Get Updates
Get notified of breaking news, exclusive insights, and must-see stories!

Jawad Cyclone Live Update: ଓଡିଶାରୁ ଟଳିଲା ବାତ୍ୟା ବିପଦ, ଏବେ ପଶ୍ଚିମବଙ୍ଗ ମୁହାଁ ‘ଜୱାଦ’

ଓଡିଶାର ଉପକୁଳରେ ଶନିବାର ମାଡ ହେବାକୁ ଥିବା ବାତ୍ୟା 'ଜୱାଦ'ର ଲାଇଭ୍ କଭରେଜ୍ ଆମେ ଦେବୁ ଆପଣଙ୍କୁ । ବାତ୍ୟା 'ଜୱାଦ'ର ଲାଇଭ୍ ଲୋକେସନ୍, ଗତି, ଦିଗ, ଲ୍ୟାଣ୍ଡଫଲ୍ ଏବଂ ବାତ୍ୟା ସହିତ ଜଡିତ ଚିକିନିକି ଅପଡେଟ୍ ଏଠାରେ ପାଇବେ ।

ବାତ୍ୟା 'ଜୱାଦ' (Jawad Cyclone) ର ଲାଇଭ୍ ଅପଡେଟ୍ କୁ ସ୍ବାଗତ୍ । ବାତ୍ୟା 'ଜୱାଦ' (Jawad Cyclone) ର ଲାଇଭ୍ କଭରେଜ୍ ଆମେ ଦେବୁ ଆପଣଙ୍କୁ । ବାତ୍ୟା 'ଜୱାଦ'ର ଲାଇଭ୍ ଲୋକେସନ୍, ଗତି, ଦିଗ, ଲ୍ୟାଣ୍ଡଫଲ୍ ଏବଂ ବାତ୍ୟା ସହିତ ଜଡିତ ଚିକିନିକି ଅପଡେଟ୍ ଏଠାରେ ପାଇବେ । ବାତ୍ୟା 'ଜୱାଦ' (Jawad Cyclone)ର ଲାଇଭ ଅପଡେଟ୍ ପାଇଁ 'ୱାନଇଣ୍ଡିଆ ଓଡିଆ' ସହ ଯୋଡି ହୋଇ ରୁହନ୍ତୁ...

 Jawad Cyclone Live Update

Dec 06, 2021, 1:16 pm IST

ବାତ୍ୟା 'ଜୱାଦ'ର ଲାଇଭ ଅପଡେଟ ଏଇଠି ଶେଷ ହେଉଛି । ଓଡିଆ ଖବର ପାଇଁ ଯୋଡି ହୋଇ ରୁହନ୍ତୁ 'ୱାନଇଣ୍ଡିଆ ଓଡିଆ' ସହ...
Dec 06, 2021, 12:41 pm IST

ଗଲା ବାତ୍ୟା, ଏବେ ବଢିବ ଶୀତ

ରାଜ୍ୟରେ ଆଜିଠୁ ବଦଳିବ ପାଗ । ଜୱାଦ ପ୍ରଭାବରେ ଉପକୂଳ ଓଡିଶାରେ ଆଜି ମଧ୍ୟ ପାଗ ମେଘୁଆ ରହିବ । ଉତ୍ତର ଓ ଉପକୂଳ ଓଡିଶାର କେତେକ ସ୍ଥାନରେ ହାଲୁକା ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏହାସହ ଆସନ୍ତାକାଲି ଠାରୁ ପାଗ ବଦଳିଯିବ ।
Dec 06, 2021, 12:40 pm IST

ଓ୍ବେଲମାର୍କ ଲୋ ପ୍ରେସର ହେଲା ବାତ୍ୟା ‘ଜଓ୍ବାଦ’

ଓ୍ବେଲମାର୍କ ଲୋ ପ୍ରେସରରେ ପରିଣତ ହେଲା ବାତ୍ୟା ଜଓ୍ବାଦ । ଆଜି ବାତ୍ୟା ଜଓ୍ବାଦ ଦୁର୍ବଳ ହୋଇ ପଶ୍ଚିମବଙ୍ଗର ସାଗର ଆୟରଲାଣ୍ଡରେ ପହଞ୍ଚିବ । ବାତ୍ୟା ଦୁର୍ବଳ ହୋଇଥିବାରୁ ଆଜିଠୁ ପାଗରେ ଆସିବ ପରିବର୍ତ୍ତନ । ଆଜି ସକାଳ ସାଢେ ଆଠଟା ପର୍ଯ୍ୟନ୍ତ ଉତ୍ତର ଓ ଉପକୂଳ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ ।
Dec 05, 2021, 10:39 pm IST

