'ଉତ୍ସବ, ତାଳି-ଥାଳି ବହୁତ ହେଲା ; ଏବେ ଦେଶକୁ ଟିକା ଦିଅ'

ଦେଶକୁ କରୋନା ଟିକାର ଆବଶ୍ୟକତା ରହିଛି । ଏଥିପାଇଁ ଆପଣମାନେ ମଧ୍ୟ ସ୍ୱର ଉତ୍ତୋଳନ କରନ୍ତୁ । ଏକ ସୁରକ୍ଷିତ ଜୀବନ ପାଇଁ ସମସ୍ତଙ୍କର ଅଧିକାର ଅଛି ।

ନୂଆଦିଲ୍ଲୀ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଦେଶର ସମସ୍ତ ନାଗରିକଙ୍କୁ କରୋନା ଟିକା ଦେବାକୁ ଦାବି କରିଛନ୍ତି । ଦେଶରେ କରୋନା ଭାଇରସର ଭୟାବହତା ମଧ୍ୟରେ ରାହୁଲ କହିଛନ୍ତି ଯେ, ସମସ୍ତଙ୍କ ସୁରକ୍ଷିତ ଜୀବନଯାପନ କରିବାର ଅଧିକାର ଅଛି, ତେଣୁ ସମସ୍ତଙ୍କୁ ଟିକା ଦିଆଯିବା ଉଚିତ୍ । ସେ ଏକ ଟ୍ୱିଟ୍ କରି କହିଛନ୍ତି, ଦେଶରେ ଉତ୍ସବ, ତାଳି-ଥାଳି ବହୁତ ହୋଇଗଲା, ଏବେ ଦେଶକୁ ଟିକା ଦିଅ । ଏହା ସହ ରାହୁଲ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରି କହିଛନ୍ତି, 'ଆପଣ କହିଥିଲେ 18 ଦିନରେ କରୋନା ଯୁଦ୍ଧରେ ଜିତିଯିବା । ଲୋକଙ୍କ ଦ୍ୱାରା ଘଣ୍ଟି ବଜାଇବା, ତାଳି-ଥାଳଇ ବଜାଇବା ଏବଂ ମୋବାଇଲ୍ ଫ୍ଲାସ୍ ଲାଇଟ୍ ମଧ୍ୟ ଜଳାଇଦେଲେ । ଏବେ ଦେଶକୁ ଟିକାର ଆବଶ୍ୟକ ରହିଛି । ବାହାର ଦେଶକୁ ଟିକା ରପ୍ତାନୀ ବନ୍ଦ କରନ୍ତୁ । ଇଭେଣ୍ଟବାଜି ବନ୍ଦ କରି ଦେଶର ବେରୋଜଗାର ଲୋକଙ୍କୁ ରୋଜଗାର ଦିଅନ୍ତୁ । '

Rahul-Gandhi

ରାହୁଲ ଗାନ୍ଧୀ ଆଜି (ଏପ୍ରିଲ 12) ଟ୍ୱିଟ୍ କରି ଲେଖିଛନ୍ତି, 'ଦେଶକୁ କରୋନା ଟିକାର ଆବଶ୍ୟକତା ରହିଛି । ଏଥିପାଇଁ ଆପଣମାନେ ମଧ୍ୟ ସ୍ୱର ଉତ୍ତୋଳନ କରନ୍ତୁ । ଏକ ସୁରକ୍ଷିତ ଜୀବନ ପାଇଁ ସମସ୍ତଙ୍କର ଅଧିକାର ଅଛି ।' ସମସ୍ତଙ୍କୁ ଟିକା ପ୍ରଦାନ ଦାବିରେ କଂଗ୍ରେସ ଏକ ଅନଲାଇନ୍ ଅଭିଯାନ ଆରମ୍ଭ କରିଛି । #SpeakUpForVaccinesForAll ସହିତ ଏହି ଅଭିଯାନ ଆରମ୍ଭ ହୋଇଛି . ରାହୁଲ ଏହି ହ୍ୟାସଟ୍ୟାଗ ସହିତ ଭିଡିଓ ସେୟାର କରିଛନ୍ତି ।

ସାଂପ୍ରତିକ ସମୟରେ କରୋନା ମାମଲାରେ ଦ୍ରୁତ ଗତିରେ ବୃଦ୍ଧି ପାଇବା ପରେ ଏହା ବାରମ୍ବାର କୁହାଯାଉଛି ଯେ ସମସ୍ତଙ୍କୁ ଟୀକା ଦିଆଯାଉ । ଏଥିରେ 45 ବର୍ଷର ବୟସ ସୀମା ହଟାଯିବା ଉଚିତ୍ । କଂଗ୍ରେସ ନେତାମାନେ କ୍ରମାଗତ ଭାବରେ କରୋନା ସଂକ୍ରମଣ ଏବଂ ଟିକା ଉପରେ ପ୍ରଶ୍ନ କରୁଛନ୍ତି । ରାହୁଲଙ୍କ ବ୍ୟତୀତ ପ୍ରିୟଙ୍କା ଗାନ୍ଧୀ ଟ୍ୱିଟ୍ କରି କହିଛନ୍ତି ଯେ, 'ଏହି ଟିକା ସମସ୍ତଙ୍କ ନିକଟରେ ପହଞ୍ଚିବା ଉଚିତ୍ ।' ସେ ଆହୁରି ଲେଖିଛନ୍ତି, 'ସମସ୍ତଙ୍କ ପାଇଁ ଟିକାକୁ ଜୁମଲା କରାଯିବା ଉଚିତ ନୁହେଁ, ସରକାର ଇଭେଣ୍ଟ ଅପେକ୍ଷା ଜନସାଧାରଣଙ୍କ ପ୍ରତି ଅଧିକ ଧ୍ୟାନ ଦେବା ଉଚିତ । ଟିକା ରପ୍ତାନୀ କରିବା ପରିବର୍ତ୍ତେ ସରକାର ପ୍ରତ୍ୟେକ ଭାରତୀୟଙ୍କୁ ଏହି ଟିକା ଦେବା ଉପରେ ଧ୍ୟାନ ଦେବା ଉଚିତ୍ ।'

ରାହୁଲ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି

ନିକଟରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ଚିଠି ଲେଖିଛନ୍ତି । ଯେଉଁଥିରେ ସେ କରୋନା ବୃଦ୍ଧି ଏବଂ ଅନେକ ରାଜ୍ୟରେ ଟିକା ଷ୍ଟକ୍ ସରିବା ଉପରେ ଧ୍ୟାନ ଦେବାକୁ କହିଛନ୍ତି । ରାହୁଲ ମଧ୍ୟ କିଛି ପରାମର୍ଶ ଦେଇଛନ୍ତି । ରାହୁଲ କହିଛନ୍ତି ଯେ ଯେତେବେଳେ ନିଜ ଦେଶର ଲୋକମାନେ ଟିକା ଅଭାବ ସହିତ ସଂଘର୍ଷ କରୁଛନ୍ତି, ତେବେ ଆମେ କାହିଁକି ଅନ୍ୟ ଦେଶକୁ ଟିକା ଦେଉଛୁ ? ଏହାକୁ ବନ୍ଦ କରିବା ଏବଂ ଟୀକାକରଣର ଫାଷ୍ଟ ଟ୍ରାକ୍ ଅନୁମୋଦନ ଦିଆଯାଉ । ଏହା ବ୍ୟତୀତ ରାହୁଲ ଗାନ୍ଧୀ ଟୀକାକରଣ ପ୍ରକ୍ରିୟା ସମସ୍ତଙ୍କୁ ଉପଲବ୍ଧ କରାଇବାକୁ ଦାବି କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+