IPL 2026: ଆଜି ଗୁଜରାଟ- ଚେନ୍ନାଇ ଲଢ଼େଇ, ପ୍ଲେ-ଅଫ୍‌ରେ ସ୍ଥାନ ହାସଲ ପାଇଁ CSKର ବିଜୟ ଜରୁରୀ

ଚଳିତ ଆଇପିଏଲ୍‌ର ୬୬ତମ ଲିଗ୍ ମୁକାବିଲାରେ ଆଜି ଗୁଜରାଟ ଘରୋଇ ଗ୍ରାଉଣ୍ଡରେ ଚେନ୍ନାଇକୁ ଭେଟିବ । ଉଭୟ ଦଳ ପାଇଁ ଏହି ମ୍ୟାଚ ଗୁରୁତ୍ୱପୂର୍ଣ୍ଣ । ଗୁଜରାଟ ଏହି ମ୍ୟାଚ ଜିତିଲେ ପଏଣ୍ଟ ତାଲିକା ପ୍ରଥମ ୨ ମଧ୍ୟରେ ସ୍ଥାନ ନିଶ୍ଚିତ କରିବ । ଯାହା ଫଳରେ ପ୍ଲେ-ଅଫର ପ୍ରଥମ କ୍ୱାଲିଫାୟର ଖେଳି ପରାଜିତ ହେଲେ ମଧ୍ୟ ଫାଇନାଲ୍‌ରେ ପହଞ୍ଚିବା ପାଇଁ ମଧ୍ୟ ଆଉ ଏକ ସୁଯୋଗ ମିଳି ପାରିବ । ଚେନ୍ନାଇ ୧୨ ପଏଣ୍ଟ ଅର୍ଜନ କରିସାରିଛି । ଅନ୍ତିମ ମ୍ୟାଚ ଜିତିଲେ ୧୪ ପଏଣ୍ଟ ସହ ପ୍ଲେ-ଅଫ୍‌ରେ ସ୍ଥାନ ହାସଲ କରିବାକୁ ଆଶା ରଖିବ । ଫଳରେ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।

IPL 2026

ଗତ ମାସ ୨୬ ତାରିଖରେ ଉଭୟ ଦଳ ପରସ୍ପରକୁ ଭେଟିଥିଲେ ଓ ଗୁଜରାଔ ୮ ୱିକେଟ୍‌ରେ ଉକ୍ତ ମ୍ୟାଚ ଜିତିଥିଲା । ଏଥର ଚେନ୍ନାଇ ପ୍ରତିଶୋଧ ନେବାକୁ ଚେଷ୍ଠା କରିବ । ଗୁଜରାଟକୁ ହରାଇଲେ ମଧ୍ୟ ଚେନ୍ନାଇର ପ୍ଲେ-ଅଫ୍ ନିଶ୍ଚିତ ହୋଇ ପାରିବ ନାହିଁ । କାରଣ ରାଜସ୍ଥାନ ଓ ପଞ୍ଜାବ ଯଥାକ୍ରମେ ୧୪ ଓ ୧୩ ପଏଣ୍ଟ ଲେଖାଏଁ ଅର୍ଜନ କରି ସାରିଛନ୍ତି। ଉଭୟ ଦଳ ନିଜ ନିଜର ଅନ୍ତିମ ଲିଗ ମ୍ୟାଚ ପରାଜିତ ହେଲେ ଚେନ୍ନାଇର ପ୍ଲେ-ଅଫ୍ ନିଶ୍ଚିତ ହୋଇ ପାରିବ । ଆଜି ବିଜୟ ପରେ ମଧ୍ୟ ଚେନ୍ନାଇ ୨୪ ତାରିଖରେ ହେବାକୁ ଥିବା ଅନ୍ତିମ ଲିଗ୍ ମ୍ୟାଚର ଫଳାଫଳ ପର୍ଯ୍ୟନ୍ତ ଅପେକ୍ଷା କରିବ ।

ପେସ୍ ବାହିନୀଙ୍କ ପ୍ରଦର୍ଶନ ବଳରେ ଗୁଜରାଟ ଅନ୍ତିମ ଲିଗ୍ ମ୍ୟାଚରେ ବିଜୟ ହାସଲ ପାଇଁ ପ୍ରୟାସ କରିବ । ଚଳିତ ଟୁର୍ଣ୍ଣାମେଣ୍ଟରେ ଗୁଜରାଟର ପେସ୍ ବାହିନୀ ସର୍ବାଧିକ ୭୩ଟି ୱିକେଟ୍ ଅକ୍ତିଆର କରିଛନ୍ତି ।

ଆଜି ସାଇ ସୁଦର୍ଶନଙ୍କ ଉପରେ ନଜର ରହିବ । ସେ ଏକ ଅର୍ଦ୍ଧଶତକ ଅର୍ଜନ କଲେ ରେକର୍ଡ ସହ ସମକକ୍ଷ ହୋଇପାରିବେ । କ୍ରମାନ୍ୱୟରେ ୪ଟି ମ୍ୟଚରେ ଅର୍ଦ୍ଧଶତକ ଅର୍ଜନ କରି ସାରିଥିବା ସୁଦର୍ଶନ ଆଜି ବିରେନ୍ଦ୍ର ସେହୱାଗ, ଜୋସ ବଟଲର ଓ ଡେଭିଡ୍ ୱାର୍ଣ୍ଣରଙ୍କ ୫ଅର୍ଦ୍ଧଶତକ ରେକର୍ଡ ସହ ସାମିଲ ହେବେ । ଆଜି ସଞ୍ଜୁ ସାମସନ ୨୩ ରନ କଲେ ୫୦୦ ରନ ପୂରଣ କରିବେ । ଦୀର୍ଘ ବର୍ଷର ଆଇପିଏଲ୍ କ୍ୟାରିୟର ମଧ୍ୟରେ ସାମସନ ପୂର୍ବରୁ ଥରେ(୨୦୨୪ ସିଜନ) ମାତ୍ର ୫୦୦ ରନ ଅତିକ୍ରମ କରିଥିଲେ ।

ଆଜି ମ୍ୟାଚ ପାଇଁ ନାଲି ମାଟି ପିଚ୍ ପ୍ରସ୍ତୁତ କରାଯାଇଛି । ଏହି ପିଚ୍ ବ୍ୟାଟିଂ ପାଇଁ ବେଶ୍ ଅନୁକୂଳ ରହିବ । ପୂର୍ବରୁ ଗତ ମାସ ୪ ତାରିଖରେ ଏହି ପିଚ୍ରେ ଗୋଟିଏ ମ୍ୟାଚ ଖେଳା ଯାଇଥିଲା ଓ ମୋଟ୍ ୪୧୪ ରନ ସଂଗୃହୀତ ହୋଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଦଳ ରାଜସ୍ଥାନ ଏହି ମ୍ୟାଚ ଜିତିଥିଲା । ତଥାପି ଆଜି ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+