କାଳବୈଶାଖୀ ତାଣ୍ଡବରୁ ମିଳିବ ଆଶ୍ୱସ୍ତି, ୧୨ରୁ ପାରଦ ଉପରମୁହାଁ
କାଳବୈଶାଖୀ ପାଇଁ ତାତିରୁ ବଡ଼ ଆଶ୍ୱସ୍ତି ମିଳିଛି । ମାତ୍ର ଦୁଇଦିନ ପରେ ପୁଣି ଫେରିବ ତାତି ପ୍ରକୋପ । ଉପରମୁହାଁ ହେବ ପାରଦ । ୧୦ ତାରିଖବେଳକୁ ପଶ୍ଚିମ ଓଡ଼ିଶା ୪୦ ଡିଗ୍ରୀ ଡେଇଁବ । ୧୨ରୁ ଉପକୂଳ ଓଡ଼ିଶା ଗରମ, ଗୁଳୁଗୁଳିରେ ଘାଣ୍ଟି ହେବ । ଏଭଳି ପୂର୍ବାନୁମାନ ଦେଖାଇଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର।

ରାଜ୍ୟରେ ଗତ କିଛିଦିନ ହେବ ନିୟମିତ କାଳବୈଶାଖୀ ପ୍ରଭାବରେ ବର୍ଷା, ପବନ, ଘଡ଼ଘଡ଼ି ଲାଗି ରହିଛି । ଉପକୂଳ ତାପମାତ୍ରା ୩୫ ଡିଗ୍ରୀ ତଳେ ଓ ପଶ୍ଚିମ ଓଡ଼ିଶା ୪୦ ଡିଗ୍ରୀରୁ କମ୍ ରହିଛି । ବୁଧବାର କାଳବୈଶାଖୀ ପ୍ରଭାବରେ ପୁରୀ ଜିଲ୍ଲା କଣାସରେ ବଜ୍ରପାତ ଘଟି ଜଣେ ଚାଷୀଙ୍କର ବିଲରେ ମୃତ୍ୟୁ ହୋଇଛି । ବାଲେଶ୍ୱର ଜିଲ୍ଲା ଖଇରାରେ ବର୍ଷା, ପବନବେଳେ ଗଛ ପଡ଼ି ଜଣେ ଗୁରୁତର ଆହତ ହୋଇଛନ୍ତି । ଭଦ୍ରକରେ ସକାଳେ ବର୍ଷା ଛେଚିଥିବାବେଳେ ସନ୍ଧ୍ୟାରେ ବି ବର୍ଷା ହୋଇଛି । ବାତାବରଣ ପୂରା ଥଣ୍ଡା ପଡ଼ିଯାଇଛି । ଢେଙ୍କାନାଳର କାମାକ୍ଷାନଗରରେ ପ୍ରବଳ ବର୍ଷା, ପବନ ଯୋଗୁ ଅନେକ ସ୍ଥାନରେ ଗଛ ଭାଙ୍ଗିଛି । ଗଁଦିଆରେ ବି ବର୍ଷା ହୋଇଛି । ଭୁବନେଶ୍ୱରରେ ଦିନ ତମାମ ପାଗ ମେଘୁଆ ଥିବାବେଳେ ଅପରାହ୍ନରେ ୧୧.୨ ମିମି ବର୍ଷା ହୋଇଛି । ଏହାବାଦ ପାରାଦୀପରେ ୨୮.୫ ମିମି, ପୁରୀରେ ୨୩ ମିମି, ନୟାଗଡ଼ରେ ୧୩ ମିମି ବର୍ଷା ହୋଇଛି ।
ଆସନ୍ତା ଦୁଇଦିନ ରାଜ୍ୟରେ କାଳବୈଶାଖୀ ପ୍ରକୋପ ରହିବ । ୧୧ରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାତି ବଢ଼ିବ । ଅନୁମାନ କରାଯାଉଛି, ୩ ଦିନ ପରେ ତାପମାତ୍ରା ପ୍ରାୟ ୪ରୁ ୬ ଡିଗ୍ରୀ ବଢ଼ିଯିବ । ୧୦ ତାରିଖରେ ଉପକୂଳ ଓଡ଼ିଶାର ଭୁବନେଶ୍ୱରରେ ପାରଦ ୩୮ ଡିଗ୍ରୀ ଏବଂ ପଶ୍ଚିମ ଓଡ଼ିଶାରେ ୪୦ ଡିଗ୍ରୀ ଛୁଇଁପାରେ । ୧୧ ତାରିଖରେ ଝାରସୁଗୁଡ଼ା ୪୧ ଡିଗ୍ରୀ ଛୁଇଁଯିବ ।
