କାଲିଠୁ ମାଟ୍ରିକ୍ ଖାତାଦେଖା

ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ଖାତା ଦେଖା ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବ। ରାଜ୍ୟର ୫୧ ପରୀକ୍ଷା କେନ୍ଦ୍ରରେ ପ୍ରାୟ ୧୫ ହଜାର ଶିକ୍ଷକ ଖାତା ଦେଖିବେ। ଏଥିପାଇଁ ସବୁ ଜିଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ବୋର୍ଡ କର୍ତ୍ତୃପକ୍ଷ ଚିଠି ଲେଖିଛନ୍ତି। ଏପ୍ରିଲ ୨ ତାରିଖ ସୁଦ୍ଧା ଅର୍ଥାତ ୧୫ଦିନ ମଧ୍ୟରେ ଖାତାଦେଖା ସାରିବାକୁ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟ ପରୀକ୍ଷକ, ଉପ ମୁଖ୍ୟ ପରୀକ୍ଷକ, ସହକାରୀ ନିରୀକ୍ଷକଙ୍କ ସମେତ ନିୟୋଜିତ ଥିବା ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀ ବୁଧବାର ମଧ୍ୟାହ୍ନ ୧୨ଟା ୩୦ ମିନିଟ୍‌ ସୁଦ୍ଧା କେନ୍ଦ୍ରରେ ପହଞ୍ଚିବାକୁ ନିର୍ଦେଶ ଦିଆଯାଇଛି। ମୂଲ୍ୟାୟନ ପୂର୍ବରୁ ଅର୍ଥାତ୍‌ ପ୍ରତ୍ୟେକ ଦିନ ପୂର୍ବାହ୍ଣ ୧୦ଟା ସୁଦ୍ଧା କେନ୍ଦ୍ରରେ ପହଞ୍ଚିବେ। କ୍ୟାମ୍ପ ଅଧିକାରୀ ଓ କର୍ମଚାରୀ ସକାଳ ୯ଟା ୩୦ ସୁଦ୍ଧା କେନ୍ଦ୍ରରେ ପହଞ୍ଚିବାକୁ କୁହାଯାଇଛି।

matric exam result

ସେହିଭଳି ମୂଲ୍ୟାୟନ କେନ୍ଦ୍ରରେ ମୌଳିକ ସୁବିଧା ସହ ଅଗ୍ନି ନିର୍ବାପକ ଯନ୍ତ୍ରର ବ୍ୟବସ୍ଥା କରିବାକୁ ବୋର୍ଡ ପକ୍ଷରୁ ଚିଠିରେ ଉଲ୍ଲେଖ କରାଯାଇଛି। ଚଳିତବର୍ଷ ରାଜ୍ୟର ୫ ଲକ୍ଷ ୬୨ ହଜାର ୬୧୨ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବାକୁ ଫର୍ମପୂରଣ କରିଥିଲେ। ଏଥିପାଇଁ ବୋର୍ଡ ଦ୍ବାରା ମୋଟ ୩, ୦୮୨ ପରୀକ୍ଷା କେନ୍ଦ୍ର କରାଯାଇଥିଲା। ଗତ ଫେବୃଆରୀ ୧୯ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨ରେ ଶେଷ ହୋଇଥିଲା। ପାଖାପାଖି ୧୨ ହଜାର ଛାତ୍ରଛାତ୍ରୀ ଅନୁପସ୍ଥିତ ଥିଲେ। ମେ ମାସ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ଫଳ ପ୍ରକାଶ ପାଇ ବୋର୍ଡ ପକ୍ଷରୁ ଯୋଜନା ରହିଛି।

ଏଥିନିମନ୍ତେ ଆସନ୍ତା ୧୯ ତାରିଖ ଅର୍ଥାତ ଗୁରୁବାର ଠାରୁ ସବ୍‌ଜେକ୍ଟିଭ ଉତ୍ତରଖାତା ମୂଲ୍ୟାୟନ କରାଯିବ। ହାତରେ ଆଉ ଗୋଟିଏ ଦିନ ଥିବାରୁ ବୋର୍ଡ ମୂଲ୍ୟାୟନକାରୀ ବା ପରୀକ୍ଷକ, ସୁପରଭାଇଜରଙ୍କ ସମେତ ନିୟୋଜିତ ପ୍ରତ୍ୟେକ ପଦାଧିକାରୀଙ୍କ ନିମନ୍ତେ ମାର୍ଗଦର୍ଶିକା ଜାରି ହୋଇଛି। ମୂଲ୍ୟାୟନ କେନ୍ଦ୍ରରେ ମୋବାଇଲକୁ ସମ୍ପୂର୍ଣ୍ଣ ବାରଣ କରାଯାଇଥିବାବେଳେ ଏସଓପି କଡ଼ାକଡ଼ି ପାଳନ କରିବାକୁ ନିର୍ଦେଶ ଦିଆଯାଇଛି। କେନ୍ଦ୍ର ସୁପରଭାଇଜରଙ୍କୁ ଠାରୁ କ୍ୟାମ୍ପ ଅଧିକାରୀ ଗ୍ରହଣ କରିଥିବା ଉତ୍ତରଖାତା ପ୍ୟାକେଟର ତଥ୍ୟ ୧୮ ତାରିଖ ସୁଦ୍ଧା ଅନଲାଇନ୍‌ ସୁପରଭାଇଜରଙ୍କୁ ଜଣାଇବେ। ଖାତାଦେଖା ପାଇଁ ଜଣେ ମୁଖ୍ୟ ପରୀକ୍ଷକ, ଦୁଇ ଜଣ ଉପ ମୁଖ୍ୟ ପରୀକ୍ଷକ, ୨୦ରୁ ୨୪ ଜଣ ପରୀକ୍ଷକ, ୨ ଜଣେ ଲେଖାଏଁ ସ୍କୃଟିନାଇଜରଙ୍କୁ ନେଇ ଗୋଟିଏ ଲେଖାଏଁ ୟୁନିଟ ଗଠନ କରାଯାଇଛି। ପ୍ରତି ପରୀକ୍ଷକ ସବୁଦିନ ୩୦ରୁ ୪୦ଟି ଖାତାର ମୂଲ୍ୟାୟନ କରିବେ ବୋଲି ବୋର୍ଡ ପକ୍ଷରୁ ମାର୍ଗଦର୍ଶିକାରେ ଦର୍ଶାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+