ଆଜିଠୁ ମା' ତାରିଣୀଙ୍କ ଚଇତି ପର୍ବ, ସୁନାବେଶରେ ଦର୍ଶନ ଦେଉଛନ୍ତି ମାଆ
ଆଜିଠୁ ମା' ତାରିଣୀଙ୍କ ଚଇତି ପର୍ବ । ସୁନାବେଶରେ ଦର୍ଶନ ଦେଉଛନ୍ତି ମାଆ । ଆଜି ବ୍ରହ୍ମ ମୁହୂର୍ତ୍ତରେ ପ୍ରଥମେ ମାଙ୍କୁ ହଳଦୀ, ଚୂଆ, ଗଙ୍ଗାଜଳ, ଅଘୁର,ଚନ୍ଦନ ଆଦିରେ ମହାସ୍ନାନ କରାଯାଇଥିଲା । ସ୍ନାନପରେ ମାଙ୍କୁ ସିନ୍ଦୁରରେ ସଜିତ କରାଯାଇଥିଲା । ପରେ ମାଙ୍କୁ ସୁନାମୁକୁଟ, ସୁନାର ଚକ୍ଷୁ,ଚିତା,ସୁନାର ମୁଖ, ହୀରାର ନୁଥ ମାଙ୍କୁ ଆଭୂଷଣ କରି ବଡସିଂହାର ବେଶ କରାଯାଇଥିଲା । ରୀତିନୀତି ଅନୁସାରେ ଷୋଡଶ ଉପଚାରରେ ମାଆଙ୍କ ପୂଜା କରାଯିବ । ୭ଦିନ ଧରି ମା' ତାରିଣୀ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି ।

କେଉଁ ଆବାହନ କାଳରୁ ମା' ଶାଳବଣରେ ପୂଜା ପାଇ ଆସୁଥିବ ବେଳେ ୧୯୩୭ ମସିହାରୁ ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷରୁ ପାଳିତ ହୋଇ ଆସୁଛି ମା'ଙ୍କ ଏହି ଚଇତି ପର୍ବ। ଚଇତି ପର୍ବରେ ମା' ତାରିଣୀ ୭ ଦିନ ଧରି ସୁନାବେଶରେ ଭକ୍ତକୁ ଦର୍ଶନ ଦେଇଥା'ନ୍ତି । ପ୍ରତ୍ୟେକ ଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଭକ୍ତମାନଙ୍କ ଭିଡ଼ ମଧ୍ୟ ମା'ଙ୍କ ପୀଠରେ ଲାଗି ରହିଥାଏ। ଏଥିସହ ମା' ତାରିଣୀଙ୍କ ସାସ୍କୃତିକ ମଣ୍ଡପର ବହୁ ସୁନାମଧନ୍ୟ ନୃତ୍ୟଶିଳ୍ପୀ ଓ କଣ୍ଠଶିଳ୍ପୀ ମାନଙ୍କ ଦ୍ୱାରା ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥାଏ ।
-
ମେଟ୍ରୋ ପ୍ରକଳ୍ପ ବାତିଲ ହୋଇନି: ନଗର ଉନ୍ନୟନ ମନ୍ତ୍ରୀ -
ମେ’ ୯ ଯାଏ ଘୁଞ୍ଚିଲା ଓଟିଇଟି ଆବେଦନ, ମାସେ ବଢ଼ାଇଲା ବୋର୍ଡ... -
ଦିଲ୍ଲୀ ଗଲେ ନବୀନ ପଟ୍ଟନାୟକ -
ମେଟ୍ରୋ ପ୍ରକଳ୍ପ ବନ୍ଦ ନିଷ୍ପତ୍ତିର ପୁନର୍ବିଚାର ହେବ କି ? ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା -
କାଳବୈଶାଖୀ ତାଣ୍ଡବରୁ ମିଳିବ ଆଶ୍ୱସ୍ତି, ୧୨ରୁ ପାରଦ ଉପରମୁହାଁ -
ଘୋଷିତ ବିଦ୍ୟୁତ କାଟ୍ ନେଇ ମୁଖ୍ୟମନ୍ତ୍ରୀଙ୍କ ଚରମବାଣୀ, ଲାଇନ୍ କାଟିଲେ ଯାଇପାରନ୍ତି ଜେଲ୍ -
ଆଉ ସମ୍ଭାବନାର ରାଜ୍ୟ ନୁହେଁ , ଓଡିଶା ଏବେ ସମୃଦ୍ଧିର ସ୍ପର୍ଶ ଅନୁଭବ କରୁଛି- ମୁଖ୍ୟମନ୍ତ୍ରୀ -
Adani Group ମାମଲାରେ ନୂଆ ମୋଡ଼—US କୋର୍ଟ ଦେଲା ପ୍ରି-ମୋସନ୍ କନ୍ଫରେନ୍ସକୁ ଗ୍ରୀନ୍ ସିଗ୍ନାଲ -
ପଛକୁ ହଟିଲେ ଟ୍ରମ୍ପ: ୨ ସପ୍ତାହ ପାଇଁ ଯୁଦ୍ଧ ବିରାମ କରିବାକୁ ରାଜି ହେଲେ ଆମେରିକା-ଇରାନ -
ପାକିସ୍ତାନ ବିଶ୍ୱାସଯୋଗ୍ୟ ନୁହେଁ : ଯୁଦ୍ଧ ଭିତରେ ଇସ୍ରାଏଲ ଓ ଇରାନ ମୁହଁରେ ଭାରତର ପ୍ରଶଂସା ! -
Karan Adani ଙ୍କ ବଡ଼ ଘୋଷଣା; ଓଡ଼ିଶାରେ ₹33,000 କୋଟିର ମେଗା ନିବେଶ, ଅନେକ ନୂତନ ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ -
ବୟନ ଓ ପୋଷାକ ଶିଳ୍ପ ହବ୍ରେ ପରିଣତ ହେବ ଓଡ଼ିଶା : ମୁଖ୍ୟମନ୍ତ୍ରୀ







Click it and Unblock the Notifications