ଓଡିଶାରେ ପ୍ରବଳ ଛେଚିବା ପରେ ଏବେ ପଶ୍ଚିମବଙ୍ଗ ମୁହାଁ ‘ଜୱାଦ୍’

ସମୁଦ୍ରରେ ଦୁର୍ବଳ ହେଲା ବାତ୍ୟା ‘ଜଓ୍ବାଦ’ । ପୁରୀ ଉପକୂଳ ଛୁଇଁଲାନି । ଓଡ଼ିଶା ଉପରୁ ବିପଦ ଟଳିଛି। ଓଡ଼ିଶାରୁ ବିପଦ ଟଳିବା ପରେ ଏବେ ବାତ୍ୟା ଜୱାଦ ପଶ୍ଚିମବଙ୍ଗ ମୁହାଁ ହୋଇଛି।

ଭୁବନେଶ୍ୱର: ସମୁଦ୍ରରେ ଦୁର୍ବଳ ହେଲା ବାତ୍ୟା 'ଜଓ୍ବାଦ' । ପୁରୀ ଉପକୂଳ ଛୁଇଁଲାନି । ଓଡ଼ିଶା ଉପରୁ ବିପଦ ଟଳିଛି। ଦୁର୍ବଳ ହେବା ପରେ ବାତ୍ୟା ଜୱାଦ ଅବପାତରେ ପରିଣତ ହୋଇଛି। ପୁନଶ୍ଚ ଉତ୍ତର ଉତ୍ତର-ପୂର୍ବକୁ ଗତି କରି ମଧ୍ୟରାତ୍ରି ସୁଦ୍ଧା ଅଧିକ ଦୁର୍ବଳ ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଓଡ଼ିଶାରୁ ବିପଦ ଟଳିବା ପରେ ଏବେ ବାତ୍ୟା ଜୱାଦ ପଶ୍ଚିମବଙ୍ଗ ମୁହାଁ ହୋଇଛି।

cyclone jawad

ତେବେ ଆହୁରି ୨୪ ଘଣ୍ଟା ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ଲାଗି ରହିବାର ସମ୍ଭାବନା ରହିଛି । କାଲି ସକାଳ ସାଢେ ଆଠଟା ପର୍ଯ୍ୟନ୍ତ ୯ଟି ଜିଲ୍ଲାକୁ ଅରେଞ୍ଜ ଏବଂ ୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଏବଂ ମୟୂରଭଞ୍ଜକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଗଞ୍ଜାମ, ନୟାଗଡ, କେନ୍ଦୁଝର, ଅନୁଗୁଳ ଏବଂ ଢେଙ୍କାନାଳକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳ ବର୍ଷା ସହ ଉପକୂଳବର୍ତ୍ତୀ ଜିଲ୍ଲାରେ ଘଣ୍ଟାକୁ ୪୦ରୁ ୫୦କିଲୋମିଟର ବେଗରେ ପବନ ବହିବ । ପବନର ଝଟ୍‌କା ୬୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ ବୋଲି ଆଇଏମଡି ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।

ଜୱାଦ ପ୍ରଭାବରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଛି। ପୁରୀ, କଟକ, ଜଗତସିଂହପୁର, ଖୋର୍ଦ୍ଧା, ଗଞ୍ଜାମ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଅଧିକ ବର୍ଷା ହୋଇଥିବା ସୂଚନା ମିଳିଛି। ତେବେ ଆଜି ଅପରାହ୍ଣ ୫ଟା ୩୦ ସୁଦ୍ଧା ପାରାଦୀପରେ ସର୍ବାଧିକ ୨୦୧ ମିଲିମିଟର ବର୍ଷା ହୋଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି।

ସେହିଭଳି ଜଗତସିଂହପୁରର ଅନ୍ୟାନ୍ୟ ଅଞ୍ଚଳରେ ବି ବର୍ଷାର ଅଧିକ ପ୍ରଭାବ ଦେଖିବାକୁ ମିଳିଛି। ଏରସମାରେ ୧୮୮, କୁଜଙ୍ଗରେ ୧୧୪ ଓ ଜଗତସିଂହପୁରରେ ୬୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେହିପରି ବାରିପଦାରେ ୩୯, ଚାନ୍ଦବାଲିରେ ୩୫ ଓ ଅନୁଗୁଳରେ ୨୯ ମିଲିମିଟର ବର୍ଷା ହୋଇଛି। କେନ୍ଦ୍ରାପଡ଼ାରେ ୩୫, ଖୋର୍ଦ୍ଧାରେ ୩୩, ପୁରୀରେ ୨୫, ଭଦ୍ରକରେ ୨୧, କଟକରେ ୨୦, ଭୁବନେଶ୍ୱରରେ ୧୪ ବାଲେଶ୍ୱରରେ ୧୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+