ମାର୍ଚ୍ଚ ସୁଦ୍ଧା ମାଲକାନଗିରିରୁ ଉଡ଼ିବ ବିମାନ

ବହୁ ପ୍ରତୀକ୍ଷିତ ମାଲକାନଗିରିରୁ ଭୁବନେଶ୍ୱର ବିମାନ ସେବା ଚଳିତ ମାସ ଶେଷସୁଦ୍ଧା ଆରମ୍ଭ ହେବାକୁ ଯାଉଛି। ଏଥିନେଇ ଏକ ସ୍ୱତନ୍ତ୍ର ବୈଷୟିକ ଦଳ ମାଲକାନଗିରି ଜିଲାର ବିମାନବନ୍ଦର ପରିଦର୍ଶନ କରିଛନ୍ତି। ରାଜ୍ୟ ସରକାରଙ୍କ ପରିବହନ ବିଭାଗର ଉଚ୍ଚସ୍ତରୀୟ ଦଳ ଏବଂ ଇଣ୍ଡିଆ ୱାନ୍‌‌ ଏୟାର କମ୍ପାନୀର ବୈଷୟିକ ଦଳ ମାଲକାନଗିରି ପହଞ୍ଚିଥିଲେ। ରାଜ୍ୟ ସରକାରଙ୍କ ବେସାମରିକ ବିମାନ ଚଳାଚଳ ପରାମର୍ଶଦାତା ସୁରେଶଚନ୍ଦ୍ର ହୋତା ଓ ସୁରକ୍ଷା ପରାମର୍ଶଦାତା ମନୋଜ କୁମାର ଦାସଙ୍କ ନେତୃତ୍ୱରେ ଏହି ଦଳ ମାଲକାନଗିରିର ବିମାନ ବନ୍ଦର ତନ୍ନତନ୍ନ ଯାଞ୍ଚ କରିଛନ୍ତି ା ବିଶେଷ କରି ରନୱେ, ବିମାନ ବନ୍ଦର ପାଚେରି, ସୁରକ୍ଷା ବ୍ୟବସ୍ଥା, ସିସିଟିଭି କ୍ୟାମେରା, ଟିକଟ କାଉଣ୍ଟରଠାରୁ ଆରମ୍ଭ କରି ବିମାନ ବନ୍ଦରର ସମସ୍ତ ଗୃହ ମଧ୍ୟ ଯାଞ୍ଚ କରିଛନ୍ତି।

Malkangiri

ସାମାନ୍ୟ କିଛି ତ୍ରୁଟି ଥିବାବେଳେ ତୁରନ୍ତ ସେଗୁଡିକୁ ସମାଧାନ କରିବାକୁ ରାସ୍ତା ଓ ଗୃହ ନିର୍ମାଣ ବିଭାଗକୁ ନିର୍ଦେଶ ଦିଆଯାଇଛି। ବିମାନ ଚଢ଼ିବା ପାଇଁ ସ୍ୱତନ୍ତ୍ର ଶିଡ଼ି ସମେତ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧାସୁଯୋଗ ଯେପରି ଯାତ୍ରୀମାନେ ପାଇପାରିବେ ସେଥିନେଇ ମଧ୍ୟ ତୁରନ୍ତ ପଦକ୍ଷେପ ନେବାକୁ ଏହି ଦଳ ନିଷ୍ପତ୍ତି ନେଇଛି। ପ୍ରଥମାର୍ଦ୍ଧରେ ଜୟପୁରଠାରୁ ଭୁବନେଶ୍ୱର ଯାଉଥିବା ଇଣ୍ଡିଆ ୱାନ ବିମାନକୁ ପରୀକ୍ଷାମୂଳକ ଭାବେ ମାଲକାନଗିରି ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଇ ଏଠାରୁ ଜୟପୁରକୁ ସଂଯୋଗ କରି ବିମାନ ଉଡିବା ପାଇଁ ନିଷ୍ପତ୍ତି ନିଆଯାଇଛି। ପ୍ରଥମେ ୯ ଆସନ ବିଶିଷ୍ଟ ଯାତ୍ରୀବାହୀ ବିମାନ ଚଳାଚଳ କରିବ। ଆଗାମୀ ଦୁଇଦିନ ମଧ୍ୟରେ ରନୱେରେ ପରୀକ୍ଷାମୂଳକ ଭାବେ ବିମାନ ଅବତରଣ କରିବା ନେଇ ମଧ୍ୟ ସୂଚନା ମିଳିଛି। ପ୍ରକାଶଥାଉକି ୨୦୨୪ ନିର୍ବାଚନ ପୂର୍ବରୁ ସେତେବେଳର ସରକାର ଏହି ବିମାନ ବନ୍ଦରକୁ ଉଦ୍‌ଘାଟନ କରିଥିଲ। ଦୁଇବର୍ଷ ବିତି ଯାଇଥିଲେ ସୁଦ୍ଧା ଏଠାରୁ କୌଣସି ଯାତ୍ରୀବାହୀ ବିମାନ ଉଡି ପାରି ନଥିଲା। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗ ତରଫରୁ ଅନୁମତି ମିଳିନଥିବା ସରକାର କହିଥିବା ବେଳେ ବର୍ତ୍ତମାନ ଘରୋଇ ବିମାନ ଉଡିବାକୁ ଅନୁମତି ମିଳିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+