Get Updates
Get notified of breaking news, exclusive insights, and must-see stories!

ଆଜି ପବିତ୍ର ଶୀତଳଷଷ୍ଠୀ, ବିବାହ କରିବେ ଦେବ ଦମ୍ପତି

ଆଜି ପବିତ୍ର ଶୀତଳଷଷ୍ଠୀ । ସାଜସଜ୍ଜା ଓ ରଙ୍ଗୀନ ଆଲୋକ ମାଳାରେ ଦୁଲୁକୁଛି ସମ୍ବଲପୁର । ବର୍ଷ ଥରେ ଏହି ଦିନକୁ ଅନେଇ ବସିଥାନ୍ତି ପଶ୍ଚିମ ଓଡିଶାବାସୀ । ବନ୍ଧୁ ବାନ୍ଧବ ଓ ନୂଆ ପୋଷାକ, ଖାଦ୍ୟ ପେୟର ଆସର ଜମେ ପ୍ରତ୍ୟେକଙ୍କ ଘରେ । ଏହି ଦିନଟିକୁ ଅତି ଆନନ୍ଦର ସହ ପାଳନ

ଭୁବନେଶ୍ବର: ଆଜି ପବିତ୍ର ଶୀତଳଷଷ୍ଠୀ । ସାଜସଜ୍ଜା ଓ ରଙ୍ଗୀନ ଆଲୋକ ମାଳାରେ ଦୁଲୁକୁଛି ସମ୍ବଲପୁର । ବର୍ଷ ଥରେ ଏହି ଦିନକୁ ଅନେଇ ବସିଥାନ୍ତି ପଶ୍ଚିମ ଓଡିଶାବାସୀ । ବନ୍ଧୁ ବାନ୍ଧବ ଓ ନୂଆ ପୋଷାକ, ଖାଦ୍ୟ ପେୟର ଆସର ଜମେ ପ୍ରତ୍ୟେକଙ୍କ ଘରେ । ଏହି ଦିନଟିକୁ ଅତି ଆନନ୍ଦର ସହ ପାଳନ କରନ୍ତି ପଶ୍ଚିମ ଓଡିଶାବାସୀ।

sitala sasthii
ତେବେ ଦେବ ବିବାହ ନେଇ ଶୁକ୍ରବାର ରାତିରେ ହନୁମାନ ପାରମ୍ପାରିକ ପୂଜାର୍ଚ୍ଚନା ଓ ମହାଆଳତୀ ପରେ ଦିବ୍ୟ ବିମାନରେ ଅରୁଢ଼ ହୋଇ ବାହାରିଥିଲେ ଦେବା ଦେବୀଙ୍କୁ ନିମନ୍ତ୍ରଣ କରିବାକୁ । ରଥ ଆଗରେ ଘଣ୍ଟ-ଘଣ୍ଟା, ଶଙ୍ଖ ସହ ଚାଲିଥିଲା ପାରମ୍ପରିକ ନୃତ୍ୟ ଗୀତ । ଶୀତଳଷଷ୍ଠୀ ଯାତ୍ରାର ପରମ୍ପରା ମୁତାବକ ସମ୍ବଲପୁରର ଝାଡୁଆପଡା, ମୁଦିପଡା,ବଡ଼ବଜାର,ଠାକୁରପଡା, ବୁଢ଼ାରାଜା ଆଦି ଯାତ୍ରା କମିଟିର ଶୁକ୍ରବାର ରାତିରେ ହନୁମାନ ନିଉତା ବା ଦେବ ନିମନ୍ତ୍ରଣ ସମ୍ପନ୍ନ ହୋଇଛି ।

