ନାଟୋକୁ ଟ୍ରମ୍ପଙ୍କ ଚେତାବନୀ, ହର୍ମୁଜ ପ୍ରଣାଳୀର ସୁରକ୍ଷା ପାଇଁ ସାମରିକ ସହାୟତା ଦିଅ
ୟୁରୋପୀୟ ସହଯୋଗୀଙ୍କୁ ଟ୍ରମ୍ପଙ୍କ ଚରମ ଚେତାବନୀ । ହର୍ମୁଜ ପ୍ରଣାଳୀର ସୁରକ୍ଷା ପାଇଁ ସାମରିକ ସହାୟତା ଦେବାକୁ କହିଛନ୍ତି ଟ୍ରମ୍ପ। ସେମାନେ ନିଜ ଯୁଦ୍ଧ ଜାହାଜ ପଠାଇବାକୁ ଦାବି କରିଛନ୍ତି। କିଛି ଦିନ ମଧ୍ୟରେ ହର୍ମୁଜ ନିକଟରେ ନୌସେନା ନିୟୋଜିତ କରିବା ପାଇଁ ନିର୍ଦ୍ଦିଷ୍ଟ ପ୍ରତିଶ୍ରୁତି ମାଗିଛନ୍ତି ଟ୍ରମ୍ପ। ନାଟୋ ମୁଖ୍ୟ ମାର୍କ ରୁଟ୍ଟେଙ୍କ ସହ ଆଲୋଚନା ପରେ ହର୍ମୁଜ ସୁରକ୍ଷା ପାଇଁ ମାଗିଛନ୍ତି ସାମରିକ ସମର୍ଥନ। ସହଯୋଗୀ ଦେଶମାନେ ସହାୟତା ନଦେଲେ ନାଟୋର ଭବିଷ୍ୟତ ବହୁତ ଖରାପ ହେବ ବୋଲି ଚେତାବନୀ ଦେଇଛନ୍ତି।

ନାଟୋରୁ ଆମେରିକା ସୈନ୍ୟ ପ୍ରତ୍ୟାହାର କରିବ ବୋଲି ଧମକ ଦେଇଛନ୍ତି। କେବଳ ରାଜନୈତିକ ପ୍ରତିଶ୍ରୁତି ନୁହେଁ, ବରଂ ପ୍ରକୃତରେ ଯୁଦ୍ଧ ଜାହାଜ ଏବଂ ମାଇନ୍ ସ୍ୱିପର୍ ପଠାଇବାକୁ ହ୍ୱାଇଟ୍ ହାଉସ୍ ଜୋର ଦେଇଛି। ହର୍ମୁଜ ପ୍ରଣାଳୀ ବିଶ୍ୱର ପ୍ରାୟ ୨୦% ତୈଳ ଏବଂ ଗ୍ୟାସ୍ ପରିବହନ ହେଉଛି। ଅନ୍ୟପଟେ ଜର୍ମାନୀ ଏବଂ ଫ୍ରାନ୍ସ ଭଳି ଦେଶ ସାମରିକ ସହାୟତା ଦେବାକୁ ଦ୍ୱିଧା ପ୍ରକାଶ କରିଛନ୍ତି। ସେମାନଙ୍କ ଯୁକ୍ତି, ଆମେରିକା ଏବଂ ଇସ୍ରାଏଲ୍ କୌଣସି ପରାମର୍ଶ ନକରି ଇରାନ ସହ ଯୁଦ୍ଧ ଆରମ୍ଭ କରିଛନ୍ତି। ସେପଟେ ଷ୍ଟ୍ରେଟ୍ ଅଫ୍ ହର୍ମୁଜ ଦେଇ ପ୍ରତିଦିନ ୧୫ଟି ତୈଳ ଜାହାଜ ଛାଡ଼ିବ ବୋଲି କହିଛି ଇରାନ। ଯେଉଁ ଜାହାଜକୁ ଇରାନ ଅନୁମତି ଦେବ, କେବଳ ସେହି ଜାହଜା ଯାଇ ପାରିବ ବୋଲି କହିଛି ତେହେରାନ।
-
ମେଟ୍ରୋ ପ୍ରକଳ୍ପ ବନ୍ଦ ନିଷ୍ପତ୍ତିର ପୁନର୍ବିଚାର ହେବ କି ? ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା -
କାଳବୈଶାଖୀ ତାଣ୍ଡବରୁ ମିଳିବ ଆଶ୍ୱସ୍ତି, ୧୨ରୁ ପାରଦ ଉପରମୁହାଁ -
ଆଜିଠୁ ମା' ତାରିଣୀଙ୍କ ଚଇତି ପର୍ବ, ସୁନାବେଶରେ ଦର୍ଶନ ଦେଉଛନ୍ତି ମାଆ -
ଜୁନିଅର ରେଭେନ୍ୟୁ ଆସିଷ୍ଟାଣ୍ଟ୍ ପଦବୀରେ ହେବ ନିଯୁକ୍ତି, ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜସ୍ୱ ସଚିବ -
ଘୋଷିତ ବିଦ୍ୟୁତ କାଟ୍ ନେଇ ମୁଖ୍ୟମନ୍ତ୍ରୀଙ୍କ ଚରମବାଣୀ, ଲାଇନ୍ କାଟିଲେ ଯାଇପାରନ୍ତି ଜେଲ୍ -
ପାକିସ୍ତାନ ବିଶ୍ୱାସଯୋଗ୍ୟ ନୁହେଁ : ଯୁଦ୍ଧ ଭିତରେ ଇସ୍ରାଏଲ ଓ ଇରାନ ମୁହଁରେ ଭାରତର ପ୍ରଶଂସା ! -
ପେଟ୍ରୋଲ ପମ୍ପରେ ମିଳିବ ୫ କେଜି ଗ୍ୟାସ୍ ସିଲିଣ୍ଡର୍ -
Karan Adani ଙ୍କ ବଡ଼ ଘୋଷଣା; ଓଡ଼ିଶାରେ ₹33,000 କୋଟିର ମେଗା ନିବେଶ, ଅନେକ ନୂତନ ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ -
ଆଉ ସମ୍ଭାବନାର ରାଜ୍ୟ ନୁହେଁ , ଓଡିଶା ଏବେ ସମୃଦ୍ଧିର ସ୍ପର୍ଶ ଅନୁଭବ କରୁଛି- ମୁଖ୍ୟମନ୍ତ୍ରୀ -
ବୟନ ଓ ପୋଷାକ ଶିଳ୍ପ ହବ୍ରେ ପରିଣତ ହେବ ଓଡ଼ିଶା : ମୁଖ୍ୟମନ୍ତ୍ରୀ -
IPL 2026 : ଯଶସ୍ୱୀ-ବୈଭବ ଝଡ଼ରେ ଧରାଶାୟୀ ମୁମ୍ବାଇ, ୨୭ ରନ୍ରେ ହରାଇଲା ରାଜସ୍ଥାନ ରୟାଲ୍ସ -
Doon Book Festival: ଗଢ଼ୱାଳୀ ଓ କୁମାଉନୀ ଭାଷାକୁ ମିଳିଲା ନୂଆ ପରିଚୟ, 26ଟି ନୂତନ ପୁସ୍ତକ ମୋଚନ




Click it and Unblock the Notifications