ପ୍ରାଣୀ ପ୍ରଜନନ ପଞ୍ଜୀକରଣ କ୍ଷେତ୍ରରେ ସଫଳତା: ଓଡିଶାର ମଣ୍ଡା ମଇଁଷିକୁ ମିଳିଲା ଜାତୀୟ ମାନ୍ୟତା
ଭୁବନେଶ୍ବର: ମଣ୍ଡା ପ୍ରଜାତି ମଇଁଷିର ଦେହର ରଙ୍ଗ ସାଧାରଣତଃ ପାଉଁଶିଆ ଓ ଧୂସର ରଙ୍ଗର ଦେଖାଯାଏ । ଏହି ପ୍ରଜାତି ସମଗ୍ର ଦେଶରେ କେବଳ ଓଡିଶାର କେତେକ ଅଞ୍ଚଳରେ ହିଁ ଦେଖାଯାଏ। ଓଡିଶାର ଏହି ପ୍ରଜାତିକୁ ଏବେ ରାଷ୍ଟ୍ରୀୟ ପଶୁ ଅନୁବଂଶିକ ସଂସାଧନ ବ୍ୟୁରୋ ପକ୍ଷରୁ ଦେଶର ୧୯ତମ ମଇଁଷି ବ୍ରିଡ୍ ଭାବରେ ମାନ୍ୟତା ମିଳିଛି।

ଓଡିଶା ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଏହି ମଇଁଷି ପ୍ରଜାତି ସଂପର୍କରେ ପ୍ରଥମେ ଚିହ୍ନଟ ଏବଂ ଅନୁଧ୍ୟାନ କରାଯାଇ ଓ.ୟୁ.ଏ.ଟିର ମିଳିତ ସହଯୋଗରେ ତଥା ତତ୍କାଳୀନ ବିଭାଗୀୟ ନିର୍ଦେଶକ ବିଷ୍ଣପଦ ସେଠୀ ଏବଂ ପ୍ରାଣୀ ବଂଶାବଳୀ ବିଶେଷଜ୍ଞ ଡଃ. ସୁଶାନ୍ତ କୁମାର ଦାଶଙ୍କ ନେତୃତ୍ୱରେ ସବିଶେଷ ସର୍ବେକ୍ଷଣ କରାଯାଇଥିଲା । ଏହି ପ୍ରକଳ୍ପର ଫଳାଫଳ ସଂକ୍ରାନ୍ତୀୟ ତଥ୍ୟ ରାଷ୍ଟ୍ରୀୟ ପଶୁ ଅନୁବଂଶିକ ସଂସାଧନ ବ୍ୟୁରୋଙ୍କ ନିକଟରେ ଉପସ୍ଥାପିତ କରାଯାଇ ମଣ୍ଡା ମଇଁଷି ଅନନ୍ୟ ଏବଂ ଏହା କେବଳ ଓଡିଶାରେ ହିଁ ଦେଖାଯାଉଥିବାରୁ ଏହାକୁ ଜାତୀୟ ସ୍ତରରେ ସ୍ୱୀକୃତି ଲାଭ ନିମନ୍ତେ ଦାବୀ କରାଯାଇଥିଲା । ଅଦ୍ୟାବଧି ଏହି ମଇଁଷିକୁ ସମଗ୍ର ଦେଶରେ ୧୯ ତମ ପ୍ରଜାତି(ବ୍ରିଡ୍) ଭାବେ ଘୋଷଣା କରାଯାଇଛି ।