କେତେ ରଙ୍ଗର ଆକାଶ

ବାତ୍ୟା ‘ଜୱାଦ’ ପରେ ପୁରୀ ବେଳାଭୂମିରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ଦେଖନ୍ତୁ, ଆଜି କେମିତି ଦିଶୁଥିଲା ପୁରୀ ବେଳାଭୂମିରେ ଅପରାହ୍ନର ଆକାଶ । ଫଟୋ ସୌଜନ୍ୟ- @sudarsansand
Dec 05, 2021, 10:22 pm IST

ପୁରୀ ବେଳାଭୂମିର ମନଲୋଭା ଦୃଶ୍ୟ

ପୁରୀ ବେଳାଭୂମିର ମନଲୋଭା ଦୃଶ୍ୟ
Dec 05, 2021, 10:20 pm IST

ବାତ୍ୟା ପରେ ବେଳଭୂମିର ଦୃଶ୍ୟ

ବାତ୍ୟା ପରେ ବେଳଭୂମିର ଦୃଶ୍ୟ
Dec 05, 2021, 9:04 pm IST

ଏବେ ପଶ୍ଚିମବଙ୍ଗ ମୁହାଁ ‘ଜୱାଦ୍’

ଓଡ଼ିଶାରୁ ବିପଦ ଟଳିବା ପରେ ଏବେ ବାତ୍ୟା ଜୱାଦ ପଶ୍ଚିମବଙ୍ଗ ମୁହାଁ ହୋଇଛି।
Dec 05, 2021, 7:41 pm IST

ଅବପାତରେ ପରିଣତ ହେଲା ବାତ୍ୟା ଜୱାଦ

ବଙ୍ଗୋପସାଗର ଉତ୍ତରପଶ୍ଚିମ ଓ ପଶ୍ଚିମକେନ୍ଦ୍ରୀୟ ସ୍ଥଳରେ ଥିବା ଗଭୀର ଅବପାତ ଜଓ୍ୱାଦ୍ ୬ ଘଣ୍ଟା ଧରି ଘଣ୍ଟା ପ୍ରତି ୧୮ କିମି ବେଗରେ ଗତି କରୁଛି ଏବଂ ଏହା ପରବର୍ତ୍ତୀ ସମୟରେ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛିା ଏହି ଅବପାତ ଆଜି ଅପରାହ@ ୨.୩୦ ମିନିଟ୍ରେ ଓଡ଼ିଶାର ସମୁଦ୍ର ତଟବର୍ତ୍ତୀର ନିକଟତର ହୋଇ ବଙ୍ଗୋପସାଗରର ଉତ୍ତରପଶ୍ଚିମରେ କେନ୍ଦ୍ରୀଭୂତ ହୋଇଛିା ଏହା ପୁରୀର ଦକ୍ଷିଣପୂର୍ବ ଦିଗରେ ୫୦ କିମି ଦୂରରେ, ପାରାଦ୍ୱୀପର ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ ୧୦୦ କିମି ଦୂରତା ଏବଂ ଗୋପାଳପୁରର ପୂର୍ବ-ଉତ୍ତରପୂର୍ବ ଦିଗରେ ୧୩୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛିା ପରବର୍ତ୍ତୀ ପର୍ଯ୍ୟାୟରେ ଏହି ଅବପାତ କ୍ରମଶଃ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଓଡ଼ିଶାର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଦେଇ ପଶ୍ଚିମବଙ୍ଗ ଉପକୂଳ ଆଡ଼କୁ ଅଗ୍ରସର ହେଉଛି ଏବଂ ପରବର୍ତ୍ତୀ ୧୨ ଘଣ୍ଟା ମଧ୍ୟରେ ପୁନର୍ବାର ଏହା ଦୁର୍ବଳ ହୋଇ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ ବଳୟରେ ରୂପାନ୍ତରିତ ହେବାର ସମ୍ଭାବନା ଅଛି ।
Dec 05, 2021, 7:31 pm IST

ବାରିପଦା: ଆସନ୍ତା ୬ ତାରିଖରେ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ବନ୍ଦ, ବର୍ଷା ଲାଗି ରହିଥିବାରୁ ଶିମିଳିପାଳ କର୍ତ୍ତୃପକ୍ଷଙ୍କ ବନ୍ଦ ପାଇଁ ନିଷ୍ପତ୍ତି ନେଲେ, ପୂର୍ବରୁ ୪ ଓ ୫ ତାରିଖ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ପାଇଁ ଘୋଷଣା ହୋଇଥିଲା
Dec 05, 2021, 7:29 pm IST

ବିଭିନ୍ନ ସ୍ଥାନରେ ବର୍ଷା ଜାରି, ସୋମବାର ସକାଳ ୮.୩୦ ଯାଏ ୯ ଜିଲ୍ଲାକୁ ଅରେଞ୍ଜ୍ ଓ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ; ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜକୁ ଅରେଞ୍ଜ ୱାର୍ଣ୍ଣିଂ; ଗଞ୍ଜାମ, ନୟାଗଡ଼, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳକୁ ୟେଲୋ ୱାଁର୍ଣ୍ଣିଂ
Dec 05, 2021, 7:24 pm IST

କେଉଁଠି କେତେ ବର୍ଷା ?

କେଉଁଠି କେତେ ବର୍ଷା ?
କେଉଁଠି କେତେ ବର୍ଷା ?
Dec 05, 2021, 7:15 pm IST

ଜାଣନ୍ତୁ, କେଉଁଠି କେତେ ବର୍ଷା ରେକର୍ଡ ହୋଇଛି ?

ଜୱାଦ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ ଖଲିକୋଟରେ ସର୍ବାଧିକ ୧୫୮ ମିଲିମିଟର ବର୍ଷା ରେକର୍ଡ ହୋଇଛି ।
Dec 05, 2021, 6:56 pm IST

ଅବପାତରେ ପରିଣତ ହେଲା ‘ଜୱାଦ’, ପୁରୀଠାରୁ ଏବେ ୫୦ କିଲୋମିଟର ଦୂରରେ…

ଅବପାତରେ ପରିଣତ ହେଲା ‘ଜୱାଦ’, ପୁରୀଠାରୁ ଏବେ ୫୦ କିଲୋମିଟର ଦୂରରେ…
ପୁଣି ବଳ ହରାଇ ଅବପାତରେ ପରିଣତ ହୋଇଛି ଜୱାଦ’ । ପାଣିପାଗ ବିଭାଗ ତରଫରୁ ମିଳିଥିବା ସୂଚନା ମୁତାବକ, ଏବେ ଏହି ଅବପାତ ସମୁଦ୍ର ଭିତରେ ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ ଗତି କରୁଛି ।
Dec 05, 2021, 6:52 pm IST

ଜୱା୍ଦ ପ୍ରଭାବରେ ପାରାଦୀପରେ ବାଦଲଫଟା ବର୍ଷା । ଆଜି ଦିନ ୨ଟା ୩୦ରୁ ୩ଟା ୩୦ ମଧ୍ୟରେ ୧୦୩ ମିମି ବର୍ଷା ରେକର୍ଡ । ଜୱାଦ୍ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ବାଲେଶ୍ୱର- ୨୭୦ ମିମି, ପାରାଦୀପ- ୨୦୦ ମିମି, ଏରସମା- ୧୮୮ ମିମି, ବାଲିକୁଦା- ୧୩୦ ମିମି, ନୂଆଗାଁ- ୧୨୩ ମିମି, କୁଜଙ୍ଗ- ୧୧୪ ମିମି
Dec 05, 2021, 3:43 pm IST

IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା: କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, କଟକ, ଭଦ୍ରକରେ ପ୍ରବଳ ବର୍ଷା ହୋଇଛି, ପାରାଦୀପରେ ୩ ଘଣ୍ଟା ମଧ୍ୟରେ ୫୬ ମିମି ବର୍ଷା ରେକର୍ଡ ହୋଇଛି, ଓଡ଼ିଶା ଉପକୂଳରେ ଆଜି ସଂଧ୍ୟା ପର୍ଯ୍ୟନ୍ତ ପବନ ରହିବ, ରାତି ବେଳକୁ ପବନ କମି ୩୦ କିମି ବେଗରେ ବହିବ
Dec 05, 2021, 3:42 pm IST

ଜଓ୍ୱାଦ ସଂପର୍କରେ #IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା: ପୁରୀ ଠାରୁ ୭୦ କିମି ଦୂରରେ କେନ୍ଦ୍ରୀଭୂତ, ଆଉ ୩ ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ଅବପାତର ରୂପ ନେବ, ଉତ୍ତର ଉତ୍ତରପୂର୍ବ ଦିଗକୁ ଗତି କରି ପଶ୍ଚିମବଙ୍ଗ ଉପକୂଳକୁ ମୁହାଁଇବ, ଆଜି ରାତିରେ ୱେଲ୍‌ ମାର୍କଡ୍ ଲୋ ପ୍ରେସର ହୋଇ ପଶ୍ଚିମବଙ୍ଗ ପହଞ୍ଚିବ
Dec 05, 2021, 12:00 pm IST

ଜୱାଦ ପ୍ରଭାବ

ଜୱାଦ ପ୍ରଭାବ
ଜୱାଦ ପ୍ରଭାବରେ ପ୍ରବଳ ବର୍ଷା । ପାଣିରେ ଭାସୁଛି ପାଚିଲା ଧାନ । ବ୍ୟାପକ ଫସଲ ନଷ୍ଟ ହେଲାଣି । ହତାଶ୍ ଚାଷୀ ।
Dec 05, 2021, 11:55 am IST