କେବଳ ସମ୍ବଲପୁର ନୁହେଁ ମହାପ୍ରଭୁ ଲିଙ୍ଗରାଜଙ୍କ 14 ଯାତ୍ରା ମଧ୍ୟରୁ ଶୀତଳଷଷ୍ଠୀ ପ୍ରଧାନ ଯାତ୍ରା । ଶିବବିବାହ ପରଦିନ ଦେବଦମ୍ପତିଙ୍କ ମନ୍ଦିରକୁ ବାଣ ରୋଷଣୀ ସହ ପ୍ରତ୍ୟାବର୍ତ୍ତନ ହେଉଛି ଶୀତଳଷଷ୍ଠୀ । ପଶ୍ଚିମ ଓଡିଶାର ସମ୍ବଲପୁରରେ ଏହି ଯାତ୍ରା ବଡ ଧୁମଧାମରେ ପାଳନ କରାଯାଏ । ଏଥିସହ ପୁରୀ ଜିଲ୍ଲାର ବ୍ରାହ୍ମଣ ଶାସନମାନଙ୍କରେ ମଧ୍ୟ ଏହି ଦିନଟିକୁ ବହୁ ଆଡ଼ମ୍ବର ସହ ପାଳନ କରାଯାଏ ।

ବ୍ରାହ୍ମଣ ଶାସନ ମାନଙ୍କରେ ଶୂନ୍ୟଚକ୍ରୀ ଆଦି ଦେଶୀ ବାଣର ପ୍ରଦର୍ଶନ ମୁଖ୍ୟ ଆକର୍ଷଣ ଥାଏ । ଏକାମ୍ର କ୍ଷେତ୍ର ଭୁବନେଶ୍ବରରେ ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ ହୁଏ ମଙ୍ଗଳକୃତ୍ୟ ଅର୍ଥାତ ଶିବବିବାହ ପୂର୍ବ ଦିନ ରାତିରୁ । ଲିଙ୍ଗରାଜ ମନ୍ଦିର ପକ୍ଷରୁ ଏକାମ୍ର କ୍ଷେତ୍ରରେ ଥିବା ଅଷ୍ଟଚଣ୍ଡୀ ଭାବରେ ଖ୍ୟାତ ଗୌରୀ ,ଅମ୍ବିକା ଉତ୍ତରେଶ୍ବରୀ ,କପାଳୀ ରାମାୟଣୀ ,ମୋହିନୀ , ବିନ୍ଧ୍ୟ ବାସିନୀ ଓ ଦ୍ବାରବାସିନୀ ଆଦି ଦେବୀ ମାନଙ୍କର ପୂଜାର୍ଚ୍ଚନା କରାଯାଏ । ଘଣ୍ଟ ,କାହାଳୀ ଓ ମଶାଲ ସହ ପୂଜାପଣ୍ଡା, ପତ୍ରି ଓ ବଡୁ ସେବାୟତ ମାନେ ଉପରୋକ୍ତ ଦେବୀ ମନ୍ଦିର ମାନଙ୍କୁ ଯାଇ ଦେବୀ ମାନଙ୍କର ମାଜଣା କରି ନୂଆ ବସ୍ତ୍ର ଓ ଫୁଲ ଚନ୍ଦନ ପ୍ରଦାନ କରନ୍ତି । ତା ସହିତ ସାଥିରେ ନେଇ ଥିବା ଶ୍ରୀ ଲିଙ୍ଗରାଜଙ୍କ ମହାପ୍ରସାଦ ଖେଚୁଡ଼ି ଭୋଗ ଠାକୁରାଣୀମାନଙ୍କୁ ସମର୍ପଣ କରନ୍ତି ।

