ରାଜ୍ୟରେ ଅକ୍ସିଜେନ୍ ଅଭାବ ନାହିଁ ; ଟିକା ଆସିଲେ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ଟୀକାକରଣ : ସ୍ୱାସ୍ଥ୍ୟ ସଚିବ
ରାଜ୍ୟରେ ଅକ୍ସିଜେନ୍ ଅଭାବ ନାହିଁ । ଏହାସହିତ ଇଞ୍ଜେକସନ୍ର ମଧ୍ୟ ଅଭାବ ନାହିଁ । ବର୍ତ୍ତମାନ ରାଜ୍ୟରେ ଦୈନିକ 12 ଶହ ରେମଡିସିଭିର ଇଞ୍ଜେକସନ୍ର ଆବଶ୍ୟକ ପଡ଼ୁଥିବା ବେଳ 43 ହଜାର ଇଞ୍ଜେକସନ୍ ମହଜୁଦ୍ ରହିଛି । ଆସନ୍ତାକାଲି ଆଉ 21 ହଜାର ଇଞ୍ଜେକସନ୍ ଆସି ପହଞ୍ଚିବ
ଭୁବନେଶ୍ବର : ରାଜ୍ୟରେ ଅକ୍ସିଜେନ୍ ଅଭାବ ନାହିଁ । ଏହାସହିତ ଇଞ୍ଜେକସନ୍ର ମଧ୍ୟ ଅଭାବ ନାହିଁ । ବର୍ତ୍ତମାନ ରାଜ୍ୟରେ ଦୈନିକ 12 ଶହ ରେମଡିସିଭିର ଇଞ୍ଜେକସନ୍ର ଆବଶ୍ୟକ ପଡ଼ୁଥିବା ବେଳ 43 ହଜାର ଇଞ୍ଜେକସନ୍ ମହଜୁଦ୍ ରହିଛି । ଆସନ୍ତାକାଲି ଆଉ 21 ହଜାର ଇଞ୍ଜେକସନ୍ ଆସି ପହଞ୍ଚିବ । ରେମଡିସିଭିରର ଅଭାବ ନେଇ ଯେଉଁ ଖବର ପ୍ରକାଶିତ ହୋଇଥିଲା ତାହା ଘରୋଇ ହସ୍ପିଟାଲ ସମ୍ପର୍କିତ । କିନ୍ତୁ ଆମେ ସରକାରୀ କୋଟାରୁ ଘରୋଇ ହସ୍ପିଟାଲକୁ ଏବେ ରେମଡିସିଭିର ଯୋଗାଇ ଦେଉଛୁ । ସେହିଭଳି ଫାବିଫଇରାବିର ମଧ୍ୟ ପର୍ଯ୍ୟାପ୍ତ ପରିମାଣର ରହିଛି । ପାଖାପାଖି ସାଢ଼େ 6 ଲକ୍ଷ ବଟିକା ରହିଥିବା ବେଳେ ଆଉ 20 ଲକ୍ଷ ବଟିକା ନେଇ ଅର୍ଡର ଦିଆଯାଇଛି । ଏହା ବ୍ୟତୀତ ଆଉ 3 ଲକ୍ଷ ରେମଡିସିଭର ନେଇ ମଧ୍ୟ ଅର୍ଡର ଦିଆଯାଇଛି । ରାଜ୍ୟରେ ଆସନ୍ତା ଦୁଇ ମାସ ପାଇଁ ଆବଶ୍ୟକ ସାମଗ୍ରୀ ପିପିଇ କିଟ୍, ମାସ୍କ ମଧ୍ୟ ମହଜୁଦ ରହିଛି ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ।

ଏହା ସହିତ କରୋନା ସ୍ଥିତି ସମ୍ପର୍କରେ ରାଜ୍ୟବାସୀଙ୍କୁ ସୂଚନା ଦେଇ ସେ କହିଛନ୍ତି, ତୃତୀୟ ପର୍ଯ୍ୟାୟରେ 1 କୋଟି 92 ଲକ୍ଷ ଲୋକ ଟିକା ନେବେ । ଟିକା ପାଇଁ ଦୁଇ କମ୍ପାନି ସେରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକ ସହ ଯୋଗାଯୋଗ ଜାରି ରହିଛି । ତେବେ ଟିକା କେବେ ଆସିବ ତାହା ଜଣାପଡ଼ିନାହିଁ । ଟିକା ଆସିଲେ ହିଁ ଟୀକାକରଣ ଆରମ୍ଭ ହେବ । ଦୁଇ କମ୍ପାନି ଟିକା ଯୋଗାଇବାକୁ ପ୍ରତିଶୃତି ଦେଇଛନ୍ତି । ତା ପୂର୍ବରୁ ସମସ୍ତେ ପଞ୍ଜୀକରଣ କରାନ୍ତୁ । ଟିକା ପହଞ୍ଚିବା ପରେ ଟୀକାକରଣ ସମ୍ପର୍କରେ ଜଣାଇଦିଆଯିବ ବୋଲି କହିଛନ୍ତି ଶ୍ରୀ ମହାପାତ୍ର ।
