''ବିଜେପିକୁ କେବଳ ନିର୍ବାଚନ ଚିନ୍ତା, ମାନବ ଜୀବନ ରକ୍ଷା କରିବାର ନାହିଁ"
ପୂର୍ବାପେକ୍ଷା କରୋନା ପରିସ୍ଥିତି ଆହୁରି ଖରାପ ହେବାରେ ଲାଗିଥିବା ବେଳେ ଉଭୟ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ନିଜର ପ୍ରଂଶସା କରିବାରେ ବ୍ୟସ୍ତ । ପ୍ରତିଦିନ ଅନେକ ସଂଖ୍ୟାରେ ଲକଙ୍କର ମୃତ୍ୟୁ ହେଉଛି । ଡାକ୍ତରଖାନାଗୁଡ଼ିକରେ ଚିକିତ୍ସା ନାହିଁ ।
ଲକ୍ଷ୍ନୌ : ସମାଜବାଦୀ ପାର୍ଟି ସଭାପତି ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ବିଜେପି ସରକାର ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ଅଖିଳେଶ ଯାଦବ କହିଛନ୍ତି ଯେ, 'କୋଭିଡ -19ଭାଇରସର ପ୍ରଥମ ଲହର ପରେ ହୋଇଥିବା ପରିସ୍ଥିତିରୁ ବିଜେପି ସରକାର କୌଣସି ଶିକ୍ଷା ଗ୍ରହଣ କରି ନାହାଁନ୍ତି । ପୂର୍ବାପେକ୍ଷା କରୋନା ପରିସ୍ଥିତି ଆହୁରି ଖରାପ ହେବାରେ ଲାଗିଥିବା ବେଳେ ଉଭୟ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ନିଜର ପ୍ରଂଶସା କରିବାରେ ବ୍ୟସ୍ତ । ପ୍ରତିଦିନ ଅନେକ ସଂଖ୍ୟାରେ ଲକଙ୍କର ମୃତ୍ୟୁ ହେଉଛି । ଡାକ୍ତରଖାନାଗୁଡ଼ିକରେ ଚିକିତ୍ସା ନାହିଁ ।

ଅଖିଳେଶ ଯାଦବ ଆହୁରି ମଧ୍ୟ କହିଛନ୍ତି, ଗୋଟିଏ ପଟେ କରୋନା ସଂକ୍ରମଣ ପରିସ୍ଥିତି ଭୟାବହ ହେଉଥିବା ବେଳେ ଅନ୍ୟ ପଟେ ପ୍ରମୁଖ ସହରରୁ ଶ୍ରମିକମାନଙ୍କ ପଳାୟନ ଗୁରୁତର ସମସ୍ୟା ଆଇନ ଶୃଙ୍ଖଳା ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଛି । ଗତ ବର୍ଷ ଉତ୍ତରପ୍ରଦେଶକୁ ଆସିଥିବା ସମସ୍ତଙ୍କୁ ଚାକିରୀ ମିଳିବ ବୋଲି ବିଜେପି ସରକାର ଡିଣ୍ଡିମ ପିଟିଥିଲେ । ପାଖାପାଖି 1.5 କୋଟିର ରୋଜଗାର ଦେବାନେଇ ମଧ୍ୟ କହିଥିଲେ । ସରକାରଙ୍କ ମିଛ ପ୍ରତିଶୃତି ପଦାରେ ପଡ଼ିଗଲା । ନିଜ ଲୋକଙ୍କୁ ପ୍ରତାରଣା କରି ବିଜେପି ପାପା କରୁଛି । ରୋଜଗାର ନପାଇ ପୁଣି ଶ୍ରମିକ ମାନେ ଘରମୁହାଁ ହେଉଛନ୍ତି ।
