ପ୍ରଧାନମନ୍ତ୍ରୀଙ୍କ ବୈଠକରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଦାବି, ଦିଲ୍ଲୀ ପାଇଁ ବି ଚାଲୁ ଅକ୍ସିଜେନ୍ ଏକ୍ସପ୍ରେସ୍

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ପାଇଁ ଅକ୍ସିଜେନ୍ ଏକ୍ସପ୍ରେସ୍ ଚଲାଇବାକୁ ଦାବି କରିଛନ୍ତି । ସେ କହିଛନ୍ତି ଯେ, ଦିଲ୍ଲୀ ପାଇଁ ମଧ୍ୟ ଅକ୍ସିଜେନ୍ ଏକ୍ସପ୍ରେସ୍ ଚାଲୁ କରାଯାଉ, ଫଳରେ ଦିଲ୍ଲୀରେ ମେଡ଼ିକାଲ ଅକ୍ସିଜନେର ଅଭାବ ଦୂର ହୋଇପାରିବ ।

ନୂଆଦିଲ୍ଲୀ : କରୋନା ମହାମାରୀର ସଙ୍କଟ ମଧ୍ୟରେ ରାଜ୍ୟର ଡାକ୍ତରଖାନାଗୁଡ଼ିକରେ ଅମ୍ଳଜାନର ଅଭାବ ଦେଖାଦେଇଛି । ଦେଶର ରାଜଧାନୀରେ ଦିଲ୍ଲୀରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ହଠାତ୍ ବୃଦ୍ଧି ପାଇବାରୁ ଅମ୍ଳଜାନର ଘୋର ଅଭାବ ଦେଖାଦେଇଛି । ଏହି ସମୟରେ ଶୁକ୍ରବାର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ବୈଠକରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ପାଇଁ ଅକ୍ସିଜେନ୍ ଏକ୍ସପ୍ରେସ୍ ଚଲାଇବାକୁ ଦାବି କରିଛନ୍ତି । ସେ କହିଛନ୍ତି ଯେ, ଦିଲ୍ଲୀ ପାଇଁ ମଧ୍ୟ ଅକ୍ସିଜେନ୍ ଏକ୍ସପ୍ରେସ୍ ଚାଲୁ କରାଯାଉ, ଫଳରେ ଦିଲ୍ଲୀରେ ମେଡ଼ିକାଲ ଅକ୍ସିଜନେର ଅଭାବ ଦୂର ହୋଇପାରିବ ।

Narendra-Modi-arvind kejriwal

ଶୁକ୍ରବାର ବୈଠକରେ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, 'ଦିଲ୍ଲୀ ବର୍ତ୍ତମାନ ଅମ୍ଳଜାନ ଅଭାବର ଏକ ବଡ଼ ସଙ୍କଟ ସହ ସଂଘର୍ଷ କରୁଛି । ଯଦି କୌଣସି ଅମ୍ଳଜାନ ଉତ୍ପାଦନକାରୀ ପ୍ଲାଣ୍ଟ ନାହିଁ, ତେବେ ଦିଲ୍ଲୀର ଲୋକମାନେ କଣ ଅମ୍ଳଜାନ ପାଇବେ ନାହିଁ ?' ସେ ଆହୁରି ମଧ୍ୟ କହିଛନ୍ତି, ଯେତେବେଳେ ଅନ୍ୟ ରାଜ୍ୟରେ ଦିଲ୍ଲୀ ପାଇଁ ଆସୁଥିବା ଅମ୍ଳଜାନ ଟ୍ୟାଙ୍କରକୁ ଅଟକା ଯାଉଛି ସେହି ପରିସ୍ଥିତିରେ କାହା ସହ କଥା ହେବା ଉଚିତ୍ କେନ୍ଦ୍ର ସରକାର ଏନେଇ ଦୟାକରି ପରାମର୍ଶ ଦିଅନ୍ତୁ ।

ଅମ୍ଳଜାନ ଅଭାବକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଲୋଚନା

ସାରା ଦେଶରେ କରୋନାର ଦ୍ୱିତୀୟ ଲହରର ପ୍ରବାବ ଭୟାବହ ହେବାରେ ଲାଗିଛି । ଫଳରେ ଦେଶର ଅବସ୍ଥା ବିଗିଡିବାରେ ଲାଗିଛି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ଏକ ବୈଠକ କରିଛନ୍ତି । ଏହି ଭର୍ଚୁଆଲ୍ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଅଧିକ ଗୁରୁତର ଅବସ୍ଥା ଥିବା ରାଜ୍ୟଗୁଡିକର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀମାନେ କରୋନା ରୋଗ ବୃଦ୍ଧି ଯୋଗୁଁ ଔଷଧ ଏବଂ ଅମ୍ଳଜାନର ତୀବ୍ର ଅଭାବ ସମ୍ପର୍କରେ ସୂଚନା ଦେଇଥିଲେ ଏବଂ ଶୀଘ୍ର ସାହାଯ୍ୟ ନେଇ କେନ୍ଦ୍ରକୁ ଅନୁରୋଧ କରିଥିଲେ । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ବୈଠକରେ ଉତ୍ତରପ୍ରଦେଶ ପରି ଦିଲ୍ଲୀରେ ଅମ୍ଳଜାନ ଯୋଗାଇବା ପାଇଁ ଅମ୍ଳଜାନ ଏକ୍ସପ୍ରେସ ଚଳାଇବାକୁ ଦାବି କରିଛନ୍ତି ।

ଏହାସହିତ ସେ କହିଛନ୍ତି, ଦିଲ୍ଲୀର ହସ୍ପିଟାଲଗୁଡ଼ିକରେ ଯଥାଶୀଘ୍ର ଅକ୍ସିଜେନ୍‍ ଯୋଗାଣର ଆବଶ୍ୟକତା ଅଛି। ଏଭଳି ପରିସ୍ଥିତିରେ ବଙ୍ଗଳା ଏବଂ ଓଡ଼ିଶାରୁ ଆସୁଥିବା ଅକ୍ସିଜେନକୁ ବିମାନରେ ଆଣିବା ବ୍ୟବସ୍ଥା କରନ୍ତୁ, ଯଦ୍ୱାରା ଯଥାଶୀଘ୍ର ଆମେ ବହୁ ପରିମାଣର ଷ୍ଟକ୍‍ ପାଇପାରିବୁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+