର୍ଗେଟ କରୁଛି ଇରାନ
ଇରାନ୍ ଏହି ଅଞ୍ଚଳରେ ଆମେରିକୀୟ ଏବଂ ସହଯୋଗୀ ଜାହାଜଗୁଡ଼ିକୁ ଟାର୍ଗେଟ କରୁଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ୍ ପ୍ରଣାଳୀର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ନାଟୋ ଏବଂ ଅନ୍ୟାନ୍ୟ ଦେଶମାନଙ୍କୁ ସହାୟତା ପାଇଁ ଅନୁରୋଧ କରିଛନ୍ତି। ତଥାପି, ଫ୍ରାନ୍ସ ବ୍ୟତୀତ ପ୍ରାୟ ସମସ୍ତ ଦେଶ ଟ୍ରମ୍ପଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛନ୍ତି।
ଡୋନାଲ୍ଡ ଟ୍ରମ୍ପଙ୍କ ଅନୁରୋଧର ଜବାବ ଦେଇ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ କହିଛନ୍ତି, ଫ୍ରାନ୍ସ ହର୍ମୁଜ ପ୍ରଣାଳୀକୁ ସୁରକ୍ଷିତ କରିବାରେ ସାହାଯ୍ୟ କରିବାକୁ ପ୍ରସ୍ତୁତ। ତଥାପି, ସେ ସ୍ପଷ୍ଟ କରିଛନ୍ତି ଯେ, ଏହି ମିଶନ ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧଠାରୁ ପୃଥକ ହେବ। ଆମେ ଏହି ଯୁଦ୍ଧରେ ସାମିଲ ନାହୁଁ, ତେଣୁ ଫ୍ରାନ୍ସ କେବେବି ହର୍ମୁଜକୁ ଖୋଲିବା କିମ୍ବା ମୁକ୍ତ କରିବା ପାଇଁ କାର୍ଯ୍ୟରେ ଅଂଶଗ୍ରହଣ କରିବ ନାହିଁ। ଇରାନ ସହିତ ଆଲୋଚନା ଏବଂ ଉତ୍ତେଜନା ହ୍ରାସ ଜରୁରୀ। ଏହା ବର୍ତ୍ତମାନର ସାମରିକ ଅଭିଯାନ ଏବଂ ବୋମାମାଡ଼ଠାରୁ ସମ୍ପୂର୍ଣ୍ଣ ପୃଥକ ହେବା ଉଚିତ।
ନାଟୋ ଟ୍ରମ୍ପଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛି
ଏହି ସମୟରେ, ନାଟୋ ଟ୍ରମ୍ପଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛି। ଆମେରିକା ଭିତରେ ମଧ୍ୟ ମତଭେଦ ଦେଖାଯାଉଛି। ଆମେରିକାର ଆତଙ୍କବାଦ ବିରୋଧୀ ମୁଖ୍ୟ ଜୋ କେଣ୍ଟ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫାପତ୍ରରେ ସେ କହିଛନ୍ତି ଯେ, ଇରାନ କେବେବି ଆମେରିକା ପାଇଁ ପ୍ରକୃତ ବିପଦ ନୁହେଁ। ସେ ଅଭିଯୋଗ କରିଛନ୍ତି, ଇସ୍ରାଏଲର ଚାପରେ ଟ୍ରମ୍ପ ଯୁଦ୍ଧରେ ପ୍ରବେଶ କରିଥିଲେ ଏବଂ ଏହା ଆମେରିକା ପ୍ରଥମ ନୀତିକୁ ଏକ ବଡ଼ ଆଘାତ ଦେଇଛି।
ନାଟୋ ସମର୍ଥନ ନ ପାଇବା ପରେ ଡୋନାଲ୍ଡ ଟ୍ରମ୍ପ କ୍ରୋଧିତ ହୋଇଛନ୍ତି । ସେ କହିଛନ୍ତି, ତାଙ୍କୁ ଆଉ ନାଟୋର ଆବଶ୍ୟକତା ନାହିଁ ଏବଂ ଏହା ନିରାଶାଜନକ ଯେ ଆମେରିକା ଅନ୍ୟମାନଙ୍କ ସୁରକ୍ଷା ପାଇଁ କୋଟି କୋଟି ଡଲାର ଖର୍ଚ୍ଚ କରେ, କିନ୍ତୁ ଆବଶ୍ୟକତା ସମୟରେ ସହଯୋଗୀମାନେ ଆମେରିକାକୁ ସମର୍ଥନ କରିବାରେ ବିଫଳ ହୁଅନ୍ତି। ସେ ନାଟୋକୁ ଏକପାଖିଆ ବ୍ୟବସ୍ଥା ବୋଲି କହିଛନ୍ତି। ନାଟୋ ବ୍ୟତୀତ, ଆମେରିକାର ଘନିଷ୍ଠ ସହଯୋଗୀ ଅଷ୍ଟ୍ରେଲିଆ, ଜାପାନ ଏବଂ ଦକ୍ଷିଣ କୋରିଆ ମଧ୍ୟ ସାମରିକ ଅଭିଯାନ ପାଇଁ ଆମେରିକାର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି।












Click it and Unblock the Notifications