Get Updates
Get notified of breaking news, exclusive insights, and must-see stories!

IPL 2026: ଆଜି ବେଙ୍ଗାଲୁରୁକୁ ଭେଟିବ ରାଜସ୍ଥାନ, ଶୀର୍ଷ ସ୍ଥାନ ପାଇଁ ଲଢ଼େଇ

ଚଳିତ ଆଇପିଏଲର ୧୬ତମ ଲିଗ୍ ମ୍ୟାଚରେ ଆଜି ଡିଫେଣ୍ଡିଂ ଚାମ୍ପିଅନ୍ ବେଙ୍ଗାଲୁରୁ ଓ ରାଜସ୍ଥାନ ସାମ୍ନା ସାମ୍ନି ହେବେ । ରାଜସ୍ଥାନର ଘରୋଇ ଗ୍ରାଉଣ୍ଡ ଗୌହାଟୀର ବର୍ଷାପଡ଼ା ଷ୍ଟାଡ଼ିୟମ୍‌ ଏହି ମ୍ୟାଚ୍ ଖେଳାଯିବ । ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଟାର୍ଗେଟ୍ ରହିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।

IPL 2026

ଇତି ମଧ୍ୟରେ ଶେଷ ହୋଇଥିବା ୧୫ଟି ମ୍ୟାଚ୍ ମଧ୍ୟରେ କେବଳ ବେଙ୍ଗାଲୁରୁ ଓ ରାଜସ୍ଥାନ ପୂର୍ଣ୍ଣ ଆଧିପତ୍ୟ ଜାହିର କରିଛନ୍ତି । ରାଜସ୍ଥାନ କ୍ରମାନ୍ୱୟରେ ପ୍ରଥମ ୩ଟି ଯାକ ମ୍ୟାଚ୍ ଜିତି ପଏଣ୍ଟ ତାଲିକାର ଶୀର୍ଷରେ ରହିଛି । ବେଙ୍ଗାଲୁରୁ ୨ଟି ମ୍ୟାଚ୍ ଖେଳି ଅପରାଜେୟ ରହିବା ସହ ଦ୍ୱିତୀୟ ସ୍ଥାନ ଦଖଲ କରିଛି । ଆଜି ବେଙ୍ଗାଲୁରୁ ଜିତିଲେ ଶୀର୍ଷ ସ୍ଥାନ ଦଖଲ କରି ପାରିବ । ମୁମ୍ବାଇ ବିପକ୍ଷରେ ବିଜୟ ରାଜସ୍ଥାନ ଦଳର ଶକ୍ତି ପ୍ରମାଣିତ କରିଥିଲା । ବର୍ଷା ଯୋଗୁଁ ବାଧାପ୍ରାପ୍ତ ଉକ୍ତ ମ୍ୟାଚକୁ ୧୧ଓଭର ବିଶିଷ୍ଟ ରଖା ଯାଇଥିଲା ଓ ରାଜସ୍ଥାନ ୧୫୦ ରନ ସଂଗ୍ରହ କରି ନେଇଥିଲା ।

ମୁମ୍ବାଇ ଦଳ ବିଶାଳ ବିଜୟ ଲକ୍ଷ୍ୟର ପିଛା କରିବାରେ ବିଫଳ ହୋଇଥିଲା । ଯଶସ୍ୱୀ ଜୈସ୍ୱାଲ୍ ମାତ୍ର ୩୨ଟି ବଲ୍ରୁ ଅପରାଜିତ ୭୭ (୧୦ଚୌକା, ୪ଛକା) ରନ କରିଥିଲେ । ବ୍ୟାଟିଂ ବିସ୍ମୟ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୪ଟି ବଲ୍ରୁ ୧ ଚୌକା ଓ ୫ ଛକା ବଳରେ ୩୯ ରନ କରିଥିଲେ । ସେ ଯଶପ୍ରୀତ ବୁମରାଙ୍କୁ ପ୍ରଥମ କରି ସାମ୍ନା କରିଥିଲେ ଓ ପ୍ରଥମ ବଲ୍ରେ ଛକା ମାରି କ୍ରିକେଟ୍ ପ୍ରେମୀଙ୍କୁ ସ୍ତବ୍ଧ କରି ଦେଇଥିଲେ ।

