ଆଜିଠୁ ଭିତର ରତ୍ନଭଣ୍ଡାରରେ ହେବ ଗଣତିମଣତି
ଆଜିଠୁ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ଗଣତି ମଣତି କାର୍ଯ୍ୟ ଆରମ୍ଭ ହେବ । ଏନେଇ ଏକ ପ୍ରସ୍ତୁତି ବୈଠକ ରବିବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୁରୀ ଜିଲ୍ଲାପାଳଙ୍କ ସମେତ ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟିର ଅଧ୍ୟକ୍ଷ ଓ ରତ୍ନଭଣ୍ଡାର ଗଣତିମଣତି ଟିମର ସଦସ୍ୟ ଉପସ୍ଥିତ ଥିଲେ । ଏସ୍ଓପି ଅନୁଯାୟୀ ଜିଲ୍ଲା ଟ୍ରେଜେରିରୁ ଚାବି ଅଣାଯାଇ ପୁରୀ ଜିଲ୍ଲାପାଳ ତଥା ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଭିତର ରତ୍ନଭଣ୍ଡାର ଖୋଲାଯିବ ।

ପ୍ରସ୍ତୁତି ବୈଠକରେ ରାଜ୍ୟ ସରକାରଙ୍କ ଏସ୍ଓପି ଅନୁଯାୟୀ କିଭଳି ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତିମଣତି କରାଯିବ, କେଉଁମାନେ ଭିତରେ ଏବଂ ବାହାରେ ରହିବେ, କ'ଣ ସବୁ ବ୍ୟବସ୍ଥା ହେବ ସେନେଇ ସବିଶେଷ ଆଲୋଚନା ହୋଇଥିଲା । ସେହିପରି ସବୁ ରତ୍ନ ଅଳଙ୍କାରର ଥ୍ରୀଡି ସ୍କ୍ରିନିଂ କରାଯାଇ ଡିଜିଟାଲ ଫଟୋଗ୍ରାଫି କରାଯିବ । ଏହାକୁ ନେଇ ଏକ ଡିଜିଟାଲ କ୍ୟାଟଲଗ୍ ପ୍ରସ୍ତୁତ କରାଯିବ । ଫଳରେ ଆଗାମୀ ଦିନରେ ଯଦି କେବେ ଗଣତିମଣତି କାର୍ଯ୍ୟ ହୁଏ ତାହା ଖୁବ୍ କମ୍ ସମୟ ଏବଂ ସହଜରେ ହୋଇପାରିବ ।
୧୯୭୮ ତାଲିକା ଅନୁଯାୟୀ ଭିତର ରତ୍ନଭଣ୍ଡାରରେ ସମୁଦାୟ ୩୬୭ ପ୍ରକାର ସ୍ୱର୍ଣ୍ଣ ଅଳଙ୍କାର ରହିଛି । ଏଥିମଧ୍ୟରେ ମସ୍ତକ ମୁକୁଟ, କୁଣ୍ଡଳ, ନାକଚଣା, ହାର, ବାଜୁବନ୍ଧ, ମୁଦି, ପୟର ଭଳି ବିଭିନ୍ନ ଅଳଙ୍କାର ଅଛି । ଭିତର ଭଣ୍ଡାରରେ ଥିବା ସମସ୍ତ ସ୍ୱର୍ଣ୍ଣ ଅଳଙ୍କାରର ଓଜନ ସମୁଦାୟ ୪,୩୬୪ ଭରି । ସେହିଭଳି ୨୩୧ଟି ରୁପା ଅଳଙ୍କାର ରହିଛି । ଯାହାର ଓଜନ ୧୪,୮୭୮ ଭରି । ସୋମବାର ଭିତର ରତ୍ନଭଣ୍ଡାର ଗଣତି ବେଳେ ଏହି ତାଲିକାକୁ ମେଳକ କରାଯିବ ।
-
ଆଜି ସରିବ ବାହାର ରତ୍ନଭଣ୍ଡାର ଗଣତିମଣତି, ସୋମବାରଠୁ ଭିତର ଭଣ୍ଡାର ଗଣତି -
ଛାତ୍ରଛାତ୍ରୀ ଓ ଶ୍ରମିକଙ୍କ ଗ୍ୟାସ୍ ଟେନ୍ସନ୍ ଦୂର, ପେଟ୍ରୋଲ ପମ୍ପ୍ରେ ମିଳିଲା ୫ କେଜି ଟାଙ୍କି -
୪ରୁ ୬ ଡିଗ୍ରୀ ବଢ଼ିଯିବ ଦିନ ତାପମାତ୍ରା, ଆଜି ଉପକୂଳିଆ ୧୧ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ -
ମେରିକା ଗୁଇନ୍ଦାର ବଡ଼ ଖୁଲାସା, ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଣ କରୁଛି ଚୀନ୍ -
ଥମିବ ଯୁଦ୍ଧ ! ଆଜି ଇସାଲାମାବାଦରେ ଇରାନ-ଆମେରିକା ଶାନ୍ତି ଆଲୋଚନା ବୈଠକ -
ଗାଡ଼ିରୁ ଓହ୍ଲାଇ ରାହୁଲଙ୍କ ସହ କଥା ହେଲେ ମୋଦି -
ଶାନ୍ତି ଆଲୋଚନା ବିଫଳ, ବିନା ଚୁକ୍ତିରେ ଫେରିଲେ ଜେଡି ଭାନ୍ସ -
ଆରପାରିରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ, ସଙ୍ଗୀତ ଜଗତରେ .... -
ଇରାନ ବିରୋଧରେ ଯୁଦ୍ଧ ଜାରି ରଖିବାକୁ ଇସ୍ରାଏଲର ଧମକ





Click it and Unblock the Notifications