ଚିଲିକାରେ ବଢିଛି ଜଳସ୍ତର

ଚିଲିକାରେ ବଢିଛି ଜଳସ୍ତର
ଚିଲିକାରେ ବଢିଛି ଜଳସ୍ତର । ପାଣି ଗାଁ ଭିତରକୁ ପଶିଆସିବା ଭୟରେ ବାଲିବସ୍ତା ରଖି ବନ୍ଦ କରାଯାଇଥିଲା , ହେଲେ ବାଲିବସ୍ତା ପାଖକୁ ମାଡ଼ିଆସିଲାଣି ପାଣି ।
Dec 05, 2021, 11:53 am IST

କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, କଟକ, ଯାଜପୁର, ଖୋର୍ଦ୍ଧା ଓ ପୁରୀ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି, ଜାରି ରହିଛି ପ୍ରବଳ ବର୍ଷା ।
Dec 05, 2021, 11:24 am IST

ଜୱାଦ ପ୍ରଭାବରେ ଜାରି ରହିଛି ପ୍ରବଳ ବର୍ଷା

ବାତ୍ୟା ଜୱାଦ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ପବନର ବେଗ କମିବା ଆକଳନ କରାଯାଇଛି। ତେବେ ବାତ୍ୟା ପ୍ରଭାବରେ ରାଜ୍ୟ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ଲାଗି ରହିଛି ଲଗାଣ ବର୍ଷା। ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଙ୍ଘପୁର, କଟକ ଏବଂ ଅନ୍ଯାନ୍ଯ ଜିଲ୍ଲାରେ ଶନିବାର ଠାରୁ ଆରମ୍ଭ ବର୍ଷା ଜାରି ରହିଛି।
Dec 04, 2021, 9:24 pm IST

ବାତ୍ୟା ପ୍ରଭାବରେ ଭଦ୍ରକରେ ଲାଗି ରହିଛି ବର୍ଷା, ମୁତୟନ ଅଛନ୍ତି ଜରୁରୀକାଳୀନ ଟିମ୍
Dec 04, 2021, 8:50 pm IST

ଟଳିଲା ବାତ୍ୟା ବିପଦ !

ଦୁର୍ବଳ ହୋଇ ଗଭୀର ଅବପାତ ରୂପ ନେଲା ‘ଜୱାଦ’
Dec 04, 2021, 8:43 pm IST

ଟଳିଲା ବାତ୍ୟା ବିପଦ !

ଟଳିଲା ବାତ୍ୟା ବିପଦ !
ସାମୁଦ୍ରିକ ଝଡ଼ ‘ଜୱାଦ୍’ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେଲା । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଏହା ଘଣ୍ଟା ପ୍ରତି ୯କମି ବେଗରେ ଉତ୍ତର-ପଶ୍ଚିମ ଦିଗରେ ଗତ ୬ଘଣ୍ଟା ଧରି ଗତି କରୁଥିଲା । ସୂଚନା ଦେଲା ଭାରତୀୟ ପାଣିପାଗ ବିଭାଗ ।
Dec 04, 2021, 4:34 pm IST

ତିନି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ନିଙ୍ଗ

ବାତ୍ୟା କ୍ରମଶଃ ଦୁର୍ବଳ ହେଉଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ହେଲେ ଗଞ୍ଜାମ, ପୁରୀ ଏବଂ ଜଗତସିଂପୁର ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଛି ଅରେଞ୍ଜ ୱାର୍ନିଙ୍ଗ। ଏହି ତିନିଟି ଜିଲ୍ଲାରେ ପବନର ବେଗ ସ୍ଥଳ ବିଶେଷରେ ଘଣ୍ଟା ପ୍ରତି 55 କିମିରୁ 75 କିମି ପର୍ଯ୍ୟନ୍ତ ହେବା ସମ୍ଭାବନା ରହିଛି। ସେହିପରି ବାଲେଶ୍ଵର, ଭଦ୍ରକ, କେନ୍ଦ୍ରପଡା, କଟକ ଏବଂ ଖୋର୍ଦ୍ଧା ଜିଲ୍ଲାରେ ପବନର ବେଗ ୪୦ରୁ ୫୦ ପର୍ଯ୍ୟନ୍ତ ରହିବା ସମ୍ଭାବନା ରହିଛି। ବାତ୍ୟାର ପ୍ରଭାବ କନ୍ଧମାଳ, ରାୟଗଡ଼, ନୟାଗଡ ଏବଂ ଯାଜପୁର ଜିଲ୍ଲାରେ ରହିବ।
READ MORE

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+