ଆସନ୍ତାକାଲି ବାତ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିବେ କଂଗ୍ରେସର ଛାମୁଆ ନେତା

ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ୮ ଜଣିଆ କମିଟି ସଦସ୍ୟ ୟାସ୍ ବାତ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ଗ୍ରସ୍ତ କରିବେ । ଆସନ୍ତାକାଲି ପୂର୍ବାହ୍ନ ୮ ଘଟିକାରୁ ପିସିସି କାର୍ଯ୍ୟାଳୟରୁ ବାହାରିବ ଏହି ଟିମ ।

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପିସିସି କାର୍ଯ୍ୟକାରୀ ସଭାପତି ତଥା ପିସିସି 'ୟାସ୍ ଟାସ୍କ ଫୋର୍ସ' କମିଟି ଅଧକ୍ଷ ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ୮ ଜଣିଆ କମିଟି ସଦସ୍ୟ ୟାସ୍ ବାତ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ଗ୍ରସ୍ତ କରିବେ । ଆସନ୍ତାକାଲି ପୂର୍ବାହ୍ନ ୮ ଘଟିକାରୁ ପିସିସି କାର୍ଯ୍ୟାଳୟରୁ ବାହାରିବ ଏହି ଟିମ ।

Congress

ତେବେ ପ୍ରଥମେ ବାସୁଦେବପୁର, ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳ ଗସ୍ତ କରି କ୍ଷତିଗ୍ରସ୍ତ ଲୋକଙ୍କୁ ସାକ୍ଷାତ କରିବା ସହ ଲୋକଙ୍କ ସୁବିଧା, ଅସୁବିଧା ବିଷୟରେ ପଚାରି ବୁଝିବେ କଂଗ୍ରେସର ଏହି ଟିମ । ଭଦକ୍ର ଜିଲ୍ଲା କାର୍ଯ୍ୟକ୍ରମ ଅନୁଧ୍ୟାନ ପରେ ରାଜ୍ୟ ଟାସ୍କଫୋର୍ସ କମିଟି ଅଧ୍ୟକ୍ଷ ଆଉ ସଦସ୍ୟମାନେ ବାଲେଶ୍ୱର ଠାରେ ରାତ୍ରିଯାପନ କରି ପରଦିନ ବାଲେଶ୍ୱର ସଂସଦୀୟ କ୍ଷେତ୍ରର ଜିଲ୍ଲା ଟାସ୍କ ଫୋର୍ସ କମିଟି ସଂଯୋଜକ, ସଦସ୍ୟମାନେ ୟାସ ପ୍ରଭାବିତ ଅଞ୍ଚଳ ଗସ୍ତକରି ଲୋକଙ୍କୁ ସାକ୍ଷାତ କରି ସେମାନଙ୍କର ମତାମତ ସହ କ୍ଷୟକ୍ଷତି, ସମସ୍ୟା ବିଷୟରେ ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି ।

ପ୍ରଦୀପ ମାଝୀଙ୍କ ସମେତ ଆବାହକ ଜାନକୀ ବଲ୍ଲଭ ପଟ୍ଟନାୟକ, ଶୁଭେନ୍ଦୁ ମହାନ୍ତି, ସମ୍ଭୁ ପାଣିଗ୍ରାହୀ, ବିଶ୍ୱଭୂଷଣ ଦାସ, ପଦ୍ମାକର ଗୁରୁ, ଯୋଗେଶ ଅଗ୍ରୱାଲ, ସତ୍ୟଶିବ ଦାସ ପ୍ରମୁଖ ଗସ୍ତରେ ସାମିଲ ହେଉଛନ୍ତି ବୋଲି ପିସିସ ଟାସ୍କଫୋର୍ସ କମିଟି ଆବାହକ ଜାନକୀ ବଲ୍ଲଭ ପଟ୍ଟନାୟକ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+