ମୁଁ ଇସ୍ତଫା ଦେବି ନାହିଁ:ଦିଦି

ନିର୍ବାଚନ ଫଳାଫଳ ଆସିବା ପରେ ପଶ୍ଚିମବଙ୍ଗରେ ରାଜନୀତିକ ବୟାନବାଜି ଜୋର ଧରିଛି। ବଙ୍ଗଲାରେ ବିଜେପି ବହୁମତ ହାସଲ କରିବା ପରେ ପ୍ରଥମ ଥର ପାଇଁ ଦିଦି ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ କଡା ସମାଲୋଚନା କରିଛନ୍ତି।ବେଙ୍ଗଲ ବିଧାନସଭା ନିର୍ବାଚନରେ ହାରିବା ପରେ ବିଜେପି ବିରୋଧରେ ଭୋଟ ଚୋରି ଅଭିଯୋଗକୁ ତୀବ୍ର କରିଛନ୍ତି ମମତା ବାନାର୍ଜୀ।

Didi

ସେ ବେଙ୍ଗଲରେ ନିର୍ବାଚନ ହାରି ନାହାନ୍ତି, ବରଂ ଜନାଦେଶକୁ ବଳପୂର୍ବକ ଲୁଟ କରି ନିଆଯାଇଥିବା କହିଛନ୍ତି।ନିର୍ବାଚନରେ ହାରି ନଥିବାରୁ ସେ ପରମ୍ପରା ଅନୁସାରେ ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ସେ କହିଛନ୍ତି, "ଆମେ ହାରି ନାହୁଁ। ମୁଁ ହାରି ନାହିଁ। ତେଣୁ ରାଜ ଭବନ ଯିବି ନାହିଁ। ମୁଁ ଇସ୍ତଫା ଦେବି ନାହିଁ। ବିଜେପି ଲୁଟ କରି ବିଜୟ ହାସଲ କରିଛି। ବେଙ୍ଗଲରେ ବିଜେପି ୧୦୦ ସିଟ ଲୁଟ କରିଥିବା କଥା ଦୋହରାଇଛନ୍ତି ଦିଦି। ସେ କହିଛନ୍ତି, ଗଣତନ୍ତ୍ର ଏମିତି କାମ କରେ ନାହିଁ। ଯେତେବେଳେ ନିର୍ବାଚନ କମିଶନ ପକ୍ଷପାତିତା କରୁଛନ୍ତି ଓ ସରକାର ଗୋଟିଏ ଦଳର ଶାସନ ଚାହୁଁଛନ୍ତି ସେତେବେଳେ ଗୋଟିଏ ଖରାପ ବାର୍ତ୍ତା ପୂରା ବିଶ୍ୱକୁ ଯାଉଛି।ମମତା ବାନାର୍ଜୀ ପରାଜୟର ସବୁ ଦୋଷ ଭାରତୀୟ ନିର୍ବାଚନ କମିଶନ ଓ କେନ୍ଦ୍ରୀୟ ସୁରକ୍ଷା ବଳ ଉପରେ ଲଦିଛନ୍ତି। ନିର୍ବାଚନ କମିଶନ ଅତ୍ୟନ୍ତ ଖରାପ ଖେଳ ଖେଳିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+