ଗଲା ବାତ୍ୟା, ଏବେ ବଢିବ ଶୀତ!: ରାଜ୍ୟରେ ଆଜିଠୁ ବଦଳିବ ପାଗ
ଜୱାଦ ପ୍ରଭାବରେ ଉପକୂଳ ଓଡିଶାରେ ଆଜି ମଧ୍ୟ ପାଗ ମେଘୁଆ ରହିବ । ଉତ୍ତର ଓ ଉପକୂଳ ଓଡିଶାର କେତେକ ସ୍ଥାନରେ ହାଲୁକା ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।
ଭୁବନେଶ୍ୱର: ୱେଲମାର୍କ ଲୋ ପ୍ରେସରରେ ପରିଣତ ହେଲା ବାତ୍ୟା ଜୱାଦ । ଆଜି ବାତ୍ୟା ଜୱାଦ ଦୁର୍ବଳ ହୋଇ ପଶ୍ଚିମବଙ୍ଗର ସାଗର ଆୟରଲାଣ୍ଡରେ ପହଞ୍ଚିବ । ବାତ୍ୟା ଦୁର୍ବଳ ହୋଇଥିବାରୁ ଆଜିଠୁ ପାଗରେ ଆସିବ ପରିବର୍ତ୍ତନ ।
ତେବେ ଜୱାଦ ପ୍ରଭାବରେ ଉପକୂଳ ଓଡିଶାରେ ଆଜି ମଧ୍ୟ ପାଗ ମେଘୁଆ ରହିବ । ଉତ୍ତର ଓ ଉପକୂଳ ଓଡିଶାର କେତେକ ସ୍ଥାନରେ ହାଲୁକା ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏହାସହ ଆସନ୍ତାକାଲି ଠାରୁ ପାଗ ବଦଳିଯିବ । ଆଜି ଠାରୁ ରାତିର ତାପମାତ୍ରା ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇ ସ୍ୱାଭାବିକ ଶୀତ ରହିବ। ପରେ ଶୀତ ବଢିବ ।

ବାତ୍ୟା 'ଜୱାଦ' ସମୁଦ୍ରରେ ଦୁର୍ବଳ ହୋଇ ଗଭୀର ଅବପାତର ରୂପ ନେଇ ଓଡ଼ିଶାର ନିକଟତର ହେଉଥିବା ବେଳେ ଗତକାଲି ଅପରାହ୍ଣ ପ୍ରାୟ ଅଢ଼େଇଟା ପାଖାପାଖି ଆହୁରି ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଥିଲା। ତେବେ ଜୱାଦ ଦୁର୍ବଳ ହେବା ସତ୍ତ୍ୱେ ଗତକାଲି ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଥିଲା। ପୁରୀ, କଟକ, ଜଗତସିଂହପୁର, ଖୋର୍ଦ୍ଧା, ଗଞ୍ଜାମ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଅଧିକ ବର୍ଷା ହୋଇଥିଲା। ସେହିଭଳି ନୟାଗଡ଼, ଅନୁଗୋଳ ଆଦି ଜିଲ୍ଲାର କେତେକ ସ୍ଥାନରେ ମଧ୍ୟ ବର୍ଷା ହୋଇଥିଲା। ବର୍ଷା ଯୋଗୁ ଚାଷ କ୍ଷତିଗ୍ରସ୍ତ ହୋଇଛି। ଧାନ ସହିତ ପନିପରିବା ଚାଷ ନଷ୍ଟ ହୋଇଛି। ତେଣୁ ଚାଷୀମାନେ ଚିନ୍ତିତ ହୋଇପଡ଼ିଛନ୍ତି।
ରବିବାର ଦିନ ରାଜ୍ୟର ସମଗ୍ର ଉପକୂଳ ଜିଲ୍ଲାଗୁଡ଼ିକରେ ଅପରାହ୍ନ ପର୍ଯ୍ୟନ୍ତ ବର୍ଷା ଜାରି ରହିଥିଲା । ଗତ ୩୬ ଘଣ୍ଟାରେ ରାଜ୍ୟର ସର୍ବାଧିକ ବର୍ଷା ପାରାଦୀପଠାରେ ୨୫୯.୬ ମିମି ରେକର୍ଡ ହୋଇଯାଇଛି । ସେହିଭଳି ଭୁବନେଶ୍ବରରେ ୫୫.୯ ମିମି, ଚାନ୍ଦବାଲିରେ ୭୪.୪ ମିମି, ୫୪.୪ମିମି, ଗୋପାଳପୁରରେ ୬୪.୪ ମିମି, ପୁରୀରେ ୫୪.୯ମିମି ଲେଖାଏଁ ବର୍ଷା ରେକର୍ଡ ହୋଇଯାଇଛି । ଏଥିସହ ପୁରୀ, ପାରାଦୀପ ଆଦି ସ୍ଥାନରେ ଦିନତମାମ୍ ପବନର ବେଗ ଘଣ୍ଟା ପ୍ରତି ପ୍ରାୟ ୩୦ କିମି ରେକର୍ଡ ହୋଇଛି । 'ଜୱାଦ' ପ୍ରଭାବରେ ରାଜ୍ୟରେ ହାରାହାରି ୧୧.୮ ମିମି ବୃଷ୍ଟିପାତ ପରିଲକ୍ଷିତ ହୋଇଛି ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications