୭୫୫ଟି ନୂଆ ପଦବୀ ମଞ୍ଜୁର କଲେ ରାଜ୍ୟ ସରକାର, ଜାଣନ୍ତୁ କେଉଁ ପଦବୀ ପାଇଁ କେତେ…

ରାଜ୍ୟର ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଏବଂ ଜନସାଧାରଣଙ୍କୁ ଉନ୍ନତମାନର ଚିକିତ୍ସା ସେବା ଯୋଗାଇଦେବା ଦିଗରେ ଓଡ଼ିଶା ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜ ଏବଂ ଚିକିତ୍ସା ଶିକ୍ଷାନୁଷ୍ଠାନଗୁଡ଼ିକରେ ଶିକ୍ଷାଦାନ ଓ ରୋଗୀ ସେବାକୁ ଅଧିକ ବ୍ୟାପକ କରିବା ପାଇଁ ସରକାର ସମୁଦାୟ ୭୫୫ଟି ନୂଆ ପଦବୀ ମଞ୍ଜୁର କରିଛନ୍ତି।ସରକାରଙ୍କ ଏହି ନିଷ୍ପତ୍ତି କେବଳ ନୂତନ ପଦବୀ ସୃଷ୍ଟି କରିବା ମଧ୍ୟରେ ସୀମିତ ନୁହେଁ, ବରଂ ଏହା ରାଜ୍ୟରେ ଚିକିତ୍ସା ଶିକ୍ଷାର ଗୁଣବତ୍ତା ବୃଦ୍ଧି, ଦକ୍ଷ ଡାକ୍ତର ସୃଷ୍ଟି କରିବା ଏବଂ ରୋଗୀମାନଙ୍କୁ ତୁରନ୍ତ ତଥା ଉତ୍ତମ ସେବା ଯୋଗାଇଦେବା ଦିଗରେ ଏକ ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ।

government

ମଞ୍ଜୁର ହୋଇଥିବା ୭୫୫ଟି ପଦବୀ ମଧ୍ୟରେ ବିଭିନ୍ନ ବର୍ଗର ଶିକ୍ଷକ ଏବଂ ଡାକ୍ତର ସାମିଲ ଅଛନ୍ତି। ପ୍ରଫେସର (Professor)୦୭, ଆସୋସିଏଟ ପ୍ରଫେସର (Associate Professor)୩୫, ଆସିଷ୍ଟାଣ୍ଟ ପ୍ରଫେସର (Assistant Professor)୫୦, ଟ୍ୟୁଟର (Tutor)୨୯, ସିନିୟର ରେସିଡେଣ୍ଟ (Senior Resident)୨୪୮, ଜୁନିୟର ରେସିଡେଣ୍ଟ (Junior Resident - MBBS)୧୯୦, କାଜୁଆଲଟି ମେଡିକାଲ ଅଫିସର (CMO)୧୧୨ବ୍ଲଡ ବ୍ୟାଙ୍କ ଅଫିସର (BBO)୮୪। ସମୁଦାୟ ୭୫୫ଟି ପଦବୀ ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+