ଆଫଗାନିସ୍ତାନ ପାଇଁ ୨୦ଟନ୍ ଟିକା ପଠାଇଲା ଭାରତ

ଶୁକ୍ରବାର ଭାରତ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଫଗାନିସ୍ତାନ ପ୍ରତି ନିଜର ପ୍ରତିବଦ୍ଧତା ଏବଂ ସମର୍ଥନକୁ ପୁନଃସ୍ଥାପିତ କରିଛି। ଦେଶର ଶିଶୁ ଟୀକାକରଣ କାର୍ଯ୍ୟକ୍ରମକୁ ବୃଦ୍ଧି କରିବା ପାଇଁ ୨୦ଟନ୍ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ପଠାଇଛି ଭାରତ।

Afghanistan

ସାମାଜିକ ଗଣାମଧ୍ୟମ ଏକ୍ସରେ ଏକ ପୋଷ୍ଟରେ ଏହାର ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଆହୁରି ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି ଯେ, ଆଫଗାନିସ୍ତାନର ଶିଶୁ ଟୀକାକରଣ କାର୍ଯ୍ୟକ୍ରମକୁ ବୃଦ୍ଧି କରିବା ପାଇଁ ଭାରତ କାବୁଲକୁ ବିସିଜି ପାଇଁ ୨୦ଟନ୍ ଗୁରୁତ୍ୱପୂର୍ଣ୍ଣ ଶୁଷ୍କ ସାମଗ୍ରୀ ଏବଂ ଟିଟାନସ୍ ଏବଂ ଡିପଥେରିଆ (ଟିଡ଼ି) ଟିକା ପ୍ରଦାନ କରୁଛି। ଭାରତ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଫଗାନିସ୍ତାନର ବନ୍ଧୁତ୍ୱପୂର୍ଣ୍ଣ ଲୋକଙ୍କୁ ସମର୍ଥନ କରିବାକୁ ପ୍ରତିବଦ୍ଧ ବୋଲି ଜୟସ୍ୱାଲ ଲେଖିଛନ୍ତି।

ପୂର୍ବରୁ ମଧ୍ୟ ଏପ୍ରିଲରେ ଆଫଗାନିସ୍ତାନର ଶିଶୁ ଟୀକାକରଣ ପ୍ରୟାସକୁ ସମର୍ଥନ କରିବା ପାଇଁ ଭାରତ ଦ୍ୱାରା ୧୩ ଟନ୍ ବାସିଲ୍ କାଲମେଟ୍-ଗୁଏରିନ୍ (ବିସିଜି) ଟିକା ସହ ସମ୍ପର୍କିତ ଅନ୍ୟାନ୍ୟ ସାମଗ୍ରୀ ଭାରତ ଯୋଗାଇଛି। ପୂର୍ବରୁ ଏପ୍ରିଲ ୫ରେ ବନ୍ୟା ଏବଂ ଭୂମିକମ୍ପ ପ୍ରଭାବିତ ଆଫଗାନିସ୍ତାନକୁ ସମର୍ଥନ କରିବା ପାଇଁ ଭାରତ ମାନବିକ ସହାୟତା ପ୍ରଦାନ କରିଥିବା ମଧ୍ୟ ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+