ଗତ 24 ଘଣ୍ଟାରେ ରାଜ୍ୟରେ 6647 ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ 1189

ରାଜ୍ୟରେ ଗତ 24 ଘଣ୍ଟାରେ ଚିହ୍ନଟ ହୋଇଥିବା ରୋଗୀଙ୍କ ସଂଖ୍ୟା ସମସ୍ତ ରେକର୍ଡକୁ ଟପିଛି । ଗତ 24 ଘଣ୍ଟାରେ ରାଜ୍ୟରେ ମୋଟ 6647 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସ୍ଥାନୀୟ ମାମଲା 2792 ଟି ହୋଇଥିବାବେଳେ 3855ଟି କ୍ଵାରେଣ୍ଟିନ ମାମଲା

ଭୁବନେଶ୍ୱର : ଭାଙ୍ଗୁନି କରୋନା ସଂକ୍ରମଣର ଚେନ୍ । ଦିନକୁ ଦିନ ବଢିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ଏହା ମଧ୍ୟରେ ରାଜ୍ୟରେ ଗତ 24 ଘଣ୍ଟାରେ ଚିହ୍ନଟ ହୋଇଥିବା ରୋଗୀଙ୍କ ସଂଖ୍ୟା ସମସ୍ତ ରେକର୍ଡକୁ ଟପିଛି । ଗତ 24 ଘଣ୍ଟାରେ ରାଜ୍ୟରେ ମୋଟ 6647 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସ୍ଥାନୀୟ ମାମଲା 2792 ଟି ହୋଇଥିବାବେଳେ 3855ଟି କ୍ଵାରେଣ୍ଟିନ ମାମଲା ବୋଲି ଜଣାପଡ଼ିଛି ।

corona-virus

ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁସାରେ, ଖୋର୍ଦ୍ଧାରୁ ସର୍ବାଧିକ 1189 ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ରୁ 788, ନୂଆପଡ଼ାରୁ 559ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ଅନୁଗୁଳରୁ 141, ବାଲେଶ୍ବରରୁ 53 ଜଣ, ବରଗଡ଼ରୁ 290, ଭଦ୍ରକରୁ 41ଜଣ, ବଲାଙ୍ଗୀରରୁ 234, ବୌଦ୍ଧରୁ 39 ଜଣ, କଟକରୁ 336 ଜଣ, ଦେଓଗଡ଼ ଓ ଢ଼େଙ୍କାନାଳରୁ ୩୪ଜଣ ଲେଖାଏଁ, ଗଜପତିରୁ 96ଜଣ, ଗଞ୍ଜାମରୁ 161 ଜଣ, ଜଗତସିଂହପୁରରୁ 65 ଜଣ, ଯାଜପୁରରୁ 133 ଜଣ, ଝାରସୁଗୁଡ଼ାରୁ 343 ଜଣ, କଳାହାଣ୍ଡିରୁ 361 ଜଣ, କନ୍ଧମାଳରୁ 26 ଜଣ, କେନ୍ଦ୍ରାପଡ଼ାରୁ 47ଜଣ, କେନ୍ଦୁଝରରୁ 183ଜଣ, କୋରାପୁଟରୁ 67 ଜଣ, ମାଲକାନଗିରିରୁ 17 ଜଣ, ମୟୂରଭଞ୍ଜରୁ 122ଜଣ, ନବରଙ୍ଗପୁରରୁ 224 ଜଣ, ନୟାଗଡ଼ରୁ 110ଜଣ, ପୁରୀରୁ 395ଜଣ, ରାୟଗଡ଼ାରୁ 116ଜଣ, ସମ୍ବଲପୁରରୁ 175ଜଣ, ସୋନପୁରରୁ 2ଜଣ, ସୁନ୍ଦରଗଡ଼ରୁ 788ଜଣ ଏବଂ ଷ୍ଟେଟ ପୁଲରୁ 266ଜଣ ସଂକ୍ରମିତ ରହିଛନ୍ତି ।

ଗତ 24 ଘଣ୍ଟାରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ପରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 4ଲକ୍ଷ 1 ହଜାର 341ରେ ପହଞ୍ଚିଛି । ଏହା ସହିତ ଏହି ସମୟରେ 2452 ଜଣ ରୋଗୀ ସୁସ୍ଥ ହେବା ପରେ ମୋଟ ସୁସ୍ଥଙ୍କ ସଂଖ୍ୟା 3 ଲକ୍ଷ 56 ହଜାର 3ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 43 ହଜାର 304ଟ ସକ୍ରିୟ ମାମଲା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+