Advertisement

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିଜୟ ରୁପାଣୀ, ନୂଆ ମୁଖ୍ୟମନ୍ତ୍ରୀ ନାମକୁ ନେଇ ଲାଗି ରହିଛି କଳ୍ପନାଜଳ୍ପନା


ଗାନ୍ଧୀନଗର : ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଶନିବାର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ।

ଗାନ୍ଧୀନଗରରେ ଏକ ବୈଠକ ପରେ ଗୁଜରାଟର ରାଜନୀତିରେ ଏହି ଅଶାନ୍ତି ଦେଖାଦେଇଛି । କୁହାଯାଉଛି ଯେ ରାଜ୍ୟରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ମୁଖ୍ୟମନ୍ତ୍ରୀ ଚେହେରା ବଦଳାଇବାକୁ ଚିନ୍ତା କରୁଥିଲା । ବର୍ତ୍ତମାନ ଗୁଜୁରାଟର ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ କଳ୍ପନାଜଳ୍ପନା ଆହୁରି ତୀବ୍ର ହୋଇଛି । ଏଥି ସହିତ ବିଜୟ ରୁପାଣୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଦଳ ଯାହା ଦାୟିତ୍ୱ ଦେବ, ସେ ତାହା ସମ୍ପାଦନ କରିବେ ।

Advertisement
Advertisement

ଏହା ମଧ୍ୟ କୁହାଯାଉଛି ଯେ ଗତ କିଛି ଦିନ ହେବ ବିଜୟ ରୁପାଣୀ ଏବଂ ଦଳ ସଂଗଠନ ମଧ୍ୟରେ ମତଭେଦ ରହିଥିଲା । ବିଜେପି ରାଜ୍ୟ ସଭାପତି ସିଆର୍ ପାଟିଲଙ୍କ ସହ ବିଜୟ ରୂପାଣୀଙ୍କ ମଧ୍ୟରେ ମତଭେଦ ଥିବା ଖବର ମଧ୍ୟ ଆସିଥିଲା । ମୁଖ୍ୟମନ୍ତ୍ରୀ ପଦରୁ ରୁପାଣୀଙ୍କ ଇସ୍ତଫା ପରେ ବର୍ତ୍ତମାନ ନିତିନ ପଟେଲ ଗୁଜୁରାଟର ନୂତନ ସିଏମ୍ ଦୌଡ଼ରେ ଆଗରେ ଅଛନ୍ତି । ଯେତେବେଳେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ ଇସ୍ତଫା ଦେଇଥିଲେ, ସେତେବେଳେ ନିତିନ ପଟେଲ ଗୁଜୁରାଟର ନୂତନ ସିଏମ୍ ହେବେ ବୋଲି ବିଶ୍ୱାସ କରାଯାଉଥିଲା ।

ଇସ୍ତଫା ଦାଖଲ କରିବା ପରେ ବିଜୟ ରୂପାଣୀ ଏକ ସାମ୍ବାଦିକ ସମ୍ମିଳନୀ ମଧ୍ୟ କରିଥିଲେ । ସେ କହିଛନ୍ତି ଯେ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିବାର ସୁଯୋଗ ଦେଇଥିବାରୁ ସେ ବିଜେପି ନେତୃତ୍ୱ ନିକଟରେ କୃତଜ୍ଞ । ଯେତେବେଳେ ହଠାତ୍ ଇସ୍ତଫା ଦେବାର କାରଣ ବିଷୟରେ ପଚରାଗଲା, ରୁପାଣୀ ପ୍ରଶ୍ନକୁ ଏଡ଼ାଇ ଯାଇଥିଲେ । ସେ କହିଛନ୍ତି ମୁଁ ପାଞ୍ଚ ବର୍ଷ ପାଇଁ ସିଏମ୍ ଭାବରେ କାର୍ଯ୍ୟ କରିଥିଲି ଯାହା ଦୀର୍ଘ ସମୟ ଅଟେ । ବିଜେପିରେ ପରିବର୍ତ୍ତନ ଏକ ସାଧାରଣ ଘଟଣା । ସେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନେତୃତ୍ୱରେ କାର୍ଯ୍ୟ ଜାରି ରଖିବେ । ଗତ 5 ବର୍ଷ ମଧ୍ୟରେ ଲୋକମାନେ ବାରମ୍ବାର ବିଜେପି ଉପରେ ନିଜର ବିଶ୍ୱାସ ପ୍ରକାଶ କରିଛନ୍ତି ।

English Summary

Gujarat Vijay Rupani resigns From Chief Minister
Have a great day!
Read more...