ଏହା ସହିତ ମେ ପହିଲାରୁ ସାରା ଦେଶରେ 18 ବର୍ଷରୁ ଉର୍ଦ୍ଧ୍ବ ବର୍ଗର ଲୋକମାନଙ୍କ ଟୀକାକରଣ ଆରମ୍ଭ ହେଉଥିବାବେଳେ ଓଡ଼ିଶାରେ ସପ୍ତାହାନ୍ତ ସଟଡାଉନ ଯୋଗୁଁ ଟୀକାକରଣ ହେବ ନାହିଁ ବୋଲି ରାଜ୍ୟ ସ୍ବାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ।
ଅନ୍ୟପକ୍ଷରେ ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ 57 ଲକ୍ଷ 76 ହଜାର ଡୋଜ ଦିଆଯାଇଛି । ଆମ ରାଜ୍ୟରେ ମାଇନସ୍ 2.7 ପ୍ରତିଶତ ଟିକା ନଷ୍ଟ ହୋଇଛି । ରାଜ୍ୟରେ ପ୍ରତିଦିନ 18 ହଜାର ଆରଟି-ପିସିଆର ଟେଷ୍ଟ ହେଉଛି । ବର୍ତ୍ତମାନ ରାଜ୍ୟରେ 40 ହଜାର ଅକ୍ସିଜେନ୍ ସଂଲଗ୍ନ ବେଡ୍ ରହିଛି । ଏହାସହିତ 8ହଜାର 436 ଜେନେରାଲ ବେଡ୍ ଥିବାବେଳେ 2063ଟି ଆସିୟୁ ବେଡ୍ ରହିଛି । ପ୍ରତ୍ୟେକ ଜିଲ୍ଲାରେ ଦ୍ୱିତୀୟ ଡୋଜ୍ ନେବାକୁ ଥିବା ଲୋକମାନଙ୍କୁ ପ୍ରାଥମିକତା ଦିଆଯାଉଛି । ଏଣୁ ସେମାନଙ୍କୁ ଆଗ ସୁଯୋଗ ଦେବାକୁ ସେ ଲୋକମାନଙ୍କୁ ଅନୁରୋଧ କରିଛନ୍ତି ।
ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ମହାପାତ୍ର କହିଛନ୍ତି, ଲୋକମାନେ ଭୟଭୀତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । ରାଜ୍ୟରେ ବର୍ତ୍ତମାନ 61 ହଜାର 698 ସକ୍ରିୟ ମାମଲା ରହିଥିବା ବେଳେ 89 ପ୍ରତିଶତ ଲୋକେ ହୋମ୍ ଆଇସୋଲେସନ୍ରେ ରହିଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ପ୍ରାୟ 95 ପ୍ରତିଶତ ଲୋକ ଘରେ ରହି ଚିକିତ୍ସିତ ହୋଇପାରିବେ ବୋଲି ବରିଷ୍ଠ ବିଶେଷଜ୍ଞମାନଙ୍କ ମତ ରହିଛି ବୋଲି ସେ କହିଛନ୍ତି ।
-
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ଆଜିଠୁ୯ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି -
ସରକାରଙ୍କ ବଡ଼ ନିଷ୍ପତ୍ତି, ତୃତୀୟ ସନ୍ତାନ ଜନ୍ମ କଲେ ମିଳିବ ୨୫ ହଜାର -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ -
ନେପାଲରେ ବାଲେନ ଶାହ ସରକାର ! -
ଖେମିନିଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଇସ୍ରାଏଲକୁ ଧମକ, ଇସ୍ରାଏଲୀକୁ ସିଧାସଳଖ ଚେତାବନୀ -
ପୁଣି ବଦଳିଲା ସୁନା-ରୁପା ଦର : ଆଜି ଏତିକି.... -
ଜଳସଂପଦ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ରବିବାର ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ ଫାଇଟ୍; ଅପରାହ୍ଣ ୫.୩୦ରେ ଆରମ୍ଭ ହେବ ଉଦଯାପନୀ ଉତ୍ସବ












Click it and Unblock the Notifications