ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ନନ୍ଦନକାନନରେ ଜନ୍ମ ନେଲା ଲମ୍ବା ଥଣ୍ଟିଆ ଶାଗୁଣା ଛୁଆ
ନନ୍ଦନକାନନ ପ୍ରାଣୀଉଦ୍ୟାନ ପାଇଁ ଖୁସି ଖବର । ପ୍ରାଣୀଉଦ୍ୟାନର ଶାଗୁଣା ପ୍ରଜନନ କେନ୍ଦ୍ରରେ ଏକ ଲମ୍ବା ଥଣ୍ଟିଆ ଶାଗୁଣା ଛୁଆ ଜନ୍ମ ନେଇଛି । ଚଳିତ ମାସ ୧୧ ତାରିଖରେ ଅଣ୍ଡାରୁ ଛୁଆଟି ସଫଳତାର ସହ ଫୁଟି ବାହାରିଥିଲା । କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଅଧିନରେ ୨୦୧୨ରେ ଏହି ଶାଗୁଣା ପ୍ରଜନନ କେନ୍ଦ୍ର ପ୍ରତିଷ୍ଠା କରଯାଇଥିଲା । ଜାନୁଆରୀ ୧୬ ତାରିଖରେ ଶାଗୁଣା ଅଣ୍ଡା ଦେଇଥିଲା । ପରେ ତାହା ମାର୍ଚ୍ଚ ୧୧ରେ ଅଣ୍ଡାରୁ ଛୁଆ ବାହାରିଥିଲା । ଛୁଆଟି ବର୍ତ୍ତମାନ୍ ସୁସ୍ଥ ଅଛି । ଛୁଆଟିକୁ ୨୪ ଘଣ୍ଟିଆ ସିସିଟିଭି ନଜରରେ ରଖାଯାଇଛି । ଏହି ଶାଗୁଣା ଜନ୍ମ ହେବା ପରେ ନନ୍ଦନକାନନରେ ଲମ୍ବା ଥଣ୍ଟିଆ ଶାଗୁଣା ସଂଖ୍ୟା ୧୧କୁ ବୃଦ୍ଧି ପାଇଛି ।

ଅନ୍ୟପଟେ ନନ୍ଦନକାନନରେ ହିଟ ୱେଭ୍କୁ ନେଇ ପ୍ରସ୍ତୁତି କଟାଯାଉଛି । ଆଗକୁ ମାଡ଼ି ଆସୁଛି ଭୀଷଣ ଗ୍ରୀଷ୍ମ ପ୍ରବାହ । ଫେବୁଆରୀ ମାସରୁ ଅସହ୍ୟ ଗରମ ଅନୁଭୂତ ହେଲାଣି । ଏନେଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ପଶୁପକ୍ଷୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଧ୍ୟାନ ଦେଇଛନ୍ତି । ପ୍ରାଣୀ ଉଦ୍ୟାନରେ ଥିବା ପଶୁପକ୍ଷୀମାନଙ୍କ ପାଇଁ ବ୍ୟାପକ ଭାବରେ ବନ୍ଦୋବସ୍ତ କରାଯାଇଛି ।
-
ଭୁବନେଶ୍ୱରରେ ଐତିହାସିକ ମୁହୂର୍ତ୍ତ: କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଜାତୀୟ ଇନ୍ଡୋର ଆଥଲେଟିକ୍ସ ଚାମ୍ପିୟନସିପ୍-୨୦୨୬ ଉଦ୍ଘାଟିତ -
ଡିଜିଟାଲ୍ ମାର୍କେଟ୍ ରେ ନୂଆ ଚ୍ୟାଲେଞ୍ଜ ମଧ୍ୟରେ VerSe Innovation ର ଫୋକସ୍ ପ୍ରଫିଟ୍ ଓ AI, ଗ୍ଲୋବାଲ୍ ବିସ୍ତାର ଉପରେ ନଜର -
ରାମନବମୀରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ନିର୍ଦ୍ଦେଶ -
ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକରେ ଅଗ୍ନି ନିରାପତ୍ତା ନିମନ୍ତେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଜିଲ୍ଲାପାଳଙ୍କ ସହ ସମୀକ୍ଷା ବୈଠକ -
୨୭ ଦିନରେ ଆମେରିକା-ଇରାନ ଯୁଦ୍ଧ







Click it and Unblock the Notifications