ଅନ୍ୟପଟେ ୧୨ରୁ ଉପକୂଳ ଓଡ଼ିଶା ଗରମ, ଗୁଳୁଗୁଳିରେ ଛଟପଟ ହେବ । ସମସ୍ତ ଉପକୂଳ ଜିଲ୍ଲା ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଗରମ, ଗୁଳୁଗୁଳି ଅନୁଭୂତ ହେବ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି ପାଇଁ ଏଥିଲାଗି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ୧୨ରୁ ୧୫ ତାରିଖ ପର୍ଯ୍ୟନ୍ତ । ତା' ପରେ ବି ସ୍ଥିତି ବଦଳିବ ନାହିଁ । ବୁଧବାର ଟିଟିଲାଗଡ଼ ତାପମାତ୍ରା ୩୯.୫, ନୂଆପଡ଼ା ୩୮, ବୌଦ୍ଧ ୩୮.୭, ଭବାନୀପାଟଣା ୩୮.୮, ନୂଆପଡ଼ା ୩୮, ବଲାଙ୍ଗୀର ୩୭.୮, ସୋନପୁର ୩୭.୪ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । ଭୁବନେଶ୍ୱର ତାପମାତ୍ରା ୩୪.୮ ଡିଗ୍ରୀ ଥିବାବେଳେ କଟକ ୩୪.୪ ଥିଲା ।
-
Adani Group ମାମଲାରେ ନୂଆ ମୋଡ଼—US କୋର୍ଟ ଦେଲା ପ୍ରି-ମୋସନ୍ କନ୍ଫରେନ୍ସକୁ ଗ୍ରୀନ୍ ସିଗ୍ନାଲ -
ତୁରନ୍ତ ଇରାନ ଛାଡ଼…. ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି କଲେ କେନ୍ଦ୍ର ସରକାର -
ଷଷ୍ଠରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପଢିବେ ଆର୍ଥିକ ସାକ୍ଷରତା ପାଠ -
ଜୁନିଅର ରେଭେନ୍ୟୁ ଆସିଷ୍ଟାଣ୍ଟ୍ ପଦବୀରେ ହେବ ନିଯୁକ୍ତି, ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜସ୍ୱ ସଚିବ -
ପଛକୁ ହଟିଲେ ଟ୍ରମ୍ପ: ୨ ସପ୍ତାହ ପାଇଁ ଯୁଦ୍ଧ ବିରାମ କରିବାକୁ ରାଜି ହେଲେ ଆମେରିକା-ଇରାନ -
ଓଡ଼ିଆ ପକ୍ଷ : ଶିଶୁକଥା ଦିବସରେ ୧୮,୦୦୦ ବର୍ଣ୍ଣବୋଧ ଓ ଶିଶୁଲେଖା ପୁସ୍ତକ ବଣ୍ଟନ -
Karan Adani ଙ୍କ ବଡ଼ ଘୋଷଣା; ଓଡ଼ିଶାରେ ₹33,000 କୋଟିର ମେଗା ନିବେଶ, ଅନେକ ନୂତନ ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ -
ଆଜି ଦିଲ୍ଲୀ-ଗୁଜରାଟ ମୁକାବିଲା : ଫେରିବେ ଫିଟ୍ ଗିଲ୍, ଜଲୱା ଦେଖାଇବେ କେଏଲ୍ ରାହୁଲ୍ -
IPL 2026 : ଯଶସ୍ୱୀ-ବୈଭବ ଝଡ଼ରେ ଧରାଶାୟୀ ମୁମ୍ବାଇ, ୨୭ ରନ୍ରେ ହରାଇଲା ରାଜସ୍ଥାନ ରୟାଲ୍ସ



Click it and Unblock the Notifications