Get Updates
Get notified of breaking news, exclusive insights, and must-see stories!

ଟଳିଲା ବାତ୍ୟା ବିପଦ, ଗଞ୍ଜାମରୁ ବାଲେଶ୍ଵର ଯାଏଁ ଜାରି ରହିଛି ପ୍ରବଳ ବର୍ଷା

ଭୁବନେଶ୍ବର: ରାଜ୍ୟରେ ବାତ୍ୟା ଯାବଦ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ଏହା ଗୋପାଳପୁର ଠାରୁ 90 କିମି ଏବଂ ପୁରୀ ଠାରୁ 120 କିମି ଦୂରରେ ରହିଛି । ସମୁଦ୍ର ଭିତରେ ବାତ୍ୟା ଘଣ୍ଟା ପ୍ରତି 15 କିମି ଗତି କରୁଛି। ଉତ୍ତର ତଥା ଉତ୍ତର ପୂର୍ବ ଆଡକୁ ଏହା ଗତି କରି କ୍ରମଶଃ ଦୁର୍ବଳ ହେବାରେ ଲାଗିଛି ବୋଲି ସୂଚନା ଦେଇଛନ୍ତି ଆଇଏମଡି ଡ଼ିଜି ମୃତ୍ୟୁଞ୍ଜୟ ମହାପାତ୍ର ।

Jawad

ବାତ୍ୟା ପ୍ରଭାବରେ ରାଜ୍ୟର ସମସ୍ତ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ଲାଗି ରହିଛି। ଗଞ୍ଜାମ, କେନ୍ଦ୍ରପଡା, କଟକ, ଜଗତସିଙ୍ଘପୁର, ବାଲେଶ୍ଵର, ଖୋର୍ଦ୍ଧା ଏବଂ ପୁରୀରେ ଜାରି ରହିଛି ବର୍ଷା। ଗଞ୍ଜାମର ଖଲ୍ଲିକୋଟ ଅଞ୍ଚଳରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ଫଳରେ ଜାତୀୟ ରାଜପଥ ନିକଟରେ ଯାତାୟାତ କିଛିମାତ୍ରାରେ ପ୍ରଭାବିତ ହୋଇଛି।

rain

ବନ୍ଦରରେ 3 ନମ୍ବର ବିପଦ ସଙ୍କେତ

ବାତ୍ୟା ସମୟରେ ସ୍ଥାନେ ସ୍ଥାନେ 50 ରୁ 55 କିମି ବେଗରେ ପବନ ବହିବା ସମ୍ଭାବନା ରହିଛି। ପୁରୀ ଓ ଗଞ୍ଜାମ ପାଇଁ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଛି ଅରେଞ୍ଜ ୱାର୍ନିଙ୍ଗ । ରାଜ୍ୟର ବନ୍ଦର ଗୁଡିକ ପାଇଁ ତିନି ନମ୍ବର ବିପଦ ସଂକେତ ଜାରି କରାଯାଇଛି। ସେହିପରି ମତ୍ସ୍ୟଜୀବୀ ମାନଙ୍କୁ ପରବର୍ତ୍ତୀ ଆଦେଶ ଯାଏଁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।

ଦକ୍ଷିଣ ଠାରୁ ଉତ୍ତର ଓଡିଶାରେ ହେଉଛି ଅଧିକ ବର୍ଷା

ରାଜ୍ୟର ଦକ୍ଷିଣ ତଥା ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ଶନିବାର ଠାରୁ ବର୍ଷା ଲାଗି ରହିଛି। ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଙ୍ଘପୁରରେ ପ୍ରବଳ ବର୍ଷା ଜାରି ରହିଛି। ତେବେ ରବିବାର ସକାଳୁ କ୍ରମଶଃ ଦକ୍ଷିଣ ଅପେକ୍ଷା ଉତ୍ତର ଓଡିଶାରେ ବର୍ଷା ବଢିବାରେ ଲାଗିଛି। ପାଣିପାଗ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ ଉତ୍ତର ଓଡିଶାରେ କ୍ରମଶଃ ବର୍ଷା ର ପରିମାଣ ରବିବାର ବୃଦ୍ଧି ପାଇବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+