ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ ଆସିବ ଏସ୍ଓପି
ଜନଗଣନାରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ସୁରକ୍ଷା ପାଇଁ ଆସିବ ଏସ୍ଓପି। ଏନେଇ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ରାଜସ୍ବ ଓ ଜନଗଣନା ଅଧିକାରୀଙ୍କ ସହ ଏକ ବୈଠକ ଡାକିଛନ୍ତି। ମନ୍ତ୍ରୀ କହିଛନ୍ତି ଘରକୁ ଘର ଯାଇ ଜନଗଣନା କରିବା ଏକ ଚ୍ୟାଲେଞ୍ଜ। ଦିନକୁ ଦିନ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଏକ ବଡ ସମସ୍ୟା ପାଲଟିଛି। ଏହାରି ମଧ୍ୟରେ କିଛି କର୍ମଚାରୀ ଅସୁସ୍ଥ ହେବାର ଖବର ଆସିଛି। ଏପରିକି ଜନଗଣନା ସମୟରେ କିଛି ଅଧିକାରୀଙ୍କ ଉପରେ ଆକ୍ରମଣ ହୋଇଥିବାର ଖବର ମଧ୍ୟ ଆସିଛି। ସରକାରୀ କର୍ମଚାରୀ ଓ ଲୋକଙ୍କ ସୁରକ୍ଷା ବଡ଼ ଦାୟିତ୍ୱ ପାଲଟିଛି। ଯେଉଁଠି ଆକ୍ରମଣ ହୋଇଛି, ସେଠାରେ ଗୃହ ସଚିବ ଓ ଡିଜିଙ୍କ ସହ ଆଲୋଚନା ହୋଇଛି। ଆକ୍ରମଣକାରୀ ପାତାଳରେ ଲୁଚିଲେ ବି ଖୋଜିକି ଆଣିବୁ।

ସେପଟେ ଜନଗଣନାରେ ନିୟୋଜିତ କର୍ମଚାରୀଙ୍କୁ ସୁରକ୍ଷା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି। ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଚିଠି କରିଛି। ଏପ୍ରିଲ ୧୬ରୁ ଆରମ୍ଭ ହୋଇଥିବା ଜନଗଣନା ମେ ୧୫ ପର୍ଯ୍ୟନ୍ତ ଚାଲିବ। ସୋନପୁର ଜିଲ୍ଲାରେ ଜଣେ କର୍ମଚାରୀଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା। ଗଣନାକାରୀ ନିଖୋଜ ହେବା ସହ ହିଟ ଷ୍ଟ୍ରୋକ ଓ ଦୁର୍ଘଟଣାର ଖବର ଆସିଥିଲା।
କର୍ମଚାରୀଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ଅରବିନ୍ଦ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି।












Click it and Unblock the Notifications