ରବିବାର ପୁରୀରେ ଲ୍ୟାଣ୍ଡଫଲ କରିପାରେ ବାତ୍ୟା 'ଜୱାଦ': ୮୦ରୁ ୯୦ କିମି ବେଗରେ ବହିବ ପବନ
୫ ତାରିଖ ଅପରାହ୍ନରେ ପୁରୀ ଜିଲ୍ଲା ଉପକୂଳ ପାଖାପାଖି ପହଞ୍ଚିବ ଜୱାଦ । ସ୍ଥଳଭାଗ ଛୁଇଁବ କି ନାହିଁ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
ଭୁବନେଶ୍ୱର: ବାତ୍ୟା ଜୱାଦକୁ ନେଇ ଏସଆରସିଙ୍କ ପ୍ରେସମିଟ୍ । ୫ ତାରିଖ ଅପରାହ୍ନରେ ପୁରୀ ଜିଲ୍ଲା ଉପକୂଳ ପାଖାପାଖି ପହଞ୍ଚିବ ଜୱାଦ । ସ୍ଥଳଭାଗ ଛୁଇଁବ କି ନାହିଁ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ବାତ୍ୟା ପ୍ରଭାବରେ ପବନର ବେଗ ପ୍ରାୟ ୮୦ରୁ ୯୦ କିଲୋମିଟର ରହିବ । ଏଥି ସହ ଆଜି ରାତିରୁ ଗଞ୍ଜାମ, ଗଜପତି, ପୁରୀରେ ବର୍ଷା ହେବ । ପୂର୍ବ ନିର୍ଦ୍ଦେଶ ଅନୁସାରେ ସମୁଦ୍ରରୁ ସମସ୍ତ ମତ୍ସ୍ୟଜୀବୀ କୂଳକୁ ଫେରିଆସିଛନ୍ତି । ୨୨ହଜାର ୭୦୦ଡଙ୍ଗା କୂଳକୁ ଫେରିଆସିଥିବା କହିଛନ୍ତି ଏସଆରସି ପ୍ରଦୀପ ଜେନା ।

ବାତ୍ୟା ପ୍ରଭାବରେ କେତେକ ସ୍ଥାନରେ ବର୍ଷା ଆରମ୍ଭ ହୋଇସାରିଥିବା ବେଳେ ମଧ୍ୟରାତ୍ରିରେ ପବନର ବେଗ ବଢିବା ଅନୁମାନ କରାଯାଉଛି । ବିଶେଷ କରି ପୁରୀ ସମେତ ଗଞ୍ଜାମ, ଗଜପତି ଓ ଜଗତସିଂହପୁରରେ ବର୍ଷା ଓ ପବନର ବେଗ ଅଧିକ ରହିବ । ଶନିବାର ଏସବୁ ଜିଲ୍ଲାରେ ୪୫ରୁ ୫୫ କିମି ବେଗରେ ପବନ ବହିପାରେ । ରବିବାର ବାତ୍ୟା ଲ୍ୟାଣ୍ଡଫଲ କଲାବେଳକୁ ଘଣ୍ଟାପ୍ରତି ୮୦ରୁ ୯୦ କିମି ରହିବ ପବନର ବେଗ ।
ବାତ୍ୟା ମୁକାବିଲା ପାଇଁ ପୁରୀରେ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ହୋଇଛି । ଲୋକଙ୍କୁ ସଜାଗ ରହିବାକୁ ମାଇକ ଦ୍ୱାରା ପ୍ରଚାର କରାଯାଇଛି । ସେହିପରି ସମୁଦ୍ର ଅଶାନ୍ତ ରହିଥିବା ଦେଖିବାକୁ ମିଳିଛି । ସମୁଦ୍ର ଭିତରକୁ ମତ୍ସ୍ୟଜୀବିଙ୍କୁ ଯିବାପାଇଁ ବାରଣ କରାଯାଇଛି । ସ୍ଥିତି ଉପରେ ନଜର ରଖିବା ସହ ଉଦ୍ଧାର କାର୍ଯ୍ୟ ପାଇଁ ପୁରୀରେ ଏନଡିଆରଏଫ ଟିମ୍ ମୁତୟନ ହୋଇଛନ୍ତି ।
ସେହିପରି ବାଲୁଗାଁ ଓ ବାଣପୁର ଅଞ୍ଚଳ ଉପରେ ସ୍ୱତନ୍ତ୍ର ଭାବେ ନଜର ରଖାଯାଇଛି । ବାତ୍ୟାର ମୁକାବିଲା ପାଇଁ NDRF, ODRAF ଓ ଅଗ୍ନିଶମ ବାହିନୀର ଟିମ୍ ୨୪୭ଟିମ ବିଭିନ୍ନ ଅଞ୍ଚଳରେ ନିୟୋଜିତ ହୋଇଛନ୍ତି । ବର୍ତ୍ତମାନ କେବଳ ୧୯ ଟିମ୍ ରିଜର୍ଭ ରଖାଯାଇଛି । କାଲିଠାରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବା ସହ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାମ କରିବ ବୋଲି କହିଛନ୍ତି ଏସଆରସି । ମୁଖ୍ୟ ଶାସନ ସଚିବ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications