Get Updates
Get notified of breaking news, exclusive insights, and must-see stories!

ପୁରୀଠାରୁ ୭୦ କିଲୋମିଟର ଦୂରରେ 'ଜୱାଦ', ୩ ଘଣ୍ଟା ମଧ୍ୟରେ ନେବ ଅବପାତର ରୂପ

ବାତ୍ୟା ‘ଜୱାଦ’ ଦୁର୍ବଳ ହେବା ପରେ ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇଛି । ଆଗାମୀ ୩ ଘଣ୍ଟାରେ ଅବପାତର ରୂପ ନେଇ ଉତ୍ତର ଓ ଉତ୍ତର ପୂର୍ବ ଦିଗରେ ପଶ୍ଚିମବଙ୍ଗ ଆଡ଼କୁ ପଳାଇବା ସମ୍ଭାବନା ରହିଛି । ଏବେ ପୁରୀ ଠାରୁ ୭୦ କିଲୋମିଟର ଦୂରରେ ରହିଛି 'ଜୱାଦ'।

ଭୁବନେଶ୍ୱର: ଉପକୂଳ ମୁହାଁ ଗଭୀର ଅବପାତ । ବାତ୍ୟା 'ଜୱାଦ' ଦୁର୍ବଳ ହେବା ପରେ ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇଛି । ଆଗାମୀ ୩ ଘଣ୍ଟାରେ ଅବପାତର ରୂପ ନେଇ ଉତ୍ତର ଓ ଉତ୍ତର ପୂର୍ବ ଦିଗରେ ପଶ୍ଚିମବଙ୍ଗ ଆଡ଼କୁ ପଳାଇବା ସମ୍ଭାବନା ରହିଛି । ଏବେ ପୁରୀ ଠାରୁ ୭୦ କିଲୋମିଟର ଦୂରରେ ରହିଛି 'ଜୱାଦ'।

cyclone jawad

ଏବେ ଗଭୀର ଅବପାତ ଗୋପାଳପୁର ଠାରୁ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ୯୦ କିଲୋମିଟର ଦୂରରେ ରହିଛି । ସେହିଭଳି ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ ପାରାଦୀପ ଠାରୁ ୨୧୦ କିଲୋମିଟର ଦୂରରେ ରହିଛି । ତାଜା ଆକଳନ ଅନୁସାରେ, 'ଜୱାଦ' ଆହୁରି ଦୁର୍ବଳ ହୋଇ ଅବପାତ ରୂପ ନେବ ।

'ଜୱାଦ' ପ୍ରଭାବରେ ଓଡ଼ିଶାର ଉପକୂଳ ଜିଲ୍ଲା ଗୁଡ଼ିକରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି । ସମୁଦ୍ର ଉପକୂଳରେ ୪୫ରୁ ୫୫ କିଲୋମିଟର ବେଗରେ ପବନ ବହୁଥିବା ସୂଚନା ଦେଇଛନ୍ତି ଆଇଏମଡି ଡିଜି । ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ପବନ ଆଜି ସନ୍ଧ୍ୟା ଯାଏ ଲାଗି ରହିବ । ଧିରେ ଧିରେ ବର୍ଷାର ପରିମାଣ କମିବ । ଆଜି କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିବ ।

ସେହିପରି ଖଲ୍ଲିକୋଟରେ ସର୍ବାଧିକ ୧୫୮ ମିମି ବର୍ଷା ରେକର୍ଡ କରାଯାଇଛି । ଏହାଛଡ଼ା ନୟାଗଡ଼ରେ ୧୦୭.୫, ଛତ୍ରପୁରରେ ୮୬.୬ ଓ ଭୁବନେଶ୍ୱରରେ ୪୨.୩ ମିମି, ଖୋର୍ଦ୍ଧାର ବାଣପୁରରେ ୮୧, ଗଞ୍ଜାମର ପୋଲସରାରେ ୭୧.୮, ଜଗତସିଂହପୁରରେ ୬୮ ଓ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗରରେ ୬୫ ମିମି ବର୍ଷା ହୋଇଥିବା ଜଣାଯାଇଛି । ବର୍ତ୍ତମାନ ଗଭୀର ଅବପାତ ରହିଛି, ଦୁର୍ବଳ ହୋଇ ଅବପାତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଜୱାଦ ପ୍ରଭାବରେ ଭୁବନେଶ୍ୱର ଓ କଟକରେ ଏବେ ବି ବର୍ଷା ଜାରି ରହିଛି । ଗତକାଲି ପାଣିପାଗ ବିଭାଗ ପକ୍ଷରୁ ଟ୍ୱିନସିଟି ଲାଗି ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିଲା। ପ୍ରବଳ ବର୍ଷା ହେବା ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ରାସ୍ତାଘାଟ ଜନଶୂନ୍ୟ ହୋଇପଡ଼ିଛି । ଏପରିକି ଭୁବନେଶ୍ୱର ଓ କଟକରେ ଖୁବ୍ କମସଂଖ୍ୟକ ବସ ଚଳାଚଳ କରୁଥିବାର ପରିଲକ୍ଷିତ ହେଉଛି। କଟକର ବାଦାମବାଡ଼ି ଅଞ୍ଚଳରେ ବର୍ଷାପାଣି ରାସ୍ତା ଉପରେ ପ୍ରବାହିତ ହେଉଛି। ଭୁବନେଶ୍ୱର ଓ କଟକରେ ୭ରୁ ୧୧ ସେଣ୍ଟିମିଟର ଯାଏଁ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+