ଦିଲ୍ଲୀର ଆନନ୍ଦ ବିହାର ବସ୍ ଟର୍ମିନାଲ୍, ନୋଏଡା ଏବଂ ଦେଶର ଅନ୍ୟାନ୍ୟ ରାଜ୍ୟରୁ ଲକ୍ଷ ଲକ୍ଷ ଶ୍ରମିକଙ୍କ ଯାତାୟତ ଜାରି ରହିଛି । ଶ୍ରମିକଙ୍କ ପାଖରେ କାମ ନାହିଁ, କାମର ଘୋର ଅଭାବ, ତେଣୁ ସେମାନ ନିଜ ଗାଁକୁ ଫରିବାକୁ ବସିଲେଣି । ଟ୍ରେନରେ ହଜାର ହଜାର ଲୋକ ମଧ୍ୟ ଆସୁଛନ୍ତି । ପୂର୍ବ ବର୍ଷ ପରି ସ୍ବେଚ୍ଛାସେବୀ ସଂଗଠନମାନେ ସେମାନଙ୍କର ଖାଦ୍ୟ ଏବଂ ପାନୀୟ ବ୍ୟବସ୍ଥାରେ ଆଗକୁ ଆସି ନାହାଁନ୍ତି । ସରକାର ଆଖି ବୁଜି ଦେଇଛନ୍ତି । ବିଜେପି ସରକାରଙ୍କ ନୀତି ତଥା ପ୍ରବାସୀ ଶ୍ରମିକଙ୍କ ଉଦ୍ଦେଶ୍ୟରେ ତ୍ରୁଟି ଥିବାରୁ ପରିସ୍ଥିତି ବିଗିଡି ଯାଉଛି । ବହୁ ସଂଖ୍ୟାରେ ଆସୁଥିବା ଲୋକଙ୍କ ପାଇଁ କୌଣସି ପରୀକ୍ଷା ଏବଂ ଔଷଧ ନାହିଁ । ଦିଲ୍ଲୀ ଏବଂ ଅନ୍ୟାନ୍ୟ ମେଟ୍ରୋରୁ ଆସୁଥିବା ପରିବାରକୁ ନିଜ ଘରକୁ ଆଣିବା ପାଇଁ ରାଜ୍ୟ ସରକାର ସୁଗମ ବ୍ୟବସ୍ଥା କରିବାରେ ଅସମର୍ଥ ବୋଲି ପ୍ରମାଣ କରୁଛନ୍ତି ।
ବିଜେପିକୁ ଟାର୍ଗେଟ୍ କରି ଅଖିଳେଶ ଯାଦବ କହିଛନ୍ତି, ଏହା ସତ ଯେ ବିଜେପି ସରକାର କେବଳ ନିର୍ବାଚନ ବିଷୟରେ ଚିନ୍ତା କରନ୍ତି, ମାନବ ଜୀବନ ରକ୍ଷା କରିବା ପାଇଁ ନୁହେଁ । ଗତ ବର୍ଷ କରୋନା ସଂକ୍ରମଣ ଓ ଲକଡାଉନ୍ ପରିସ୍ଥିତିରୁ ବିଜେପି ସରକାର କୌଣସି ଶିକ୍ଷା ଲାଭ କରିନଥିଲେ । ପୂର୍ବାପେକ୍ଷା କରୋନା ପରିସ୍ଥିତି ଖରାପ ହେଉଥିବା ସମୟରେ ଉଭୟ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ନିଜର ପ୍ରଶଂସା କରିବାରେ ବ୍ୟସ୍ତ । ଗରିବମାନେ କଳାବଜାରୀର ଶିକାର ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ଅଖିଳେଶ ।
-
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ଆଜିଠୁ୯ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି -
ସରକାରଙ୍କ ବଡ଼ ନିଷ୍ପତ୍ତି, ତୃତୀୟ ସନ୍ତାନ ଜନ୍ମ କଲେ ମିଳିବ ୨୫ ହଜାର -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ -
ନେପାଲରେ ବାଲେନ ଶାହ ସରକାର ! -
ଖେମିନିଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଇସ୍ରାଏଲକୁ ଧମକ, ଇସ୍ରାଏଲୀକୁ ସିଧାସଳଖ ଚେତାବନୀ -
ପୁଣି ବଦଳିଲା ସୁନା-ରୁପା ଦର : ଆଜି ଏତିକି.... -
ଜଳସଂପଦ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ରବିବାର ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ ଫାଇଟ୍; ଅପରାହ୍ଣ ୫.୩୦ରେ ଆରମ୍ଭ ହେବ ଉଦଯାପନୀ ଉତ୍ସବ












Click it and Unblock the Notifications