ପଶ୍ଚିମବଙ୍ଗ ସରକାରଙ୍କ ଆଉ ଏକ ନିର୍ଦେଶନାମା ସବୁ ମଦ୍ରାସାରେ ‘ବନ୍ଦେ ମାତରମ୍‌’ ଗାନ ବାଧ୍ୟତାମୂଳକ

ପଶ୍ଚିମବଙ୍ଗରେ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ବାଧୀନ ବିଜେପି ସରକାର ଗୁରୁବାର ଆଉ ଏକ ଗୁରୁତ୍ବପୂର୍ଣ୍ଣ ନିର୍ଦେଶନାମା ଜାରି କରିଛନ୍ତି। ଏଣିକି ରାଜ୍ୟରେ ଥିବା ସବୁ ମଦ୍ରାସାରେ 'ବନ୍ଦେ ମାତରମ୍‌' ବାଧ୍ୟତାମୂଳକ ଭାବେ ଗାନ କରାଯିବ ବୋଲି ନିର୍ଦେଶନାମାରେ ଉଲ୍ଲେଖ କରାଯାଇଛି। ସୂଚନାଯୋଗ୍ୟ ରାଜ୍ୟ ସରକାର ଗତ ସପ୍ତାହରେ ସମସ୍ତ ସ୍କୁଲରେ 'ବନ୍ଦେ ମାତରମ୍‌' ଗାନକୁ ବାଧ୍ୟତାମୂଳକ ଘୋଷଣା କରିଥିଲେ। ରାଜ୍ୟରେ ଥିବା ସମସ୍ତ ସ୍ବୀକୃତିପ୍ରାପ୍ତ, ସରକାରୀ ଅନୁଦାନପ୍ରାପ୍ତ ଏବଂ ଅଣ-ଅନୁଦାନପ୍ରାପ୍ତ ମଦ୍ରାସାରେ ସକାଳ ଆସେମ୍ବ୍ଲି ସମୟରେ 'ବନ୍ଦେ ମାତରମ୍‌' ଗାନ କରାଯିିବ ବୋଲି ସଂଖ୍ୟାଲଘୁ ବ୍ୟାପାର ଓ ମଦ୍ରାସା ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଦର୍ଶାଯାଇଛି। ତେବେ ମଦ୍ରାସାରେ 'ବନ୍ଦେ ମାତରମ୍‌' ଗାନ କରାଯିବା ପ୍ରସଙ୍ଗରେ ମୁସଲମାନ ସଂଗଠଗୁଡିକର କୌଣସି ପ୍ରତିକ୍ରିୟା ଜଣାପଡିନାହିଁ।

West Bengal
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+