Get Updates
Get notified of breaking news, exclusive insights, and must-see stories!

ବାତ୍ୟା ଜୱାଦ: ପ୍ରସ୍ତୁତି ଓ ପଦକ୍ଷେପ ସଂପର୍କରେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ସୂଚନା

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ସଂପର୍କରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା କହିଲେ ଯେ, ଗତ ଛଅ ଘଣ୍ଟା ମଧ୍ୟରେ ଅବପାତ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅତିକ୍ରମ କରି ଉତ୍ତର-ପଶ୍ଚିମ ଦିଗକୁ ଘଣ୍ଟା ପ୍ରତି ୩୨ କିଲୋମିଟର ବେଗରେ ଗତି କରି ଏକ ତୀବ୍ର ଅବପାତର ରୂପ ଧାରଣ କରିଛି ଏବଂ ଭାରତୀୟ ସମୟ ଅନୁଯାୟୀ ଡିସେମ୍ବର ୩ ତାରିଖ ସକାଳ ୫.୩୦ରେ ପଶ୍ଚିମ କେନ୍ଦ୍ରୀୟ ଅଞ୍ଚଳରେ ଅବପାତ ସକି୍ରୟ ରହିଛି ଏବଂ ବଙ୍ଗୋପସାଗର ନିକଟରେ ୧୩.୪ଂ ଉତ୍ତର ଅକ୍ଷାଂଶ ଏବଂ ୮୬.୪ଂ ପୂର୍ବ ଦ୍ରାଘିମାରେ ରହିଛିା ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରୁ ୫୮୦ କିମି ଦକ୍ଷିଣ-ଦକ୍ଷିଣପୂର୍ବ, ଓଡ଼ିଶାର ଗୋପାଳପୁରଠାରୁ ୬୭୦ କିମି ଦକ୍ଷିଣ-ଦକ୍ଷିଣପୂର୍ବ ଏବଂ ପାରାଦୀପଠାରୁ ୭୬୦ କିମି ଦକ୍ଷିଣ-ଦକ୍ଷିଣପଶ୍ଚିମରେ ରହିଛି।

SRC Cyclone

ଆଶା କରାଯାଉଛି ଏହା ଉତ୍ତରପଶ୍ଚିମ ଦିଗକୁ ଗତି କରି ଆସନ୍ତା ୧୨ ଘଣ୍ଟା ମଧ୍ୟରେ ତୀବ୍ର ବାତ୍ୟା ଝଡ଼ର ରୂପ ନେବାର ସମ୍ଭାବନା ରହିଛିା ଆସନ୍ତାକାଲି ଡିସେମ୍ବର ୪ ତାରିଖ ସକାଳ ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ତଥା ଉତ୍ତର ଆନ୍ଧ୍ରପ୍ରଦେଶ ହୋଇ ଦକ୍ଷିଣ ଓଡ଼ିଶା ଉପକୂଳ ଛୁଇଁବାର ଆଶା କରାଯାଉଛି । ଏହା ପରେ ଉତ୍ତର ପଶ୍ଚିମ ଦିଗରେ ପୁନର୍ବାର ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେ ଶ ଏବଂ ଓଡ଼ିଶା ଉପକୂଳକୁ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ଘଣ୍ଟା ପ୍ରତି ୮୦-୯୦ କିମି ଦ୍ରୁତ ଗତିରେ ୧୦୦ କିମି ପର୍ଯ୍ୟନ୍ତ ଗତି କରିବାର ସମ୍ଭାବନା ଅଛି । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହିବା ସଂପର୍କରେ ସ୍ୱତନ୍ତ୍ର ରିଲିଫ୍ କମିଶନର ସମସ୍ତ ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିଛନ୍ତିା ଜିଲ୍ଲାପାଳମାନଙ୍କୁ ଉପକୂଳବର୍ତ୍ତୀ ତଥା ତଳିଆ ଅଞ୍ଚଳର ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରୀକରଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛିା
ପବନର ବେଗ ୮୦ରୁ ୯୦ କିମି ପର୍ଯ୍ୟନ୍ତ ବୃଦ୍ଧି ପାଇପାରୋ ଏଥି ପାଇଁ ବିଦୁ୍ୟତ ସରବରାହ ବ୍ୟାହାତ ହୋଇପାରୋ ତେଣୁ ଦୁଇଦିନ ପାଇଁ ପାନୀୟ ଜଳ ସାଇତି ରଖିବା ଆବଶ୍ୟକା ଅନ୍ୟପକ୍ଷରେ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ଦିଗରେ ସରକାର ଦୃଷ୍ଟି ରଖିଛନ୍ତିା ବଜାରରେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ଥିବାବେଳେ ଜନସାଧାରଣ ଆତଙ୍କିତ ହୋଇ ଏସବୁ ଅଯଥାରେ କିଣାକିଣି କରନ୍ତୁ ନାହିା । ବାତ୍ୟା ସମୟରେ ଜନସାଧାରଣ ବାହାରେ ବୁଲାବୁଲି କରନ୍ତୁ ନାହିାଁ ସମୁଦ୍ରକୂଳବର୍ତ୍ତୀ ସ୍ଥାନକୁ ଯାଆନ୍ତୁ ନାହିାଁ ସେହିପରି ମତ୍ସ୍ୟଜୀବୀମାନଙ୍କୁ ମାଛ ଧରିବାକୁ ଯିବା ପାଇଁ ବାରଣ କରାଯାଇଛିା ବିଡ଼ିଓ, ତହସିଲଦାର ଏବଂ ପୋଲିସ ଆଇଆଇସିମାନଙ୍କୁ ଲୋକଙ୍କୁ ତଳିଆ ଅଞ୍ଚଳରୁ ଉଦ୍ଧାର ପାଇଁ ନିର୍ଦ୍ଦେଶ ଦିଆଯାଇଛିା ଏଥି ନିମନ୍ତେ ପଞ୍ଚାୟତିରାଜ ବିଭାଗ, ଏସ୍ଏଚ୍ଜି ଏବଂ ସ୍ଥାନୀୟ ଏନ୍ଜିଓ ସହାୟତା କରିବ । ବିଦ୍ୟାଳୟ ଏବଂ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ପ୍ରସ୍ତୁତ କରି ରଖାଯାଇଛିା ଆବଶ୍ୟକସ୍ଥଳେ ସରକାରୀ ଛାତ ଘର କିମ୍ବା ଘରୋଇ ଛାତଘରକୁ ମଧ୍ୟ ବାତ୍ୟା ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଇପାରିବା ଜୀବନ ବଞ୍ଚାଇବା ଆମର ପ୍ରଥମ କର୍ତ୍ତବ୍ୟ ବୋଲି ଗଣମାଧ୍ୟମକୁ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରକାଶ କରିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+