ଘୁ଼ଞ୍ଚିଲା ଜେଇଇ ମେନ୍ ଚତୁର୍ଥ ସେସନ୍ ପରୀକ୍ଷା ତାରିଖ, ଟ୍ୱିଟ୍ କରି ସୂଚନା ଦେଲେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଚତୁର୍ଥ ସେସନ୍ ପରୀକ୍ଷା ଅଗଷ୍ଟ 26,27,31 ଏବଂ ସେପ୍ଟେମ୍ବର 1 ଓ 2 ତାରିଖରେ ଅନୁଷ୍ଠିତ ହେବ । ଏଥିପାଇଁ ଏବେ ସୁଦ୍ଧା 7 ଲକ୍ଷ 32 ହଜାର ଛାତ୍ରଛାତ୍ରୀ ପଞ୍ଜୀକରଣ କରିସାରିଛନ୍ତି ।
ଭୁବନେଶ୍ୱର : ଘୁଞ୍ଚିଲା ଜେଇଇ ମେନ୍ ଚତୁର୍ଥ ସେସନ୍ ପାଇଁ ପରୀକ୍ଷା ତାରିଖ । ତୃତୀୟ ସେସନ୍ ପରୀକ୍ଷା ପରଠାରୁ ଚତୁର୍ଥ ସେସନ୍ ପରୀକ୍ଷା ପାଇଁ 4 ସପ୍ତାହ ସମୟ ମିଳିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ଶିକ୍ଷାମନ୍ତ୍ରୀଙ୍କ ଟ୍ୱିଟ୍ ଅନୁସାରେ, ଚତୁର୍ଥ ସେସନ୍ ପରୀକ୍ଷା ଅଗଷ୍ଟ 26,27,31 ଏବଂ ସେପ୍ଟେମ୍ବର 1 ଓ 2 ତାରିଖରେ ଅନୁଷ୍ଠିତ ହେବ । ଏଥିପାଇଁ ଏବେ ସୁଦ୍ଧା 7 ଲକ୍ଷ 32 ହଜାର ଛାତ୍ରଛାତ୍ରୀ ପଞ୍ଜୀକରଣ କରିସାରିଛନ୍ତି । ଏଥିସହିତ ଜୁଲାଇ 20 ତାରିଖ ପର୍ଯ୍ୟନ୍ତ ପଞ୍ଜୀକରଣ ଜାରି ରହିବ ବୋଲି ଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।
Accordingly, the JEE(Main) 2021 session 4 will now be held on 26th, 27th & 31st August, and on 1st and 2nd September, 2021. A total of 7.32 lakh candidates have already registered for JEE(Main) 2021 session 4.
— Dharmendra Pradhan (@dpradhanbjp) July 15, 2021












Click it and Unblock the Notifications