ମେଟ୍ରୋ ପ୍ରକଳ୍ପ ବାତିଲ ହୋଇନି: ନଗର ଉନ୍ନୟନ ମନ୍ତ୍ରୀ
ଭୁବନେଶ୍ବରରେ ମେଟ୍ରୋ ପ୍ରକଳ୍ପ ନେଇ ନଗର ଉନ୍ନୟନ ମନ୍ତ୍ରୀ ପ୍ରତିକ୍ରିୟା ଦେଇଅଛନ୍ତି । ବାତିଲ ହୋଇନି ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ, ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ମୁଖ୍ୟମନ୍ତ୍ରୀ କେଉଁଠି ମନା କରିନାହାନ୍ତି, ପ୍ରକଳ୍ପ ମୁଖ୍ୟମନ୍ତ୍ରୀଙ୍କ ବିଚାରଧୀନ ରହିଥିବା କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଆଜି ନ ହେଲେ କାଲି ମେଟ୍ରୋର ଆବଶ୍ୟକତା ରହିଥିବା ମନ୍ତ୍ରୀ କହିଛନ୍ତି । ଏଥିପାଇଁ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଛି । କେଉଁ ଉପାୟରେ ମେଟ୍ରୋ ପ୍ରକଳ୍ପ ହେବେ ସେନେଇ ଅନୁଧ୍ୟାନ କରାଯାଉଛି । ଏବେ ଯାହା ହେବ କେନ୍ଦ୍ର ସରକାରଙ୍କ ସହାୟତା ଓ ସହଯୋଗରେ ହେବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ।

ପୂର୍ବରୁ ପ୍ରକଳ୍ପକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଚିଠି ଲେଖିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ମଧ୍ୟ କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଚିଠି ଲେଖି କେନ୍ଦ୍ରର ହସ୍ତକ୍ଷେପ ଲୋଡ଼ିଥିଲେ ।
ଅନ୍ୟପଟେ ମେଟ୍ରୋ ପ୍ରକଳ୍ପ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରତିକ୍ରିୟା ଦେଇଛନ୍ତି ଯେ, ସବୁପ୍ରକଳ୍ପ ଲାଭପାଇଁ କରାଯାଏ ନାହିଁ l କିଛି ପ୍ରକଳ୍ପ ବୃହତର ଜନସ୍ୱାର୍ଥକୁ ନଜରରେ ରଖି କରାଯାଏ l ମୁଖ୍ୟମନ୍ତ୍ରୀଙ୍କ ସହିତ ବିସ୍ତୃତ ଭାବରେ ଆଲୋଚନା ପରେ ଚିଠି ଲେଖିଛି l ସେ ମୋତେ ଆଶ୍ୱାସନା ଦେଇଛନ୍ତି, କେନ୍ଦ୍ର ସହିତ ଆଲୋଚନା କରି ପଦକ୍ଷେପ ନେବେ l
ଏହା ମଧ୍ୟ କହିଛନ୍ତି, ଦରକlର ପଡିଲେ କେନ୍ଦ୍ର ସହିତ ଆଲୋଚନା କରିବି । କେମିତି ପ୍ରକଳ୍ପ ପାଇଁ ଅର୍ଥ ଆସିବ ସେନେଇ ଆଲୋଚନା କରିବି । ୩୪ଟି ସହରରେ ମେଟ୍ରୋ ପ୍ରକଳ୍ପ ଅଛି l ଭୁବନେଶ୍ୱର କାହିଁକି ବାଦ ପଡିବ ବୋଲି ସେ ପ୍ରଶ୍ନ କରିଛନ୍ତି । ମେଟ୍ରୋ ପ୍ରକଳ୍ପ ହେଲେ ଛାତ୍ରଛତ୍ରୀ, ବୃତ୍ତିଗତ, ସାଧାରଣଲୋକ ସମସ୍ତେ ଉପକୃତ ହେବେ l ୨୦ ଲକ୍ଷ ଲୋକଙ୍କ ପାଇଁ ସ୍ୱର ଉଠାଇବା ସହିତ ବିଭିନ୍ନ ପ୍ରକାର ବ୍ୟବସ୍ଥା କରିବା ସାଂସଦ ଭାବରେ ଦାୟିତ୍ୱ ବୋଲି ସେ କହିଛନ୍ତି ।
-
ଦିଲ୍ଲୀ ଗଲେ ନବୀନ ପଟ୍ଟନାୟକ -
ମେଟ୍ରୋ ପ୍ରକଳ୍ପ ବନ୍ଦ ନିଷ୍ପତ୍ତିର ପୁନର୍ବିଚାର ହେବ କି ? ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା -
ଘୋଷିତ ବିଦ୍ୟୁତ କାଟ୍ ନେଇ ମୁଖ୍ୟମନ୍ତ୍ରୀଙ୍କ ଚରମବାଣୀ, ଲାଇନ୍ କାଟିଲେ ଯାଇପାରନ୍ତି ଜେଲ୍ -
ଆଉ ସମ୍ଭାବନାର ରାଜ୍ୟ ନୁହେଁ , ଓଡିଶା ଏବେ ସମୃଦ୍ଧିର ସ୍ପର୍ଶ ଅନୁଭବ କରୁଛି- ମୁଖ୍ୟମନ୍ତ୍ରୀ -
ଆଜିଠୁ ମା' ତାରିଣୀଙ୍କ ଚଇତି ପର୍ବ, ସୁନାବେଶରେ ଦର୍ଶନ ଦେଉଛନ୍ତି ମାଆ -
ପେଟ୍ରୋଲ ପମ୍ପରେ ମିଳିବ ୫ କେଜି ଗ୍ୟାସ୍ ସିଲିଣ୍ଡର୍ -
କାଳବୈଶାଖୀ ତାଣ୍ଡବରୁ ମିଳିବ ଆଶ୍ୱସ୍ତି, ୧୨ରୁ ପାରଦ ଉପରମୁହାଁ -
Adani Group ମାମଲାରେ ନୂଆ ମୋଡ଼—US କୋର୍ଟ ଦେଲା ପ୍ରି-ମୋସନ୍ କନ୍ଫରେନ୍ସକୁ ଗ୍ରୀନ୍ ସିଗ୍ନାଲ -
ପଛକୁ ହଟିଲେ ଟ୍ରମ୍ପ: ୨ ସପ୍ତାହ ପାଇଁ ଯୁଦ୍ଧ ବିରାମ କରିବାକୁ ରାଜି ହେଲେ ଆମେରିକା-ଇରାନ -
ପାକିସ୍ତାନ ବିଶ୍ୱାସଯୋଗ୍ୟ ନୁହେଁ : ଯୁଦ୍ଧ ଭିତରେ ଇସ୍ରାଏଲ ଓ ଇରାନ ମୁହଁରେ ଭାରତର ପ୍ରଶଂସା ! -
IPL 2026: ଆଜି ବେଙ୍ଗାଲୁରୁକୁ ଭେଟିବ ରାଜସ୍ଥାନ, ଶୀର୍ଷ ସ୍ଥାନ ପାଇଁ ଲଢ଼େଇ -
Karan Adani ଙ୍କ ବଡ଼ ଘୋଷଣା; ଓଡ଼ିଶାରେ ₹33,000 କୋଟିର ମେଗା ନିବେଶ, ଅନେକ ନୂତନ ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ






Click it and Unblock the Notifications