ଏତଦବ୍ୟତୀତ ଲିଙ୍ଗରାଜ ମନ୍ଦିର ବେଢ଼ାରେ ଥିବା ଅଷ୍ଟ ଚଣ୍ଡୀ ଏବଂ ଅଷ୍ଟ ଶମ୍ଭୁଙ୍କୁ ମଧ୍ୟ ବିବାହ ନିମନ୍ତ୍ରଣ ଦିଆଯାଏ । ତା' ପରଦିନ ଅର୍ଥାତ ଶିବବିବାହ ଦିନ ରାତିରେ ସନ୍ଧ୍ୟା ଧୂପ ପରେ ମହାପ୍ରଭୁଙ୍କ ବିଜେ ପ୍ରତିମା ଶ୍ରୀ ଚନ୍ଦ୍ରଶେଖର ଦେବୀ ପାର୍ବତୀଙ୍କୁ ସାଥିରେ ଧରି ସୁସଜ୍ଜିତ ବିମାନରେ ଶ୍ବେତ ଓ କୃଷ୍ଣ ଛତ୍ର ତ୍ରାସ ଆଲଟ ଘଣ୍ଟ କାହାଳୀ ମଶାଲ ,ତ୍ରିଶାଖା ଏବଂ ବିବିଧ ବାଦ୍ୟ ସହ ବରଯାତ୍ରୀ ଶ୍ରୀ ବାସୁଦେବ ଓ ଶ୍ରୀ କପିଳନାଥଙ୍କ ସହ ବିବାହ ନୀତି ପାଇଁ କେଦାର ଗୌରୀ ମନ୍ଦିରକୁ ଯାତ୍ରା କରିଥାନ୍ତି । କେତେକ ବିବାଦ ଯୋଗୁଁ ଶ୍ରୀ କପିଳନାଥ ଏବେ କିଛି ବର୍ଷ ହେଲା ଲିଙ୍ଗରାଜ ମହାପ୍ରଭୁଙ୍କ ଯାତ୍ରାରେ ସାମିଲ ହେଇ ପାରୁ ନାହାନ୍ତି । ଶୀତଳଷଷ୍ଠୀ ବ୍ୟତୀତ ଲିଙ୍ଗରାଜଙ୍କ ବାଇଶ ଦିନ ବ୍ୟାପୀ ଚନ୍ଦନ ଯାତ୍ରାରେ ମଧ୍ୟ କପିଳନାଥ ଯୋଗ ଦେଇଥାନ୍ତି । ତେଣୁ ଏବେ ବରଯାତ୍ରୀ ଭାବରେ କେବଳ ଶ୍ରୀ ବାସୁଦେବ ତାଙ୍କ ପାଲିଙ୍କିରେ ବିବାହ ସ୍ଥଳୀକୁ ଯାଇଥାନ୍ତି ।

ମହାପ୍ରଭୁଙ୍କ ଶୋଭାଯାତ୍ରା ମନ୍ଦିରରୁ ବାହାରି ବଡଦାଣ୍ଡ ସାହି ,ତିନିମୁଣ୍ଡିଆ ମନ୍ଦିର(ବୈତାଳ) ଛକ ,ବିନ୍ଦୁସାଗର ପଶ୍ଚିମ ପାର୍ଶ୍ଵ ରାସ୍ତା ଦେଇ କେଦାର ଗୌରୀ ମନ୍ଦିର ଅନତି ଦୂରରେ ଥିବା ପର୍ଶୁରାମେଶ୍ବର ମନ୍ଦିର ସମ୍ମୁଖରେ ପହଞ୍ଚି ଥାନ୍ତି । ସେଠାରୁ ଦେବୀ ପାର୍ବତୀ ସେବାୟତମାନଙ୍କ ଗହଣରେ ବିଜେ କରି ମା ଗୌରୀଙ୍କ ମନ୍ଦିରରେ ଉପବେଶନ କରନ୍ତି । କେଦାର ଗୌରୀ ମନ୍ଦିରର ପାଳିଆ ସେବାୟତ , ମନ୍ଦିର ପୁରୋହିତ ଓ ଅନ୍ୟମାନଙ୍କ ଗହଣରେ ମହାପ୍ରଭୁଙ୍କୁ ବାଟବରଣ କରି କେଦାର ଗୌରୀ ମନ୍ଦିରସ୍ଥିତ ବିବାହ ମଣ୍ଡପରେ ବିଜେ କରାନ୍ତି ।

