ୟସ୍ ଯିବା ପରେ : ବର୍ଷା ଛେଚୁଛି, ରାସ୍ତା ଉପରେ କାର୍ ଭାସୁଛି
ଭଦ୍ରକ ସହରର ସରକାର ନଗର ନିକଟରେ ଜମି ରହିଥିବା ପାଣିରେ କାର୍ ଭାସୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଅଞ୍ଚଳରେ ଗ୍ୟାରେଜରେ ଗାଡି ଗୁଡିକ ରହିଥିଲା । ଫଳରେ ପାଣି ପଶିଯିବାରୁ ଏହା ଭାସୁଥିବା ଦେଖିବାକୁ ମିଳିଥିଲା।
ଭୁବନେଶ୍ୱର : ବାତ୍ୟା ୟଶର ପ୍ରଭାବ ଭଦ୍ରକ ଜିଲ୍ଲାରେ ଅଧିକ ଦେଖା ଦେଇଛି । ବର୍ଷା ଓ ପବନର ବେଗରେ ଅଧିକାଂଶ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ତେବେ ଆଗକୁ ମଧ୍ୟ ବର୍ଷା ଜାରି ରହିବ ବୋଲି କହିଛି ପାଣିପାଗ ବିଭାଗ । ତେବେ ପବନର ବେଗ ଅପେକ୍ଷାକୃତ ଭାବରେ କମିବ ।

ବାତ୍ୟା ପ୍ରଭାବରେ ଭଦ୍ରକ ସହରର ତଳିଆ ଅଞ୍ଚଳରେ ପାଣି ପଶିଛି । ଭଦ୍ରକ ସହରର ସରକାର ନଗର ନିକଟରେ ଜମି ରହିଥିବା ପାଣିରେ କାର୍ ଭାସୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଅଞ୍ଚଳରେ ଗ୍ୟାରେଜରେ ଗାଡି ଗୁଡିକ ରହିଥିଲା । ଫଳରେ ପାଣି ପଶିଯିବାରୁ ଏହା ଭାସୁଥିବା ଦେଖିବାକୁ ମିଳିଥିଲା। ସେହିପରି ଏହି ତଳିଆ ଅଞ୍ଚଳରେ ରହିଥିବା ଘର ଗୁଡିକ ମଧ୍ୟ ପାଣି ଘେରରେ ରହିଛନ୍ତି ବୋଲି ମିଡିଆ ରିପୋର୍ଟରେ କୁହାଯାଇଛି । ଅପରପକ୍ଷରେ ଭଦ୍ରକ ଜିଲ୍ଲା ଧାମନଗରର ବିଭିନ୍ନ ବ୍ଲକରେ ଘର ଉପରେ ଗଛ ପଡି ରହିଛି । ବାତ୍ୟା ପରବର୍ତ୍ତି ସ୍ଥିତିର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ରହିଥିବା ବେଳେ ଏହି ସମସ୍ତ ଦିଗକୁ ଅଗ୍ରାଧିକାର ଦିଆଯାଇଛି । ରାସ୍ତା ଓ ଘର ଉପରୁ ଗଛଗୁଡିକୁ କାଟିବା ପାଇଁ ଅଗ୍ନିଶମବାହିନୀ ଓ ଓଡ୍ରାଫ୍ ଟିମ୍ ନିୟୋଜିତ୍ ହୋଇଛନ୍ତି ।












Click it and Unblock the Notifications