Get Updates
Get notified of breaking news, exclusive insights, and must-see stories!

ବୟନ ଓ ପୋଷାକ ଶିଳ୍ପ ହବ୍‌ରେ ପରିଣତ ହେବ ଓଡ଼ିଶା : ମୁଖ୍ୟମନ୍ତ୍ରୀ

ବୟନ ଓ ପୋଷାକ ଶିଳ୍ପ ହବରେ ପରିଣତ ହେବ ଓଡ଼ିଶା । ବ୍ୟାପକ ଶିଳ୍ପାୟନ ଯୋଗୁଁ ଆଗାମୀ ଦିନରେ ଓଡ଼ିଶାରେ ନିଯୁକ୍ତି ପାଇଁ ଆଉ ମାଇଗ୍ରେସନ୍ ନ ହୋଇ, ରିଭର୍ସ ମାଇଗ୍ରେସନ ହେବ । କଟକ ଜିଲ୍ଲାର ରାମଦାସପୁର ଠାରେ ପେଜ୍ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ସ୍ଥାପିତ ଏକ ବୃହତ ଆପାରେଲ୍ ମ୍ୟାନୁଫାକ୍ଚରିଂ ୟୁନିଟ୍ର ଉଦ୍ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି । ପ୍ରାୟ ୭୫୦ କୋଟି ଟଙ୍କା ବିନିଯୋଗରେ ସ୍ଥାପିତ ଏହି ଉଦ୍ୟୋଗ ଦ୍ୱାରା ୫,୮୦୦ରୁ ଅଧିକ ଯୁବକ-ଯୁବତୀଙ୍କ ପାଇଁ ନୂତନ ନିଯୁକ୍ତି ସୃଷ୍ଟି ହୋଇଛି।

hief Minister

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟ ସରକାର ବୟନ ଓ ପୋଷାକ ଶିଳ୍ପ ଉପରେ ଫୋକସ୍ ରଖିଛନ୍ତି । ଏହି କ୍ଷେତ୍ରରେ କମ୍ ପୁଞ୍ଜି ବିନିଯୋଗରେ ଅଧିକ ନିଯୁକ୍ତି ଅବସର ମିଳିଥାଏ । ବିଶେଷକରି ମହିଳାମାନଙ୍କୁ ଅଧିକ ନିଯୁକ୍ତି ମିଳେ । ନିଯୁକ୍ତି ଓ ମହିଳା ସଶକ୍ତିକରଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓଡ଼ିଶାରେ ନୂଆ ନୂଆ ଆପାରେଲ୍ ଇଣ୍ଡଷ୍ଟ୍ରି ସ୍ଥାପନ କରୁଛନ୍ତି । ଖୋର୍ଦ୍ଧା, କଟକ, ଗଞ୍ଜାମ ଏବଂ ଅନ୍ୟାନ୍ୟ ଜିଲ୍ଲାରେ ବ୍ୟାପକ ସଂଖ୍ୟାରେ ଟେକ୍ସଟାଇଲ ଓ ଆପାରେଲ୍ ଉଦ୍ୟୋଗ ପ୍ରତିଷ୍ଠା କରାଯାଉଛି । ଶିଳ୍ପାୟନ ଦ୍ୱାରା କେବଳ ନିଯୁକ୍ତି ସୃଷ୍ଟି ନୁହେଁ, ବରଂ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଷ୍ଟାର୍ଟଅପ୍, ସ୍ଥାନୀୟ ସପ୍ଲାଇ ଚେନ୍ ଓ ଦକ୍ଷତା ବିକାଶରେ ମଧ୍ୟ ଏହାର ପ୍ରଭାବ ପଡିଥାଏ । ଏହା ଏକ ସୁଦୃଢ ଇଣ୍ଡଷ୍ଟ୍ରିଆଲ୍ ଇକୋସିଷ୍ଟମ ଗଠନ କରେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି ଓଡ଼ିଶା ପାଇଁ ଶିଳ୍ପ ଉନ୍ନତିରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ଆଜି ଖୋର୍ଦ୍ଧା ଜିଲ୍ଲାରେ ପ୍ରାୟ ୪୧ ହଜାର କୋଟି ଟଙ୍କାର ଅନେକ ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରାଯାଇଥିବା ବେଳେ, ଏହି ନୂଆ ଆପାରେଲ୍ ୟୁନିଟ୍ ରାଜ୍ୟରେ ଟେକ୍ସଟାଇଲ୍ ଓ ପୋଷାକ ଶିଳ୍ପକୁ ଆହୁରି ଗତିଶୀଳ କରିବ। ଓଡ଼ିଶାକୁ ପୂର୍ବ ଭାରତର "ସୁରାଟ" କିମ୍ବା "ତିରୁପୁର" ଭାବେ ଗଢି ତୋଳିବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ।

