ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୧୩ ମୃତ

ପାକିସ୍ତାନ ଆଫଗାନିସ୍ତାନର ସୀମାବର୍ତ୍ତୀ ଅଞ୍ଚଳରେ ଏୟାରଷ୍ଟ୍ରାଇକ୍ କରିଛି । ଯାହାକୁ ନେଇ ଆନ୍ତର୍ଜାତୀୟ ସ୍ତରରେ ଆଲୋଚନା ଆରମ୍ଭ କରିଛି । ଏହି ଆକ୍ରମଣରେ ୧୧ ଜଣ ପିଲାଙ୍କ ସମେତ ୧୩ ଜଣ ଲୋକଙ୍କ ମୃତ୍ୟୁ ଘଟିଛି ଏବଂ ୧୪ ଜଣ ଗମ୍ଭୀର ଭାବେ ଆହତ ହୋଇଛନ୍ତି । ଆଫଗାନିସ୍ତାନ ସରକାର ପାକିସ୍ତାନର ଏହି କାର୍ଯ୍ୟକୁ କଡ଼ା ନିନ୍ଦା କରିବା ସହ ଏହାକୁ ଅନ୍ତର୍ଜାତୀୟ ନିୟମର ଉଲ୍ଲଂଘନ ବୋଲି କହିଛି ।

Pakistan

ସୂଚନାନୁଯାୟୀ, ପାକିସ୍ତାନର ଏହି ଆକ୍ରମଣ ଆଫଗାନିସ୍ତାନର କୁନାର, ଖୋସ୍ତ ଏବଂ ପାକତିକା ପ୍ରଦେଶର ଆବାସିକ ଅଞ୍ଚଳରେ କରାଯାଇଛି । ଏହି ମୃତକଙ୍କ ମଧ୍ୟରେ ଶିଶୁ, ମହିଳା ଏବଂ ବୃଦ୍ଧ ରହିଛନ୍ତି ବୋଲି ଆଫଗାନିସ୍ତାନ ଦାବି କରିଛି । ଏହାରି ମଧ୍ୟରେ ଆଫଗାନିସ୍ତାନର ମୁଖପାତ୍ର ଜାବିଉଲ୍ଲା ମୁଜାହିଦ ଏକ ବିବୃତ୍ତି ଜାରି କରିଛନ୍ତି । ତାଙ୍କ ଦ୍ବାରା ଜାରି ହୋଇଥିବା ବିବୃତ୍ତି ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ପାକିସ୍ତାନୀ ଆକ୍ରମଣକାରୀ ସେନା ପୁଣିଥରେ ଆଫଗାନିସ୍ତାନର ସାର୍ବଭୌମତ୍ୱକୁ ଖୋଲାଖୋଲି ଉଲ୍ଲଂଘନ କରିଛନ୍ତି । ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାରଷ୍ଟ୍ରାଇକରେ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି ।

ଏଥିସହ ଜାବିଉଲ୍ଲା ଆହୁରି କହିଛନ୍ତି ଯେ, ପାକିସ୍ତାନର ଲଢ଼ୁଆ ବିମାନଗୁଡ଼ିକ ତିନୋଟି ପ୍ରମୁଖ ଆଫଗାନିସ୍ତାନ ପ୍ରଦେଶର କୁନାର, ଖୋସ୍ତ ଏବଂ ପାକଟିକା ଭଳି ଆବାସିକ ଅଞ୍ଚଳକୁ ଟାର୍ଗେଟ କରିଛନ୍ତି ଏବଂ ସାଧାରଣ ନାଗରିକଙ୍କ ଘର ଉପରେ ବୋମାମାଡ଼ କରିଛନ୍ତି । ଫଳରେ ଅନେକ ଲୋକଙ୍କ ଜୀବନ ଯାଇଥିବା ସହ ଘରଗୁଡିକ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+