ବିଧିମତେ ମନ୍ଦିର ପୁରୋହିତ ବିବାହ କାର୍ଯ୍ୟ ସମ୍ପନ୍ନ କରିଥାନ୍ତି । ବରଯାତ୍ରୀ ଭାବରେ ଯାଇଥିବା ଶ୍ରୀ ବାସୁଦେବ ବିବାହ ମଣ୍ଡପ ସମ୍ମୁଖସ୍ଥ ଗଣେଶ ମନ୍ଦିରରେ ସ୍ଵତନ୍ତ୍ର ଆସନରେ ବିବାହ ଶେଷ ପର୍ଯ୍ୟନ୍ତ ଉପବେଶନ କରିଥାନ୍ତି। ବିବାହ ପରେ ବର କନ୍ୟା ଓ ବରଯାତ୍ରୀ କେଦାରେଶ୍ବରଙ୍କ ମନ୍ଦିରକୁ ଯାଇ ସେଠାରେ ସ୍ବତନ୍ତ୍ର ଆସନରେ ବସି ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ।

ଶୀତଳ ଷଷ୍ଠୀ ଦିନ ରାତିରେ ସନ୍ଧ୍ୟାଧୂପ ପରେ ମହାପ୍ରଭୁ ଠାକୁରାଣୀଙ୍କୁ ସାଥିରେ ଧରି ଶ୍ରୀ ବାସୁଦେବଙ୍କ ସହ ବିରାଟ ପଟୁଆରରେ ବାଣ ରୋଷଣୀ ବିବିଧବାଦ୍ୟ ନୃତ୍ଯ ଆଦି ସହ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରନ୍ତି । ଫେରିବା ସମୟରେ ମହାପ୍ରଭୁ ବିନ୍ଦୁସାଗର ପଶ୍ଚିମ ପାର୍ଶ୍ବ ରାସ୍ତା ବଦଳରେ ପରମ୍ପରା ଅନୁଯାୟୀ ବିଲ ମଧ୍ୟରେ ଆଣ୍ଠୁଏ କାଦୁଅରେ ପଶି ଆସନ୍ତି ।ଏବେ ସେଠାରେ ପକ୍କା ରାସ୍ତା ,ଶୀତଳଷଷ୍ଠୀ ରାସ୍ତା ନାମରେ ନାମିତ । ।

ଶୀତଳଷଷ୍ଠୀ ଶୋଭାଯାତ୍ରାର ଅନ୍ୟତମ ପାରମ୍ପରିକ ଆକର୍ଷଣ ହେଉଛି ଐରାବତ, ଯାହାକୁ ଲୋକ ମୁଖରେ ଇନ୍ଦିରା ହାତୀ ବୋଲି କହନ୍ତି। ଛୋଟ ଶଗଡ ଉପରେ ନଡାରେ ଧଳା କନା ଗୁଡେଇ ହାତୀ ତିଆରି କରାଯାଏ । ହାତୀର ସୁନ୍ଦର ମୁଖା ଲଗାଯାଏ। ମହାପ୍ରଭୁ ଶୀତଳଷଷ୍ଠୀ ରାସ୍ତା ଦେଇ ବଡଦାଣ୍ଡକୁ ଆସିବା ପରେ ଇନ୍ଦିରା ହାତୀ ଶୋଭାଯାତ୍ରାରେ ଠାକୁରଙ୍କ ଆଡ଼କୁ ମୁହଁ କରି ପଛେଇ ପଛେଇ ଯାଏ । ହାତୀ ଉପରେ ରାଜା ସେବା କରୁଥିବା ମହାପାତ୍ର ଉପାଧୀଧାରୀ ସେବାୟତ ଶ୍ବେତ ରାଜପୋଷାକ ସହ ଖଣ୍ଡା ଓ ଢାଲ ଧରି ଶେଷ ପର୍ଯ୍ୟନ୍ତ ବସିଥାନ୍ତି । ଲୋକ ମାନେ ଏହାକୁ ଦିଅଁଙ୍କ ଯୌତୁକ ହାତୀ ବୋଲି କହିଥାନ୍ତି । ଏ ହାତୀ ପାଣି ପିଇବା ପାଇଁ ମହାପାତ୍ର ସାହିରେ ଗୋଡ଼ିପୋଖରୀ ନାଆଁରେ ଗୋଟିଏ ପୋଖରୀ ମଧ୍ୟ ଖଞ୍ଜା ହୋଇଛି । ଫେରିବା ବାଟରେ ତିନି ନିଯୋଗ ପକ୍ଷରୁ ଦେବଦମ୍ପତିଙ୍କୁ ପଂକ୍ତି ଭୋଗ କରାଯାଏ । ମନ୍ଦିରରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ବଡ଼ସିଂହାର ନୀତି ହୁଏ ।

