For Quick Alerts
Turn On Notification  
For Daily Alerts
Oneindia App Download

ଗଲା ବାତ୍ୟା, ଏବେ ବଢିବ ଶୀତ!: ରାଜ୍ୟରେ ଆଜିଠୁ ବଦଳିବ ପାଗ

ଜୱାଦ ପ୍ରଭାବରେ ଉପକୂଳ ଓଡିଶାରେ ଆଜି ମଧ୍ୟ ପାଗ ମେଘୁଆ ରହିବ । ଉତ୍ତର ଓ ଉପକୂଳ ଓଡିଶାର କେତେକ ସ୍ଥାନରେ ହାଲୁକା ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

|

ଭୁବନେଶ୍ୱର: ୱେଲମାର୍କ ଲୋ ପ୍ରେସରରେ ପରିଣତ ହେଲା ବାତ୍ୟା ଜୱାଦ । ଆଜି ବାତ୍ୟା ଜୱାଦ ଦୁର୍ବଳ ହୋଇ ପଶ୍ଚିମବଙ୍ଗର ସାଗର ଆୟରଲାଣ୍ଡରେ ପହଞ୍ଚିବ । ବାତ୍ୟା ଦୁର୍ବଳ ହୋଇଥିବାରୁ ଆଜିଠୁ ପାଗରେ ଆସିବ ପରିବର୍ତ୍ତନ ।

ତେବେ ଜୱାଦ ପ୍ରଭାବରେ ଉପକୂଳ ଓଡିଶାରେ ଆଜି ମଧ୍ୟ ପାଗ ମେଘୁଆ ରହିବ । ଉତ୍ତର ଓ ଉପକୂଳ ଓଡିଶାର କେତେକ ସ୍ଥାନରେ ହାଲୁକା ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏହାସହ ଆସନ୍ତାକାଲି ଠାରୁ ପାଗ ବଦଳିଯିବ । ଆଜି ଠାରୁ ରାତିର ତାପମାତ୍ରା ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇ ସ୍ୱାଭାବିକ ଶୀତ ରହିବ। ପରେ ଶୀତ ବଢିବ ।

cyclone jawad

ବାତ୍ୟା 'ଜୱାଦ' ସମୁଦ୍ରରେ ଦୁର୍ବଳ ହୋଇ ଗଭୀର ଅବପାତର ରୂପ ନେଇ ଓଡ଼ିଶାର ନିକଟତର ହେଉଥିବା ବେଳେ ଗତକାଲି ଅପରାହ୍ଣ ପ୍ରାୟ ଅଢ଼େଇଟା ପାଖାପାଖି ଆହୁରି ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଥିଲା। ତେବେ ଜୱାଦ ଦୁର୍ବଳ ହେବା ସତ୍ତ୍ୱେ ଗତକାଲି ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଥିଲା। ପୁରୀ, କଟକ, ଜଗତସିଂହପୁର, ଖୋର୍ଦ୍ଧା, ଗଞ୍ଜାମ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଅଧିକ ବର୍ଷା ହୋଇଥିଲା। ସେହିଭଳି ନୟାଗଡ଼, ଅନୁଗୋଳ ଆଦି ଜିଲ୍ଲାର କେତେକ ସ୍ଥାନରେ ମଧ୍ୟ ବର୍ଷା ହୋଇଥିଲା। ବର୍ଷା ଯୋଗୁ ଚାଷ କ୍ଷତିଗ୍ରସ୍ତ ହୋଇଛି। ଧାନ ସହିତ ପନିପରିବା ଚାଷ ନଷ୍ଟ ହୋଇଛି। ତେଣୁ ଚାଷୀମାନେ ଚିନ୍ତିତ ହୋଇପଡ଼ିଛନ୍ତି।

ରବିବାର ଦିନ ରାଜ୍ୟର ସମଗ୍ର ଉପକୂଳ ଜିଲ୍ଲାଗୁଡ଼ିକରେ ଅପରାହ୍ନ ପର୍ଯ୍ୟନ୍ତ ବର୍ଷା ଜାରି ରହିଥିଲା । ଗତ ୩୬ ଘଣ୍ଟାରେ ରାଜ୍ୟର ସର୍ବାଧିକ ବର୍ଷା ପାରାଦୀପଠାରେ ୨୫୯.୬ ମିମି ରେକର୍ଡ ହୋଇଯାଇଛି । ସେହିଭଳି ଭୁବନେଶ୍ବରରେ ୫୫.୯ ମିମି, ଚାନ୍ଦବାଲିରେ ୭୪.୪ ମିମି, ୫୪.୪ମିମି, ଗୋପାଳପୁରରେ ୬୪.୪ ମିମି, ପୁରୀରେ ୫୪.୯ମିମି ଲେଖାଏଁ ବର୍ଷା ରେକର୍ଡ ହୋଇଯାଇଛି । ଏଥିସହ ପୁରୀ, ପାରାଦୀପ ଆଦି ସ୍ଥାନରେ ଦିନତମାମ୍ ପବନର ବେଗ ଘଣ୍ଟା ପ୍ରତି ପ୍ରାୟ ୩୦ କିମି ରେକର୍ଡ ହୋଇଛି । 'ଜୱାଦ' ପ୍ରଭାବରେ ରାଜ୍ୟରେ ହାରାହାରି ୧୧.୮ ମିମି ବୃଷ୍ଟିପାତ ପରିଲକ୍ଷିତ ହୋଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Cyclone Jawad: Weather in odisha Change from Today
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X