ଅଗଷ୍ଟ ମାସରେ କୋହଳ ହେଲା କଟକଣା : ମଲ୍, ସିନେମା ହଲ୍ ଖୋଲିବାକୁ ଅନୁମତି

ସେପ୍ଟେମ୍ବର 1 ପର୍ଯ୍ୟନ୍ତ ବଳବତ୍ତର ରହିବ ନୂଆ କଟକଣା । ରାତ୍ରି 8 ଟାରୁ ସକାଳ 6 ଟା ପର୍ଯ୍ୟନ୍ତ ରାତ୍ରୀକାଳୀନ କର୍ଫ୍ୟୁ ରହିବ । ଭୁବନେଶ୍ୱର, କଟକ ଓ ପୁରୀରେ ରହିବ ସପ୍ତାହନ୍ତ ସଟ୍ ଡାଉନ୍ । ଏହି ସମୟରେ ଜରୁରୀକାଳୀନ ସେବା ଜାରି ରହିବ ।

ଭୁବନେଶ୍ୱର : କରୋନା ଦ୍ୱିତୀୟ ଲହର ମଧ୍ୟରେ ଗୋଟିଏ ଦିନ ପରେ ସରୁଛି ରାଜ୍ୟରେ କରୋନା କଟକଣା । ଏହି ସମୟରେ ଅଗଷ୍ଟ ମାସର ନୂଆ ଗାଇଡଲାଇନ ନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ଆସନ୍ତାକାଲିଠୁ ରାଜ୍ୟରେ କିପରି ରହିବ କରୋନା କଟକଣା ସେ ନେଇ ରହିଛି ଏସଆରସିଙ୍କ ସୂଚନା ।

ସେପ୍ଟେମ୍ବର 1 ପର୍ଯ୍ୟନ୍ତ ବଳବତ୍ତର ରହିବ ନୂଆ କଟକଣା । ରାତ୍ରି 8 ଟାରୁ ସକାଳ 6 ଟା ପର୍ଯ୍ୟନ୍ତ ରାତ୍ରୀକାଳୀନ କର୍ଫ୍ୟୁ ରହିବ । ଭୁବନେଶ୍ୱର, କଟକ ଓ ପୁରୀରେ ରହିବ ସପ୍ତାହନ୍ତ ସଟ୍ ଡାଉନ୍ । ଏହି ସମୟରେ ଜରୁରୀକାଳୀନ ସେବା ଜାରି ରହିବ ।

corona-virus

ସାରା ରାଜ୍ୟରେ ଦୋକାନ ବଜାର, ମଲ୍ ଏବଂ ଅନୁଷ୍ଠାନ ସକାଳ 6 ଟାରୁ ରାତି 8 ଯାଏଁ ଖୋଲା ରହିବ । କୌଣସି ସମାବେଶକୁ ମିଳିଲା ନାହିଁ ଅନୁମତି । ପ୍ରଦର୍ଶନୀ, ମେଳା ମହୋତ୍ସବ ବନ୍ଦ ରହିବ ।

ସମୁଦ୍ରକୂଳ ଓ ପାର୍କ ଖୋଲିବ । ରାଜ୍ୟର ସମସ୍ତ ଆହାର କେନ୍ଦ୍ର ଖୋଲା ରହିବ । ସୀମିତ ସଂଖ୍ୟକ ଗ୍ରାହକଙ୍କୁ ନେଇ ମଲ୍ ଖୋଲିବାକୁ ମିଳିଲା ଅନୁମତି । ହୋଟେଲ, ରେସ୍ତୋରାଁରେ 50 ପ୍ରତିଶତ କ୍ଷମତାରେ ଖୋଲା ହେବ । ଏହା ସହିତ ରାଜ୍ୟରେ ସିନେମା ହଲ୍, ଥିଏଟର୍, ନାଟ୍ୟଶାଳା ମଧ୍ୟ 50 ପ୍ରତିଶତ କ୍ଷମତାରେ ଖୋଲିବାକୁ ଅନୁମତି । କୋଭିଡ୍ ନିୟମ ମାନିବା ନେଇ ଏହାର ମାଲିକ ମାନଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ ରହିବ ।

ଭୁବନେଶ୍ୱର, କଟକ ଓ ପୁରୀରେ ସିନେମା ହଲ, ମଲ୍, ରୋସ୍ତୋରାଁରେ ପ୍ରବେଶ ପାଇଁ ଦୁଇ ଡୋଜ୍ ଟୀକାକଣ ପ୍ରମାଣ ପତ୍ର ବାଧ୍ୟତାମୂଳକ ।

ଜିଲ୍ଲା ମାଜିଷ୍ଟ୍ରେଟ୍ ଓ ମୁନିସିପାଲ୍ କମିଶନର ସ୍ଥାନୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଧାର୍ମିକ ଅନୁଷ୍ଠାନ ଖୋଲିବା ନେଇ କୋଭିଡ୍ କଟକଣା ସହ ଅନୁମତି ଦେଇପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+