ଦେଶରେ 4 ଟି ରାଜଧାନୀ ରହିବା ଉଚିତ, କେବଳ ଗୋଟିଏ କାହିଁକି ? : ମମତା ବାନାର୍ଜୀ

ମମତା ବାନାର୍ଜୀ କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାରଙ୍କୁ ଟାର୍ଗେଟ କରିଥିଲେ । ଏଥିସହିତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ଦେଶରେ ଚାରୋଟି ରାଜଧାନୀ ରହିବା ଉଚିତ ବୋଲି ଦାବି କରିଛନ୍ତି ।

କୋଲକାତା : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 125 ତମ ଜନ୍ମ ବାର୍ଷିକୀ ଅବସରରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସଭାପତି ମମତା ବାନାର୍ଜୀ ଶ୍ୟାମ ବଜାରରୁ ରେଡ ରୋଡ ପର୍ଯ୍ୟନ୍ତ ଏକ ରାଲି କରିଛନ୍ତି । ଏହି ରୋଡ୍ ସୋ ର ନେତୃତ୍ୱ ନିଜେ ମମତା ବାନାର୍ଜୀ କରିଥିଲେ । ଏହି ସମୟରେ ମମତା ବାନାର୍ଜୀ କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାରଙ୍କୁ ଟାର୍ଗେଟ କରିଥିଲେ । ଏଥିସହିତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ଦେଶରେ ଚାରୋଟି ରାଜଧାନୀ ରହିବା ଉଚିତ ବୋଲି ଦାବି କରିଛନ୍ତି । ଦେଶରେ କେବଳ ଗୋଟିଏ ରାଜଧାନୀ କାହିଁକି ରହିବା ଉଚିତ ବୋଲି ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି । କୋଲକାତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେଇ 'ପାରାକ୍ରମ ଦିବସ' ପାଳନ ନେଇ ମମତା ବାନାର୍ଜୀ ମଧ୍ୟ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

Mamat-Banerjee

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଲକାତାର ଅନେକ କାର୍ଯ୍ୟକ୍ରମରେ ସାମିଲ ହେବା ପୂର୍ବରୁ ଶନିବାର ସକାଳେ ମମତା ବାନାର୍ଜୀ 'ପାରାକ୍ରମ ଦିବସ' ପାଳନ ନେଇକେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଥିଲେ । ସେ କହିଥିଲେ ବଙ୍ଗଳା ସରକାର ଦେଶନାୟକ ଦିବସ ପାଳନ କରୁଛନ୍ତି, ଏବଂ ବାନାର୍ଜୀ ଏହି ଯୁକ୍ତି ପଛରେ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ନାମ ମଧ୍ୟ ଯୋଡ଼ିଛନ୍ତି ।

ମମତା ବାନାର୍ଜୀ କହିଛନ୍ତି, ମୋର ବିଶ୍ୱାସ ଯେ ଭାରତରେ ଚାରୋଟି ରାଜଧାନୀ ରହିବା ଉଚିତ୍ । ସମୟ ଅନୁସାରେ ଏହା ପରିବର୍ତ୍ତନ ହେବା ଉଚିତ୍ । ବ୍ରିଟିଶମାନେ କୋଲକାତା ଠାରୁ ସମଗ୍ର ଦେଶକୁ ଶାସନ କରିଥିଲେ । ଆମ ଦେଶରେ କେବଳ ଗୋଟିଏ ରାଜଧାନୀ କାହିଁକି ରହିବା ଉଚିତ୍ ? ବୋଲି ମମତା ବାନାର୍ଜୀ କହିଛନ୍ତି । ଏହା ବ୍ୟତୀତ ମମତା ବାନାର୍ଜୀ ଦାବି କରିଛନ୍ତି, ନୀତି ଆୟୋଗ, ଯୋଜନା ଆୟୋଗ ସହ-ରହିପାରିବେ, କେନ୍ଦ୍ରକୁ ଆୟୋଗ ପୁଣି ଆଣିବା ଉଚିତ୍ ।

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବିଜେପିକୁ ଟାର୍ଗେଟ କରି ମମତା କହିଛନ୍ତି, ନିର୍ବାଚନ ପୂର୍ବରୁ କିଛି ଲୋକଙ୍କୁ ନେତାଜୀଙ୍କୁ ମନେ ପଡ଼ନ୍ତି । କିନ୍ତୁ ମୁଁ ସେମାନଙ୍କ ଠଆରୁ ସମ୍ପୂର୍ଣ୍ଣ ଅଲଗା, ସର୍ବଦା ନେତାଜୀଙ୍କ ପରିବାର ସହିତ ରହିଆସିଛି । ଏହା ପୂର୍ବରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ବାର୍ଷିକୀ ପାଳନ କରୁନଥିଲେ । ନିର୍ବାଚନ ପୂର୍ବରୁ ଏସବୁ କରିବା ପଛରେ ତାଙ୍କର ଆଭିମୁଖ୍ୟ ଭଲ ଭାବେ ବୁଝାପଡ଼ୁଛି ବୋଲି ମମତା କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି ।
ମେତାଜୀଙ୍କ 125ତମ ଜନ୍ମ ବାର୍ଷିକୀ ଅବସରରେ ପରାକ୍ରମ ଦିବସ ପାଳନକୁ ନେଇ ମମତା କହିଛନ୍ତି, ମୁଁ ଏହି 'ପରାକ୍ରମ ' ଶବ୍ଦକୁ ବୁଝିପାରୁନାହିଁ । ନେତାଜୀଙଅକ ଦେଶପ୍ରେମକୁ ଆମେ ବୁଝିଛୁ । ନେତାଜୀ ଜେଣେ ଦର୍ଶନ, ଭାବନା । ସେ ସବୁ ଧର୍ମର ଏକତାରେ ବିଶ୍ୱାସ କରୁଥିଲେ । ମମତା କହିଛନ୍ତି ପଶ୍ଚିମବଙ୍ଗ ସରକାର ଆଜିର ଦିନକୁ ଦେଶନାୟକ ଦିବସ ଭାବେ ପାଳନ କରୁଛି, କାରଣ ନେତାଜୀ ରବୀନ୍ଦ୍ର ନାଥ ଟାଗୋରଙ୍କ ଗୀତକୁ ରାଷ୍ଚ୍ରୀୟ ଗାନର ମାନ୍ୟତା ଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+