ଚତୁର୍ଥୀ ଦିନ ମହାପ୍ରଭୁ ଠାକୁରାଣୀଙ୍କ ସହିତ ପାଲିଙ୍କିରେ ଅନନ୍ତ ବାସୁଦେବଙ୍କ ମନ୍ଦିରକୁ ଯାତ୍ରା କରନ୍ତି । ପ୍ରଥମେ ବିନ୍ଦୁସାଗର କୂଳରେ ବ୍ରହ୍ମା ଘାଟରେ ଖଟୁଲିରେ ବସି ଉଭୟ ସ୍ନାନ କରନ୍ତି । ସେଠାରେ ଆତସବାଜି ପ୍ରଦର୍ଶନ କରାଯାଏ । ପାଣିରେ ଫୁଟୁ ଥିବା ପାଣିକୁଆ ବାଣ ସେଠାରେ ମୁଖ୍ୟ ଆକର୍ଷଣ । ପରେ ଦେବଦମ୍ପତି ଅନନ୍ତ ବାସୁଦେବଙ୍କ ମନ୍ଦିରକୁ ଯାଆନ୍ତି । ସେଠାରେ ଚତୁର୍ଥୀ ହୋମ ଓ ପୂଜା ପରେ ମହାପ୍ରଭୁ ବଢେଇ ବାଙ୍କ ଛକରେ ଭାରତୀ ମଠ ପରିସରରେ ଥିବା କାମାକ୍ଷୀ ମନ୍ଦିରକୁ ଯାଆନ୍ତି । ବାଟ ସାରା କ୍ଷେତ୍ରବାସୀ ନିଯୋଗ ପଷରୁ ଶୂନ୍ୟଚକ୍ରୀ ବାଣ ଫୁଟାଯାଇ ନବଦମ୍ପତିଙ୍କୁ ସ୍ବାଗତ କରାଯାଇଥାଏ ।କାମାକ୍ଷୀ ଠାକୁରାଣୀଙ୍କୁ ଲିଙ୍ଗରାଜଙ୍କ ଭଉଣୀ ଭାବରେ ବିବେଚନା କରାଯାଏ । ତେଣୁ ଭଉଣୀ ପାଇଁ ଆଣି ଥିବା ଭାର ଦେବା ପାଇଁ ଲିଙ୍ଗରାଜ ଯାଇଥାନ୍ତି ।

ଭ୍ରାତୃ ଦ୍ବିତୀୟାରେ ମଧ୍ୟ ଲିଙ୍ଗରାଜ କାମାକ୍ଷୀ ମନ୍ଦିର ଯାଇଥାନ୍ତି । ଦୀପାବଳି ପରେ ପଡୁଥିବା ଭ୍ରାତୃ ଦ୍ବିତୀୟା ଦିନ ପୁରୁଣା ଭୁବନେଶ୍ୱରେ ଭାଇମାନେ ଭଉଣୀ ଘରକୁ ଯାଆନ୍ତି । ମନ୍ଦିର ଫେରିବା ପରେ ବେହରଣ ମଣ୍ଡପରେ ଗଇଁଠାଳ ଫିଟିବା ପରେ ବିବାହ ନୀତି ଶେଷ ହୋଇଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+