ପବିତ୍ର ଗୁରୁ ପୂର୍ଣ୍ଣିମା, ଜାଣନ୍ତୁ ଆଜି ଦିନର ମହତ୍ୱ

ଗୁରୁ ସେ କେବେ ପାଠ ଶିକ୍ଷା ଦିଅନ୍ତି ତ କେବେ ସମାଜରେ ବଂଚିବାକୁ ଶିଖାନ୍ତି, କେବେ ସେ ଲହୁଣୀ ପରି କୋମଳତ କେବେ ସେ ଛାଟ ଧରି ଅନୁସନ୍ଧାନ କରିବାକୁ ଧୁରନ୍ଧର । ସେ ଅନ୍ୟ କେହି ନୁହେଁ ଜୀବନର ପ୍ରତ୍ୟେକଟି ସୋପାନ ଯାହା ବିନା ଅଧୁରା ସେ ହିଁ ଗୁରୁ । ଗୁରୁ ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଙ୍କ ସହ ତୁଳନୀୟ । ପରଂବ୍ରହ୍ମଙ୍କ ସହ ତୁଳନୀୟ ହେଉଛନ୍ତି ଗୁରୁ । ଭାରତ ବର୍ଷରେ ଗୁରୁଙ୍କ ସ୍ଥାନ ସବୁଠାରୁ ଶ୍ରେଷ୍ଠ ।

ଆଜି ହେଉଛି ଗୁରୁ ପୂର୍ଣ୍ଣିମା । ଆଷାଢ ପୂର୍ଣ୍ଣିମାକୁ ଗୁରୁ ପୁର୍ଣ୍ଣିମା ଭାବେ ପାଳନ କରାଯାଇଥାଏ । ଶାସ୍ତ୍ର ଅନୁଯାୟୀ, ବେଦର ଲେଖକ ମହର୍ଷି ବେଦବ୍ୟାସ ଏହି ଆଷାଢ ପୂର୍ଣ୍ଣିମା ଦିନ ଜନ୍ମ ଗ୍ରହଣ କରିଥିଲେ ।

Guru Purnima

ପ୍ରଥମେ ମହର୍ଷି ବେଦବ୍ୟାସ ବେଦ ଶିକ୍ଷା ପ୍ରଦାନ କରିଥିଲେ । ତେଣୁ ତାଙ୍କୁ ହିନ୍ଦୁ ଧର୍ମରେ ପ୍ରଥମ ଗୁରୁର ମାନ୍ୟତା ଦିଆଯାଇଛି । ଏହି କାରଣରୁ ଗୁରୁ ପୂର୍ଣ୍ଣିମାଙ୍କୁ ବ୍ୟାସ ପୂର୍ଣ୍ଣିମା ମଧ୍ୟ କୁହାଯାଏ । ଏହି ଦିନ ଗୁରୁଙ୍କୁ ପୂଜା ମଧ୍ୟ କରାଯାଇଥାଏ ।

ଭାରତୀୟ ସଂସ୍କୃତି ଗୁରୁବାଦର ପ୍ରତୀକ । ଧରାପୃଷ୍ଠରେ ସ୍ୱତନ୍ତ୍ର ଆସନର ଅଧିକାରୀ ହେଉଛନ୍ତି ଗୁରୁ । ଜ୍ଞାନର ଗ୍ରନ୍ଥାଘର ହେଉଛନ୍ତି ଗୁରୁ । ଗୁ ଅର୍ଥ ଅନ୍ଧାର, ରୁ ଅର୍ଥ ଆଲୋକ ଅର୍ଥାତ ଶିଷ୍ୟର ଅଜ୍ଞାନ ରୂପକ ଅନ୍ଧାକାରକୁ ଦୂରୀଭୁତ କରି ଜ୍ଞାନ ରୂପକ ଆଲୋକକୁ ଯେ ବିକଶିତ କରେ ସେ ହିଁ ସଦ୍‌ଗୁରୁ । ଭାରତୀୟ ସଂସ୍କୃତିରେ ଗୁରୁ ମାନଙ୍କ ସ୍ଥାନ ସର୍ବୋଚ୍ଚରେ । ସୁସ୍ଥ ସମାଜର ବିକାଶରେ ଯାହାର ମୁଖ୍ୟ ଭୁମିକା ଥାଏ ସେ ହିଁ ଗୁରୁ । ସୃଷ୍ଟିର ଆରମ୍ଭରୁ ଗୁରୁ ଶବ୍ଦର ମହତ୍ୱ ଆମ ସମାଜରେ ରହି ଆସିଅଛି । ଶିଶୁ ପାଇଁ ତା ପିତାମାତା ହେଇଛନ୍ତି ପ୍ରଥମ ଗୁରୁ ।