କଣ ରହିଛି ମଣ୍ଡା ମଇଁଷିଙ୍କ ବିଶେଷତ୍ଵ:
• ମଣ୍ଡା ମଇଁଷି ଆକାରରେ ଛୋଟ ହେଲେ ମଧ୍ୟ ବେଶ୍ ହୃଷ୍ଟପୃଷ୍ଟ ଏବଂ ଉଭୟ ଅଣ୍ଡିରା ଏବଂ ମାଇ ମଇଁଷିକୁ କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲାରେ ଚାଷ କାର୍ଯ୍ୟରେ ନିୟୋଜିତ କରାଯାଉଛି ।
• ଏହି ପ୍ରଜାତି ମଇଁଷିର ଧୂସର ପାଉଁଶିଆ ଓ ଧୂସର ରଙ୍ଗ ଦେହରେ ତମ୍ବାଳିଆ ରଙ୍ଗର ଲୋମ ଦେଖାଯାଏ । ଗୋଡର ତଳି ଭାଗରୁ ଗଣ୍ଡି ପର୍ଯ୍ୟନ୍ତ ଫିକାରଙ୍ଗ ଓ ଆଣ୍ଠୁ ପାଖରେ ତମ୍ବାଳିଆ ରଙ୍ଗର ଲୋମ ଦେଖାଯାଏ । ଏହି ପ୍ରଜାତିର କେତେକ ମଇଁଷିଙ୍କର ରୂପେଲି ଧଳା ରଙ୍ଗର ଦେହ ହୋଇଥାଏ
• ଏହି ପ୍ରାଣୀମାନଙ୍କୁ ପ୍ରାୟତଃ କୌଣସି ସଂକ୍ରମଣ ହୋଇନଥାଏ ଏବଂ ଏମାନଙ୍କ କ୍ଷେତ୍ରରେ ବିଶେଷ ରୋଗରେ ଆକ୍ରାନ୍ତ ହେବାର ଦେଖାଯାଏ ନାହିଁ ଏମାନେ ଯେ କୌଣସି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଉତମ ଭାବେ ରହିବା ସହିତ ପ୍ରଜନନ କ୍ଷେତ୍ରରେ ମଧ୍ୟ ସଫଳ ଥା'ନ୍ତି ।
• ବର୍ତମାନ ଏହି ପ୍ରଜାତିର ଅନ୍ୟୁନ ୧ଲକ୍ଷ ମଇଁଷି ପାର୍ବତ୍ୟ ମାଳଅଂଚଳରେ ଥିବା ବେଳେ ପିଢି ପରେ ପିଢି ଧରି ସେଠାରେ ବସବାସ କରୁଥିବା ଅଧିବାସୀମାନଙ୍କୁ ଘରୋଇ ଭାବେ ଦୁଗ୍ଧ ଚାହିଦା ଏହି ମଇଁଷିମାନେ ମେଣ୍ଟାଉଥିବା ସହିତ ସେ ଅଂଚଳର ସମସ୍ତ ଚାଷ କାର୍ଯ୍ୟରେ ମଧ୍ୟ ସେମାନଙ୍କୁ ନିୟୋଜିତ କରାଯାଉଛି ।
• ଏହି ପ୍ରଜାତିର ମଇଁଷିମାନଙ୍କ କ୍ଷୀର ଉପôାଦନ କ୍ଷମତା ପ୍ରତି ଥରରେ ହାରାହାରି ୨ରୁ ୨.୫ ଲିଟର ଥିବାବେଳେ ଏଥିରେ ୮ ପ୍ରତିଶତ ଚର୍ବି ଅଂଶ ରହିଥାଏ । କେତେକ କ୍ଷେତ୍ରରେ ଏହି ମଇଁଷିଗୁଡିକ ୪ ଲିଟର ପର୍ଯ୍ୟନ୍ତ କ୍ଷୀର ଦେଇଥା'ନ୍ତି ।
• ମଣ୍ଡା ମଇଁଷି ୩ ବର୍ଷର ହେବା ବେଳକୁ ପ୍ରାପ୍ତ ବୟସ୍କା ହୋଇଥାଏ ଏବଂ ୪ ବର୍ଷ ହେବା ବେଳକୁ ପ୍ରଥମ ବାଛୁରୀ ଜନ୍ମ କରିଥା'ଏ । ୨୦ ବର୍ଷ ପର୍ଯ୍ୟନ୍ତ ଏହି ପ୍ରଜାତିର ମଇଁଷି ପ୍ରତି ଦେଢରୁ ୨ ବର୍ଷରେ ବାଛୁରୀ ଜନ୍ମ କରିଥାଏ ।
• ମଣ୍ଡା ମଇଁଷି ଜାତୀୟ ମାନ୍ୟତା ପାଇବା ସହିତ ଓଡିଶାର ଏହି ଅନନ୍ୟ ପ୍ରଜାତିର ପ୍ରାଣୀ ସମ୍ବଳକୁ ଭାରତ ସରକାର ତଥା ରାଜ୍ୟ ସରକାର ଏହାର ସଂରକ୍ଷଣ ଦିଗରେ ସମସ୍ତ ପଦକ୍ଷେପ ଗ୍ରହଣକରିବା ସହିତ ପ୍ରୟାସ ଜାରି ରଖିବେ । ନୂତନ ପ୍ରଜନନ ପ୍ରକ୍ରିୟା ବଳରେ ଏହି ପ୍ରଜାତିମାନଙ୍କର ଉପôାଦନ କ୍ଷମତା ବୃଦ୍ଧି କରାଯିବା ସହିତ କ୍ଷୀର, ଦହି, ଘିଅ ଆଦି ଉପôାଦ ଦ୍ରବ୍ୟର ବିକ୍ରି ଦିଗରେ ପଦକ୍ଷେପ ଗ୍ରହଣ କରାଯାଇ ସୁଲଭ ଦରରେ ବଜାରରେ ବିକ୍ରି ଦ୍ୱାରା ଉକ୍ତ ଅଂଚଳବାସୀ ତଥା ଅଂଶୀଦାରମାନଙ୍କ ସ୍ୱଚ୍ଛଳ ଜୀବିକା ନିର୍ବାହ ଦିଗରେ ଏହା ଫଳପ୍ରସୂ ହେବ ।
କେଉଁଠି ଦେଖା ଯାଆନ୍ତି ଏହି ପ୍ରଜାତିର ମଇଁଷି ?

