ଟଳିଲା ବାତ୍ୟା ବିପଦ !, ଦୁର୍ବଳ ହୋଇ ଗଭୀର ଅବପାତ ରୂପ ନେଲା ‘ଜୱାଦ’

ଟଳିଲା ବାତ୍ୟା ବିପଦ ! କ୍ରମଶଃ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେଲା ‘ଜୱାଦ’ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ଟ୍ୱିଟ୍ କରି ଏହି ସୂଚନା ଦେଇଛି।

ଭୁବନେଶ୍ୱର: ଟଳିଲା ବାତ୍ୟା ବିପଦ ! କ୍ରମଶଃ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେଲା 'ଜୱାଦ' । ଆଞ୍ଚଳିକ ପାଣିପାଗ କେନ୍ଦ୍ର ଟ୍ୱିଟ୍ କରି ଏହି ସୂଚନା ଦେଇଛି । ଏଥିରେ କୁହାଯାଇଛି, ଅପରାହ୍ନ ସାଢ଼େ ୫ଟାରେ ବାତ୍ୟା 'ଜୱାଦ' ଗଭୀର ଅବପାତରେ ପରିଣତ ହୋଇଛି। ଏହା ଏବେ ବିଶାଖାପାଟଣାରୁ ୧୮୦ କିମି ଓ ଗୋପାଳପୁରରୁ ୨୬୦ କିମି ଦୂରରେ ଅଛି। ସେହିପରି ପୁରୀ ଠାରୁ ୩୩୦ କିମି ଓ ପାରାଦୀପରୁ ୪୨୦ କିମି ଦୂରରେ ରହିଛି।

cyclone jawad

ଏହି ସୂଚନା ପରେ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି) ପ୍ରଦୀପ ଜେନା କହିଛନ୍ତି, ଜୱାଦ ଓଡ଼ିଶା ଛୁଇଁନପାରେ ବୋଲି ଆଶା କରାଯାଉଛି। ଯଦି ପାଣିପାଗ ବିଭାଗର ଆକଳନ ଅନୁସାରେ ଏହା ଯାଏ, ତା'ହେଲେ ଓଡ଼ିଶା ଛୁଇଁ ନପାରେ। ଏହା ସହିତ ଆମକୁ ପ୍ରଭୁ ଜଗନ୍ନାଥ ରକ୍ଷା କରିବେ ବୋଲି ସେ କହିଛନ୍ତି।

ତେବେ ଗତକାଲି ଯେତିକି ବଳ ନେଇ ବାତ୍ୟା ଆସୁଥିଲା, ଆଜି ସେଥିରେ ହ୍ରାସ ଘଟିଛି । ଉତ୍ତର-ପଶ୍ଚିମ ଦିଗରେ ଗତି କରୁଥିବା ଜୱାଦ, ଉତ୍ତର ମୁହାଁ ହେବା ବେଳେ ଶିଥିଳ ହୋଇଯାଇଛି । ସବୁଠୁ ବଡ଼ କଥା ହେଉଛି ବାତ୍ୟା ଗଭୀର ଅବପାତରେ ପରିଣତ ହୋଇ ସ୍ଥଳଭାଗ ନିକଟତର ହେବ, କିନ୍ତୁ ସ୍ଥଳଭାଗ ଛୁଇଁବା ସମ୍ଭାବନା କମ୍ ।

ଅନ୍ୟପକ୍ଷରେ ସାମ୍ଭାବ୍ୟ ବାତ୍ୟା ଜୱାଦ ପ୍ରଭାବରେ ପୁରୀରେ ଲାଗି ରହିଛି ବର୍ଷା । ଆଜି ସାମାନ୍ୟ କମିଛି ବର୍ଷା । ଅନ୍ୟପଟେ ବାତ୍ୟା ପାଇଁ ଚନ୍ଦ୍ରଭାଗାରେ ବାଲୁକା କଳା ମହୋତ୍ସବକୁ ବନ୍ଦ କରାଯାଇଥିବା ବେଳେ, ଯୁଦ୍ଧକାଳୀନ ଭିତ୍ତିରେ ଜିନି: କଢ଼ାଯାଇଛି । ବର୍ଷାର ପ୍ରକୋପ କମିଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ପ୍ରଚାର ମାଧ୍ୟମରେ ଲୋକଙ୍କୁ ସତର୍କ କରି ପରିସ୍ଥିତି ଉପରେ ନଜର ରଖିଛି । କୋଣାର୍କ ଏନଏସି, ରାଜସ୍ବ ବିଭାଗର ଅଧିକାରୀମାନେ ଚନ୍ଦ୍ରଭାଗା ନୋଳିଆ ସାହିରେ ରହି ସ୍ଥିତି ଉପରେ ସତର୍କ ନଜର ରଖିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+