ଗୁରୁଙ୍କ ସ୍ଥାନ ସର୍ବୋଚ୍ଚରେ, ପ୍ରାଚୀନ ଭାରତରେ ଗୁରୁମାନେ ମହାଜ୍ଞାନୀ ଥିଲେ । ପୁରାଣ ମାନଙ୍କରେ ଗୁରୁଙ୍କ ସ୍ଥାନ ଉଚ୍ଚରେ ଥିବାର ପ୍ରମାଣ ମିଳେ । ଆବହମାନ କାଳରେ ମନୁଷ୍ୟ ନିଜ ଜୀବନକୁ ଚାରୋଟି ଆସନରେ ବିଭକ୍ତ କରିଥିଲା । ବ୍ରହ୍ମଚାର୍ଯ୍ୟ, ଗାର୍ହ୍ୟସ୍ଥ, ଯତିବ୍ରତ ଏବଂ ବାନପ୍ରସ୍ଥ । ବାନପ୍ରସ୍ଥରେ ପିଲାମାନେ ଗୁରୁଗୃହରେ ରହି ଶିକ୍ଷାଗ୍ରହଣ କରୁଥିଲେ । ସେହି ସମୟରେ ସେମାନଙ୍କୁ ସକଳ ପ୍ରକାରର ଶିକ୍ଷା , ଶାସ୍ତ୍ର ଶିକ୍ଷା, ଯୁଦ୍ଧ ବିଦ୍ୟା ଆଦି ସମସ୍ତ ଦରକାରୀ ଶିକ୍ଷା ଦିଆଯାଉଥିଲା । ସେହି ପବିତ୍ର ସ୍ଥାନରୁ ନିଜ ଜୀବନ ଧାରଣ ପାଇଁ ଉପଯୁକ୍ତ ମାର୍ଗ ଚୟନ କରି ଶିଷ୍ୟ ନିଜକୁ ସୁଦୃଢ କରି ଗଢି ତୋଳୁଥିଲା । ଗୁରୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନଜ ଜୀବନକୁ ସେ ଏକ ସ୍ୱତନ୍ତ୍ର ସ୍ଥାନରେ ପ୍ରତିପାଦିତ କରୁଥିଲା ।

ଗୋଟେ ସ୍ଥାନରେ ଗରିବ ହେଉ ବା ରାଜାଙ୍କ ପୁତ୍ର ସମସ୍ତେ ଏକତ୍ରିତ ହୋଇ ଶିକ୍ଷା ଗ୍ରହଣ କରୁଥିଲା । ଶିକ୍ଷାର ବନ୍ଧନରେ ସମସ୍ତେ ନିଜକୁ ଗୁରୁଙ୍କ ପାଖରେ ସମର୍ପିତ କରୁଥିଲା । ଗୁରୁ ଆଶ୍ରମରେ ରହି ଗୁରୁଙ୍କ ସେବା କରି ସେମାନେ ଶିକ୍ଷା ଗ୍ରହଣ କରୁଥିଲେ । ଗୁରୁଙ୍କୁ ଶିଷ୍ୟ ମାନେ ଭକ୍ତି ଦ୍ୱାରା ସନ୍ତୁଷ୍ଟ କରୁଥିଲେ । ଆଶ୍ରମର ପ୍ରତ୍ୟେକ ବିଦ୍ୟାର୍ଥୀ ଅରଣ୍ୟକୁ ଯାଇ ଫଳମୂଳ, ଜାଳେଣି ସଂଗ୍ରହ କରିବା ସହ, ଭିକ୍ଷା ବୃତି ମଧ୍ୟ କରୁଥିଲେ , ଯାହା ସେମାନଙ୍କୁ ଚରିତ୍ର ଗଠନରେ ସାହାଯ୍ୟ କରିବା ସହ, ସ୍ୱାବଲମ୍ବୀ କରିବାରେ ସହାୟକ ହେଉଥିଲା । ସେମାନଙ୍କୁ ଆଦର୍ଶବାଦୀ କରୁଥିଲା । ଏହି ଗୁରୁ ଆଶ୍ରମରୁ ଶିକ୍ଷା ଗ୍ରହଣ କଲାପରେ ଗୁରୁଦକ୍ଷିଣା ଦେଇ ନିଜ ନିଜ ଘରକୁ ଫେରି ଯାଉଥିଲା । ପୁରାଣରେ ଗୁରୁ ପଶ୍ରୁରାମ, ଦ୍ରୋଣ, ବିଶ୍ୱାମିତ୍ର, ବଶି , ଶୁର୍କାଚାର୍ଯ୍ୟ, ସାନ୍ଦୀପନି, ଦୁର୍ବାସା ଆଦି ଗୁରୁଙ୍କ ଅବଦାନ ବିଶେଷ ଭାବରେ ଉଲ୍ଲଖିତ କରାଯାଇଛି ।

ସେହିପରି ଆଜି ଜଣେ ମହାନ ଋଷିଙ୍କ ଜନ୍ମଦିନ। ବିଷ୍ଣୁଙ୍କ ଅବତାର ବ୍ୟାସଦେବଙ୍କ ଜନ୍ମଦିବସକୁ ବ୍ୟାସ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମା ରୂପେ ପାଳନ କରାଯାଏ ।ଋଷି ପରାଶରଙ୍କ ଔରସରେ ମତ୍ସ୍ୟଗନ୍ଧା (ସତ୍ୟବତୀ)ଙ୍କ ଗର୍ଭରୁ ଆଷାଢ଼ ପୂର୍ଣ୍ଣିମା ଦିନ ମହର୍ଷି ବ୍ୟାସଦେବ ଗଙ୍ଗାନଦୀ ଗର୍ଭସ୍ଥ କୃଷ୍ଣଦ୍ୱୀପରେ ଜନ୍ମ ଗ୍ରହଣ କରିଥିଲେ । ଆଜିର ଦିନଟିକୁ ଗୁରୁ ପୂର୍ଣ୍ଣିମା ରୂପରେ ପାଳନ କରାଯାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+