ମୁଖ୍ୟମନ୍ତ୍ରୀ ଏହି ଅବସରରେ ସାଲେପୁରର ଝିଅ ସ୍ୱର୍ଣ୍ଣପ୍ରଭା ରାଉତରାୟ ଓ ମୟୂରଭଞ୍ଜର ଝିଅ ଯମୁନା ଟୁଡୁ, ଯିଏକି ତାମିଲନାଡୁରୁ ଆସି ଓଡ଼ିଶା textile ଇଣ୍ଡଷ୍ଟ୍ରି ରେ କାର୍ଯ୍ୟକରୁଛନ୍ତି ସେମାନଙ୍କ ସହ ବାର୍ତ୍ତାଳାପ କରିଥିଲେ। ତାଙ୍କର ଅଭିଜ୍ଞତା ଓ ଦକ୍ଷ କାର୍ଯ୍ୟ ପ୍ରଣାଳୀ ବିଷୟରେ ଜାଣିବାକୁ ପାଇଥିଲେ ।

ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଥିଲେ ଯେ, ସରକାରଙ୍କ ଫୋକସ୍ ହେଉଛି କିପରି ଇଣ୍ଡଷ୍ଟ୍ରି ଜରିଆରେ ଅଧିକରୁ ଅଧିକ ନିଯୁକ୍ତି ସୃଷ୍ଟି କରାଯାଇପାରିବ । ଏହି ସବୁ ଶିଳ୍ପ ପ୍ରତିଷ୍ଠା ଦ୍ୱାରା ଅନେକ MSME ମଧ୍ୟ ଗଢ଼ି ଉଠିବ, ଯାହାଦ୍ୱାରା ଅନେକ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ପାଇବେ । ଏହି କାର୍ଯ୍ୟକ୍ରମରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଥିଲେ ଯେ, Textile ଇଣ୍ଡଷ୍ଟ୍ରି ଓଡ଼ିଶାର ଶିଳ୍ପ ବିକାଶରେ ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିଛି । ଆମର ଦକ୍ଷ ମାନବ ସମ୍ବଳ ପାଇଁ ରାଜ୍ୟରେ ପୁଞ୍ଜି ନିବେଶ ଅନେକ ସହାୟକ ହେବ । ଏହି କାର୍ଯ୍ୟକ୍ରମରେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରୀପାଠୀ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ୍ ସିନ୍ଧେ, ପେଜ୍ ଇଣ୍ଡଷ୍ଟ୍ରିଜ୍ର ମ୍ୟାନେଜିଙ୍ଗ୍ ଡାଇରେକ୍ଟର ଭି.ଏସ୍. ଗଣେଶ୍ ଓ Executive Director କେ ଶ୍ରୀନିବାସନ୍ ପ୍ରମୁଖ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ ଯେ, ଏହି ପେଜ୍-ଇଣ୍ଡଷ୍ଟ୍ରିଜ୍ର ଆଉ ଗୋଟିଏ ୟୁନିଟ୍ର ଭୂଇଁପୁର ଠାରେ ଶିଳାନ୍ୟାସ କରାଯାଇଛି । ୨୫୮ କୋଟି ଟଙ୍କା ବିନିଯୋଗରେ ଏହାର ଭୂଇଁପୁର ୟୁନିଟ୍ରେ ୩୫୦୦ ନିଯୁକ୍ତି ସୃଷ୍ଟି ହେବ । ଏହା ସହିତ ଆଜି ଭୂଇଁପୁର ଠାରେ ମଧ୍ୟ MAS India Clothing Pvt Ltd ର ଟେକ୍ସଟାଇଲ ପ୍ଲାଣ୍ଟର ଶିଳାନ୍ୟାସ କରାଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+