ବେଙ୍ଗାଲୁରୁ ପୂର୍ବ ବର୍ଷର ଦଳକୁ ଅପରିବର୍ତ୍ତିତ ରଖିଥିବାରୁ ପ୍ରଦର୍ଶନ ମଧ୍ୟ ପୂର୍ବ ଭଳି ଉନ୍ନତ ଓ ଶୃଙ୍ଖଳିତ ରହିଛି । ଫଳରେ ଟିମ ମ୍ୟାନେଜମେଣ୍ଟ ରଣନୀତିକୁ ସରଳ ରଖି ବିଜୟ ହାସଲ କରିପାରୁଛି । ବିରାଟ କୋହଲି ଚମତ୍କାର ଫର୍ମରେ ରହିଛନ୍ତି । ମଧ୍ୟ କ୍ରମରେ ଟିମ ଡେଭିଡ୍ ଓ ସେରଫାନ ରଦରଫୋର୍ଡଙ୍କ ଧୂଆଁଧାର ବ୍ୟାଟିଂ ପ୍ରତିପକ୍ଷ ଦଳର ନିଦ ହଜାଇ ଦେଇଛି ।

ଉଭୟ ଦଳର ବୋଲିଂ ବିଭାଗରେ ବିଭିନ୍ନତା ରହିଛି । ଜୋସ ହାଜେଲଉଡ୍‌ଙ୍କ ବିନା ମଧ୍ୟ ବେଙ୍ଗାଲୁରୁ ବୋଲିଂ ବିଭାଗ ଘାତକ ସାବ୍ୟସ୍ତ ହୋଇଛି । ନୂଆ କରି ଖେଳୁଥିବା ଜାକବ ଡଫି ୨ଟି ମ୍ୟାଚରୁ ୫ଟି ୱିକେଟ୍ ଅକ୍ତିଆର କରି ହାଜେଲଉଡ୍‌ଙ୍କ ଶୂନ୍ୟସ୍ଥାନ ପୂରଣ କରିଛନ୍ତି ।

ବର୍ଷାପଡ଼ା ଗ୍ରାଉଣ୍ଡର ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିବ । ମାତ୍ର ବର୍ଷା କିଛି ମାତ୍ରାରେ ପ୍ରଭାବିତ କରିବ । ପିଚ୍‌ରେ ସୂର୍ଯ୍ୟ କିରଣ ପଡ଼ିନଥିବାରୁ ଆଦ୍ରତା ଭରି ରହିଥିବ । ଫଳରେ ପ୍ରାରମ୍ଭରୁ ପେସ୍ ବୋଲରମାନେ ନୂଆ ବଲ୍‌ରେ ପିଚ୍‌ର ଫାଇଦା ଉଠାଇ ପାରିବେ । ଟସ୍ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

ସମ୍ଭାବ୍ୟ ଦଳ

ରାଜସ୍ଥାନ: ଯଶସ୍ୱୀ ଜୈସ୍ୱାଲ, ବୈଭବ ସୂର୍ଯ୍ୟବଂଶୀ, ଧ୍ରୁବ ଜୁରେଲ, ରିୟାନ ପରାଗ (ଅଧିନାୟକ), ସିମରନ ହେତମାୟର, ଡୋନୋଭାନ ଫେରେରା, ରବିନ୍ଦ୍ର ଜାଡ଼େଜା, ଜୋଫ୍ରା ଆର୍ଚର, ସନ୍ଦିପ ଶର୍ମା, ନାନ୍ଦ୍ରେ ବର୍ଗର, ତୁଷାର ଦେଶପାଣ୍ଡେ, ରବି ବିଷ୍ଣୋଇ ।

ବେଙ୍ଗାଲୁରୁ: ଫିଲ ସଲ୍ଟ, ବିରାଟ କୋହଲି, ଦେବଦତ୍ତ ପାଡ଼ିକଲ, ରଜତ ପାତିଦାର (ଅଧିନାୟକ), ଟିମ ଡେଭିଡ୍, ଜିତେଶ ଶର୍ମା, ରୋମାରିଓ ସେଫର୍ଡ, କୃନାଲ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ଅଭିନନ୍ଦନ ସିଂହ, ଜାକବ ଡଫି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+