ସରକାରୀ ଗାଡ଼ି ବ୍ୟବହାର ଉପରେ କଟକଣା
ଅତି ଜରୁରୀ ନଥିଲେ ବିଭିନ୍ନ ବୈଠକରେ ସରକାରୀ ଅଧିକାରୀ ବ୍ୟକ୍ତିଗତ ଭାବେ ଯୋଗ ନ ଦେଇ ଆଭାସି ମାଧ୍ୟମରେ ସାମିଲ ହେବେ। ଆସନ୍ତା ଜୁନ୍ ପହିଲାରୁ ସବୁ ସରକାରୀ ବିଭାଗ ପାଇଁ ଇଭି କିଣା ବାଧ୍ୟତାମୂଳକ ହେବ। କେବଳ ବିଶେଷ ଆବଶ୍ୟକତା ଭିତ୍ତିରେ ପେଟ୍ରୋଲ/ଡିଜେଲ ଚାଳିତ ଯାନ କ୍ରୟ ପାଇଁ ଅନୁମତି ମିଳିବ। ସରକାରୀ ଗାଡ଼ି ବ୍ୟବହାର ପାଇଁ ସରକାର ଦେଉଥିବା ଅର୍ଥ ହ୍ରାସ କରାଯିବ। ଦେଶରେ ପେଟ୍ରୋଲ, ଡିଜେଲ ଖର୍ଚ୍ଚ କାଟ୍ ପାଇଁ ପ୍ରଧାନମନ୍ତ୍ରୀଙ୍କ ନିବେଦନ ପରିପ୍ରେକ୍ଷୀରେ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତ ସରକାରୀ ବିଭାଗ ପାଇଁ ଏପରି ନିର୍ଦେଶନାମା ଜାରି କରିଛନ୍ତି।













Click it and Unblock the Notifications