ମମତାଙ୍କୁ ଆଉ ଏକ ଝଟକା, ଇସ୍ତଫା ଦେଲେ ରାଜ୍ୟସଭା ସାଂସଦ ସୁସ୍ମିତା
ମମତା ବାନାର୍ଜୀଙ୍କୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିବାରେ ଲାଗିଛି । ଦଳ ଭାଙ୍ଗିଗଲାଣି । ନେତା ବିଦ୍ରୋହ କଲେଣି । କିଛି ଦିନ ତଳେ ଦଳର ରାଜ୍ଯସଭା ସାଂସଦ ସୁଖେନ୍ଦୁ ଶେଖର ପାର୍ଟିରୁ ଇସ୍ତଫା ଦେଇଥିଲେ । ଏବେ ଅନ୍ୟ ଜଣେ ସାଂସଦ ମଧ୍ୟ ଇସ୍ତଫା ପ୍ରଦାନ କରିଛନ୍ତି ।

ଏକଦା ମମତାଙ୍କ ଘନିଷ୍ଠ କୁହାଯାଉଥିବା ରାଜ୍ୟସଭା ସାଂସଦ ସୁସ୍ମିତା ଘୋଷ୍ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଦଳରେ ଚାଲିଥିବା ଅସନ୍ତୋଷ ମଧ୍ୟରେ ସେ ପଦ ଛାଡିଛନ୍ତି । ତାଙ୍କ ଇସ୍ତଫା ପାର୍ଟି ପାଇଁ ବଡ ରାଜନୈତିକ ଝଟକା ବୋଲି କୁହାଯାଉଛି । ତେବେ କେଉଁ କାରଣରୁ ସେ ଇସ୍ତଫା ପ୍ରଦାନ କରିଛନ୍ତି ତାହା ସ୍ପଷ୍ଟ ହୋଇପାରି ନାହିଁ ।
ଦୀର୍ଘଦିନ ଧରି ଟିଏମସିର ପ୍ରମୁଖ ଚେହେରା ଭାବେ ସୁସ୍ମିତା ଆଗରେ ରହିଥିଲେ । ଜାତୀୟ ସ୍ତରରେ ସେ ଦଳର ଅନେକ ଭୂମିକା ସମ୍ପାଦନ କରିଛନ୍ତି ।
ଜଣଙ୍କ ପରେ ଜଣଙ୍କ ଇସ୍ତଫା
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହାରିବା ପରେ ଟିଏମସିର ସଙ୍କଟ ବଢିବାରେ ଲାଗିଛି । ଫଳାଫଳର ମାସକ ମଧ୍ୟରେ ଦଳ ଭାଙ୍ଗିବାଆରମ୍ଭକଲାଣି ।୨୦ରୁ ଅଧିକ ସାଂସଦ ଦଳ ଛାଡିବା ପାଇଁ ବସିଛନ୍ତି । ସେମାନେ ବିଜେପି ନେତୃତ୍ୱାଧୀନ ଏନଡିଏକୁ ସମର୍ଥନ କରିବାକୁ କହିସାରିଛନ୍ତି । ଏପରିକି ଟିଏମସିର ଶୀର୍ଷ ନେତୃତ୍ୱଙ୍କ ସହ କଥାବାର୍ତ୍ତା ବନ୍ଦ କରିଦେଇଛନ୍ତି । କିଛି ଦିନ ତଳେ ମମତାଙ୍କ ବିଶ୍ୱସ୍ତ କାକୋଳି ଘୋଷ ଏବଂ ସୁଖେନ୍ଦୁ ଶେଖର ଦୂରେଇ ଯାଇଥିଲେ । ଏବେ ସୁସ୍ମିତା ଇସ୍ତଫା ଦେଲା ପରେ ଦଳର ସଙ୍କଟ ଅଧିକ ଘନେଇଛି ।












Click it and Unblock the Notifications