ବିଞ୍ଝାରପୁର, ମୋଟୁ, ଘୁମୁସର ଏବଂ ଖରିଆର ଅଂଚଳରେ ୪ଟି ଗୋ-ପ୍ରଜାତି, ଚିଲିକା ଓ କଳାହାଣ୍ଡିର ୨ ପ୍ରଜାତି ମଇଁଷି ଏବଂ କେନ୍ଦ୍ରାପଡାର ଗୋଟିଏ ପ୍ରଜାତି ମେଣ୍ଢା ପଞ୍ଜୀକରଣ କ୍ଷେତ୍ରରେ ଶ୍ରୀ ସେଠୀ ଏବଂ ଡଃ. ଦାଶଙ୍କ ମିଳିତ ପ୍ରୟାସ ତଥା ବିଶେଷ ଅବଦାନ ରହିଛି । ବର୍ତମାନ ରାଜ୍ୟରେ ସମସ୍ତ ପ୍ରଜାତି ନିମନ୍ତେ ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ସମଗ୍ର ଦେଶରେ ସଂରକ୍ଷଣ ପ୍ରକି୍ରୟା କ୍ଷେତ୍ରରେ ବିଞ୍ଝାରପୁର ଗୋ-ବୀର୍ଯ୍ୟ ଉପôାଦନ ଏବଂ ଏହାର କୃତି୍ରମ ପ୍ରଜନନ ପଦ୍ଧତି ନିମନ୍ତେ ଓଡିଶା ଉଲ୍ଲେଖନୀୟ ସଫଳତା ହାସଲ କରିଛି ।
ରାଷ୍ଟ୍ରୀୟ ପଶୁ ଅନୁବଂଶିକ ସଂସାଧନ ବ୍ୟୁରୋ

ଭାରତ ସରକାରଙ୍କ ଆଇସିଏଆର୍ ଅଧିନରେ କାର୍ଯ୍ୟରତ ରାଷ୍ଟ୍ରୀୟ ପଶୁ ଅନୁବଂଶିକ ସଂସାଧନ ବ୍ୟୁରୋ ଦେଶରେ ପଶୁ ସମ୍ପଦର ନୂତନ ବ୍ରିଡ୍ ତଥ୍ୟ ପଞ୍ଜୀକରଣ କରିବା ପାଇଁ ନୋଡାଲ ସଂସ୍ଥା ଅଟେ। ଏହାର ମୁଖ୍ୟ କାର୍ଯ୍ୟାଳୟ ହରିୟାଣାର କର୍ଣାଲ୍ ଠାରେ ଅବସ୍ଥିତ।
ବର୍ତ୍ତମାନ ସୁଦ୍ଧା ଦେଶରେ ୨୦୨ ଗୋଟି ଇଣ୍ଡିଜେନସ୍ ପଶୁ ଏବଂ ପଲ୍ଟ୍ରି ବ୍ରିଡ୍ ପଞ୍ଜୀକରଣ ହୋଇଛି। ଏଥିରେ ୧୯ ଗୋଟି ମଇଁଷି ପ୍ରଜାତି ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଓଡିଶାର ମଣ୍ଡା ପ୍ରଜାତି ନୂତନ ଭାବେ ମାନ୍ୟତା ପ୍ରାପ୍ତ କରିଛି।












Click it and Unblock the Notifications