ହାଇକୋର୍ଟରେ ପହଞ୍ଚିଲା ପିଲାଙ୍କ ଉପରେ କୋଭାକ୍ସିନ୍ ପରୀକ୍ଷଣ ମାମଲା, କେନ୍ଦ୍ର ଏବଂ DCGI କୁ ନୋଟିସ ଜାରି

ଭାରତ ବାୟୋଟେକ୍ 2 ରୁ 18 ବର୍ଷ ପିଲାଙ୍କ ଉପରେ କୋଭାକ୍ସିନ୍ ପରୀକ୍ଷଣ କରିବାକୁ ଯୋଜନା କରିଛି । ଏହା ମଧ୍ୟ ସରକାରଙ୍କ ଠାରୁ ଅନୁମୋଦନ ଲାଭ କରିଛି । କିନ୍ତୁ ଏହି ସମୟରେ ଏହାକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଏକ ଜନସ୍ୱାର୍ଥ ଆବେଦନ କରାଯାଇଥିଲା ।

ନୂଆଦିଲ୍ଲୀ : ସମଗ୍ର ଦେଶ କରୋନା ମହାମାରୀର ଦ୍ୱିତୀୟ ଲହର ଦେଇ ଗତି କରୁଛି । ଏହି ସମୟରେ ବୈଜ୍ଞାନିକମାନେ ଏକ ଚେତାବନୀ ଦେଇଛନ୍ତି, ଯାହା ଅନୁଯାୟୀ ଶୀଘ୍ର ଆମକୁ ତୃତୀୟ ଲହରର ସାମ୍ନା କରିବାକୁ ପଡିପାରେ । ଯେଉଁଥିରେ ଅଧିକାଂଶ ପିଲା ପ୍ରଭାବିତ ହେବେ ବୋଲି ମଧ୍ୟ କୁହାଯାଉଛି । ଏହାକୁ ଦୃଷ୍ଟିରେ ରଖି ଭାରତ ବାୟୋଟେକ୍ 2 ରୁ 18 ବର୍ଷ ପିଲାଙ୍କ ଉପରେ କୋଭାକ୍ସିନ୍ ପରୀକ୍ଷଣ କରିବାକୁ ଯୋଜନା କରିଛି । ଏହା ମଧ୍ୟ ସରକାରଙ୍କ ଠାରୁ ଅନୁମୋଦନ ଲାଭ କରିଛି । କିନ୍ତୁ ଏହି ସମୟରେ ଏହାକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଏକ ଜନସ୍ୱାର୍ଥ ଆବେଦନ କରାଯାଇଥିଲା । ଯେଉଁଥିରେ କୋର୍ଟ କେନ୍ଦ୍ର ଏବଂ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) କୁ ନୋଟିସ୍ ଜାରି କରିଛନ୍ତି ।

Covaxin

ହାଇକୋର୍ଟରେ ଦାଖଲ ହୋଇଥିବା ଆବେଦନରେ ଦର୍ଶାଯାଇଛି ଯେ, ଭାରତ ସରକାର ଏବଂ ଡିସିଜିଆଇ ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଭାରତ ବାୟୋଟେକକୁ ଅନୁମତି ଦେଇଛନ୍ତି । ଏହି କ୍ଷେତ୍ରରେ, ଏହା ଉପରେ ତୁରନ୍ତ ରୋକ୍ ଲଗାଯିବା ଉଚିତ୍ । ସମସ୍ତ ପକ୍ଷର ଶୁଣାଣି ପରେ ବେଞ୍ଚ କହିଛନ୍ତି ଯେ ଏବେ କ୍ଲିନିକାଲ୍ ପରୀକ୍ଷା ଉପରେ ରୋକ୍ ଲଗାଯିବ ନାହିଁ । ଆବେଦନକାରୀଙ୍କ ପକ୍ଷ ଶୁଣିବା ପରେ କୋର୍ଟ କେନ୍ଦ୍ର ଏବଂ ଡିସିଜିଆଇଙ୍କୁ ନୋଟିସ ଜାରି କରିଛନ୍ତି । ଉଭୟ ପକ୍ଷର ଜବାବ ଆସିବା ପରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ବୋଲି କୋର୍ଟ କହିଛନ୍ତି ।

10-12 ଦିନ ମଧ୍ୟରେ ଆରମ୍ଭ ହେବ ପରୀକ୍ଷା

ମଙ୍ଗଳବାର ଦିନ ନୀତି ଆୟୋଗର ସଦସ୍ୟ(ସ୍ୱାସ୍ଥ୍ୟ) ଡକ୍ଟର ଭି.କେ ପାଲ କହିଛନ୍ତି, ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) 2 ରୁ 18 ବର୍ଷ ବୟସର ପିଲାଙ୍କ ଉପରେ ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷା ପାଇଁ କୋଭାକ୍ସିନ୍ ଅନୁମୋଦନ ଦେଇଛନ୍ତି । ସେମାନଙ୍କୁ କୁହାଯାଇଛି ଯେ ଆସନ୍ତା 10-12 ଦିନ ମଧ୍ୟରେ ପରୀକ୍ଷା ଆରମ୍ଭ ହେବ । ଭାରତ ବାୟୋଟେକ୍ 525 ସୁସ୍ଥ ସ୍ୱେଚ୍ଛାସେବୀମାନଙ୍କ ଉପରେ କୋଭାକ୍ସିନ୍ ପରୀକ୍ଷା କରିବ । ଦିଲ୍ଲୀ ଏବଂ ପାଟଣାର AIIMS ଏବଂ ନାଗପୁରର ମେଡିଟ୍ରିନା ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ଏହି ପରୀକ୍ଷା କରାଯିବ । ପରୀକ୍ଷା ସଫଳ ହେବା ପରେ DCGI ଏହାର ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ କରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+