IPL 2026: ଆଜି ହାଇଦ୍ରାବାଦ - ବେଙ୍ଗାଲୁରୁ ଟକ୍କର

ଚଳିତ ଆଇପିଏଲ୍‌ର ୬୭ତମ ଲିଗ୍ ମୁକାବିଲାରେ ଆଜି ହାଇଦ୍ରାବାଦ ଘରୋଇ ଗ୍ରାଉଣ୍ଡରେ ଡିଫେଣ୍ଡିଂ ଚାମ୍ପିଅନ ବେଙ୍ଗାଲୁରୁକୁ ଭେଟିବ । ଏହି ମ୍ୟାଚ ଜରିଆରେ ପଏଣ୍ଟ ତାଲିକାର ପ୍ରଥମ ଓ ଦ୍ୱିତୀୟ ସ୍ଥାନ ନିଶ୍ଚିତ ହେବ । ବେଙ୍ଗାଲୁରୁ ଜିତିଲେ ସର୍ବାଧିକ ୨୦ ପଏଣ୍ଟ ସହ ଶୀର୍ଷ ସ୍ଥାନ ବଜାୟ ରଖିବା ନିଶ୍ଚିତ । ହାଇଦ୍ରାବାଦ ନିକଟରେ ଦ୍ୱିତୀୟ ସ୍ଥାନ ହାସଲ କରିବା ପାଇଁ ସୁଯୋଗ ରହିଛି । ଗୁଜରାଟକୁ ପଛରେ ପକାଇ ଦ୍ୱିତୀୟ ସ୍ଥାନ ଦଖଲ କଲେ ପ୍ଲେ- ଅଫ୍‌ର ୨ଟି ମ୍ୟାଚ ଖେଳିବାର ସୁଯୋଗ ରହିବ। ଯାହା ଫଳରେ ଫାଇନାଲ୍ ପାଇଁ ଦ୍ୱିତୀୟ ସୁଯୋଗ ମିଳିପାରିବ ।

IPL 2026

ଉଭୟ ଦଳ ମଧ୍ୟରେ ଚଳିତ ସିଜନର ଉଦଘାଟନୀ ମୁକାବିଲା ଖେଳା ଯାଇଥିଲା । ବେଙ୍ଗାଲରୁ ଉକ୍ତ ମ୍ୟାଚକୁ ୬ ୱିକେଟ୍ରେ ଜିତିଥିଲା । ଏଥର ପ୍ରତିଶୋଧ ନେବା ପାଇଁ ହାଇଦ୍ରାବାଦ ନିକଟରେ ସୁଯୋଗ ରହିଛି । ତେବେ ବେଙ୍ଗାଲୁରୁକୁ ହରାଇବା ସହଜ ହେବ ନାହିଁ । ସବୁ ବିଭାଗରେ ଦଳ ଶ୍ରେଷ୍ଠ ପ୍ରଦର୍ଶନ ଜାରି ରଖିଛି । ଭୁବନେଶ୍ୱର କୁମାର ଓ ଜୋସ ହାଜେଲଉଡ୍ ଘାତକ ବୋଲିଂ କରୁଥିବା ବେଳେ ବିରାଟ କୋହଲି, ଦେବଦତ୍ତ ପାଡ଼ିକଲ ଓ ରଜତ ପାତିଦାର ବ୍ୟାଟିଂ କରି ଦଳକୁ ଜିତାଉଛନ୍ତି ।

ହାଇଦ୍ରାବାଦ ମଧ୍ୟ ଶୃଙ୍ଖଳିତ ପ୍ରଦର୍ଶନ ଜାରି ରଖିଛି । ଉପଲରେ ଖେଳିଥିବା ୪ଟି ଯାକ ରାତ୍ରି ମ୍ୟାଚରେ ହାଇଦ୍ରାବାଦ ବିଜୟୀ ହୋଇଛି । ଆସନ୍ତାକାଲି ଏହି ରେକର୍ଡକୁ ବଜାୟ ରଖିବାକୁ କମିନ୍ସ ବାହିନୀ ଲକ୍ଷ୍ୟ ରଖିବ । ଆଜି ବେଙ୍ଗାଲୁରୁ ଏକାଦଶରେ ପରିବର୍ତ୍ତନ ହେବା ଏକ ପ୍ରକାର ନିଶ୍ଚିତ । ପଞ୍ଜାବ ବିପକ୍ଷ ମ୍ୟାଚ ଖେଳି ନଥିବା ଅଧିନାୟକ ରଜତ ପାଟିଦାର ଫିଟ୍ ହୋଇ ଅଭ୍ୟାସ ଆରମ୍ଭ କରିଛନ୍ତି । ସେ ଆଜି ଖେଳିବେ । ତାଙ୍କ ଅନୁପସ୍ଥିତିରେ ଖେଳିଥିବା ଭେଙ୍କଟେଶ ଆୟର ମଧ୍ୟ ଏକାଦଶରେ ସ୍ଥାନ ବଜାୟ ରଖବେ । ତେଣୁ ଜାକବ ବେଥେଲ କିମ୍ବା ରୋମାରିଓ ସେଫର୍ଡଙ୍କୁ ବାଦ ଦିଆଯିବା ଆଶା କରାଯାଉଛି । ଉପଲ ଷ୍ଟାଡ଼ିୟମ୍‌ର ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ଥିବାରୁ ବିଶାଳ ସ୍କୋର ସଂଗୃହୀତ ହେବା ଏକ ପ୍ରକାର ନିଶ୍ଚିତ । ରାତ୍ରିରେ କାକର ପ୍ରଭାବ ରହିବ । ଫଳରେ ଟସ୍ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+