ଘୁମୁସରର ପାଇକ ପୁଅ ଚକରା ବିଷୋୟୀ
ଆଦିବାସୀଙ୍କୁ ନିଜ ଅସ୍ତ୍ର ସଜାଇ ଓଡ଼ିଶାରେ ବ୍ରିଟିସ୍ ସରକାରଙ୍କ ବିରୋଧରେ ଦୁଇ ଦଶନ୍ଧି ଧରି ବିଦ୍ରୋହର ବହ୍ନି ଜଳାଇଥିବା ଓଡ଼ିଆ ବୀରପୁତ୍ର ହେଉଛନ୍ତି ଘୁମୁସରର ଚକରା ବିଷୋୟୀ । ଦେଶର ସ୍ବାଧୀନତା ପାଇଁ ତାଙ୍କ ବଳିଦାନ ଓ ସାହସିକ ସଂଗ୍ରାମ ଦେଶଭକ୍ତିର ଏକ ଅମର ଗାଥା
Freedom Fighter Chakra Bisoyi Story: ଆଦିବାସୀଙ୍କୁ ନିଜ ଅସ୍ତ୍ର ସଜାଇ ଓଡ଼ିଶାରେ ବ୍ରିଟିସ୍ ସରକାରଙ୍କ ବିରୋଧରେ ଦୁଇ ଦଶନ୍ଧି ଧରି ବିଦ୍ରୋହର ବହ୍ନି ଜଳାଇଥିବା ଓଡ଼ିଆ ବୀରପୁତ୍ର ହେଉଛନ୍ତି ଘୁମୁସରର ଚକରା ବିଷୋୟୀ । ଦେଶର ସ୍ବାଧୀନତା ପାଇଁ ତାଙ୍କ ବଳିଦାନ ଓ ସାହସିକ ସଂଗ୍ରାମ ଦେଶଭକ୍ତିର ଏକ ଅମର ଗାଥା ।

ଚକରା ବିଷୋୟୀ ଓଡ଼ିଶାର ଗଞ୍ଜାମଠାରେ ଥିବା ଘୁମୁସୁରରେ ୧୮୨୩ ମସିହାରେ ଜନ୍ମଗ୍ରହଣ କରିଥିଲେ । ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ, ବୀର ଯୋଦ୍ଧା ଓ ଫିରିଙ୍ଗି ବିରୋଧରେ ଦେଶପାଇଁ ଲଢ଼ି ଜୀବନ ଦେଇଥିବା ଜଣେ କନ୍ଧ ବରପୁତ୍ର । ୧୮୨୩ ମସିହା, ପୌଷ ମାସ ଶାମ୍ବ ଦଶମୀ ଦିନ ଘୁମୁସର ଗାଁର ରାମ ସିଂହଙ୍କର ପୁଅଟିଏ ଜନ୍ମ ହୋଇଥିଲା । ରାମ ସିଂହ ବିଷୋୟୀ ଗାଁ ଲୋକମାନଙ୍କୁ ଓ ଆଖ ପାଖ ଗାଁର ମୁଖିଆମାନଙ୍କୁ ଡାକି ଭୋଜିଭାତ କରି ଖାଇବାକୁ ଦେଇଥିଲେ । ସେଦିନ ପିଲାଟିର ନାଁ ଚକରା ଦିଆଯାଇଥିଲା ।
ଚକରାଙ୍କର ପିତାଙ୍କ ବିଷୟରେ ବିଭିନ୍ନ ଗବେଶକମାନେ ବିଭିନ୍ନ ମତ ଦେଇଛନ୍ତି । ଗବେଶକ ଅନନ୍ତ ପଦ୍ମନାଭ ପଟ୍ଟନାୟକ ଦୋହରା ବିଷୋୟୀଙ୍କୁ ଚକରାଙ୍କର ପିତା ବୋଲି କହିଥିଲା। ପିଲାଦିନ ସେ ପିଲାଟି ଦିନରୁ ସ୍ୱାଧୀନତା ସଂଗ୍ରାମ ପ୍ରତି ଆକୃଷ୍ଟ ହୋଇଥିଲେ । ଚକରାଙ୍କ ବାଲ୍ୟ ଜୀବନ ନିଘଞ୍ଚ ଅରଣ୍ୟ ଭିତରେ କେତେ ଆଦିବାସୀ ସମ୍ପ୍ରଦାୟର ପିଲାଙ୍କ ମଧ୍ୟରେ କଟିଥିଲା । ଦାଦା ଦୋରା ବିଷୋୟୀଙ୍କ ପାଖରୁ ସେ କୁସ୍ତି, ମଲ୍ଲଯୁଦ୍ଧ, ଗରିଲା ଯୁଦ୍ଧ କୌଶଳ ସମେତ ଖଣ୍ଡା, ତୀର ଓ ବନ୍ଧୁକ ଚାଳନା ଶିଖିଥିଲେ। ଇଂରେଜମାନେ କିପରି ଆମ ଦେଶ ଉପରେ ଅତ୍ୟାଚାର କରୁଛନ୍ତି ସେ ନେଇ ଦୋରା ବିଷୋୟୀ ତାଙ୍କୁ ସଚେତନ କରାଉଥିଲେ। ତେଣୁ ଚରକା ବଡ଼ ହୋଇ ଇଂରେଜଙ୍କୁ ଦେଶରୁ ତଡ଼ିବା ପାଇଁ ପ୍ରତିଜ୍ଞା କରିଥିଲେ । ତାଙ୍କ ପିତାଙ୍କୁ ବ୍ରିଟିସ୍ ସୈନିକମାନେ ହତ୍ୟା କରିବା ପରେ ସେ ମାତ୍ର ତେର ବର୍ଷ ବୟସରେ ବିଦ୍ରୋହୀ ସାଜିଥିଲେ ।
ଘୁମୁସର ରାଜା ଧନଞ୍ଜୟ ଭଞ୍ଜ ଇଂରେଜ ସରକାରଙ୍କୁ ଖଜଣା ନ ଦେବାରୁ ଇଂରେଜ ପ୍ରଶାସକ ସାର୍ ହେନରି ଟେଲର ଘୁମୁସର ଦଖଲ କରିନେଇଥିଲେ। ହେଲେ ସେନାପତି ଦୋରା ବିଷୋୟୀ ଇଂରେଜଙ୍କୁ ରାଜ୍ୟ ହସ୍ତାନ୍ତର କରିବାକୁ ପ୍ରସ୍ତୁତ ନ ଥିଲେ। ତେଣୁ ସେ କନ୍ଧମାନଙ୍କୁ ଏକାଠି କରି ଇଂରେଜଙ୍କ ବିରୋଧରେ ବିଦ୍ରୋହ ଆରମ୍ଭ କରିଥିଲେ। କନ୍ଧ ମେଳି ଓ ଇଂରେଜ ଫୌଜ ମଧ୍ୟରେ ଏକାଧିକ ଯୁଦ୍ଧ ସଂଗଠିତ ହୋଇଥିଲା। ତେବେ ବିଶାଳ ବ୍ରିଟିସ୍ ସୈନ୍ୟ ସମ୍ମୁଖରେ ବିଜୟର ସମ୍ଭାବନା ନ ଥିବାରୁ ସେ ପୁତୁରା ଚରକାଙ୍କୁ ନେଇ ଅନୁଗୁଳ ଚାଲିଯାଇଥିଲେ। ଚକ୍ରାନ୍ତକ୍ରମେ ଇଂରେଜମାନେ ଦୋରା ବିଷୋୟୀଙ୍କୁ ଗିରଫ କରି ଦେଶାନ୍ତର ଦଣ୍ଡ ଦେଇ ରାଜ୍ୟ ବାହାରକୁ ପଠାଇ ଦେଇଥିଲେ। ଏହା ଚକରାଙ୍କୁ ଅଧିକ ପ୍ରତିଶୋଧପରାୟଣ କରିଦେଇଥିଲେ। ଇଂରେଜଙ୍କ ଉଗ୍ର ଦମନଲୀଳାରେ ଅତିଷ୍ଠ କନ୍ଧମାନେ ଚକରାଙ୍କୁ ସେମାନଙ୍କ ନେତା ଭାବେ ଗ୍ରହଣ କରିଥିଲେ । ଜନ୍ମମାଟିରୁ ଇଂରେଜଙ୍କୁ ବିତାଡ଼ିତ କରିବା ଲାଗି ସେ ସ୍ଥାନୀୟ ଯୁବକଙ୍କୁ ନେଇ ଏକ ବିଦ୍ରୋହୀ ଗୋଷ୍ଠୀ ତିଆରି କରିଥିଲେ ।
ଚକରା ବିଷୋୟୀ ବ୍ରିଟିଶ ସରକାରଙ୍କ ବିରୋଧରେ ୧୮୪୨ରୁ ୧୮୫୬ ପର୍ଯ୍ୟନ୍ତ ଦୀର୍ଘ ଦଶବର୍ଷ ଧରି ସଂଗ୍ରାମ କରିଥିଲେ ।ତାଙ୍କର ଏହି ସଂଗ୍ରାମ ସମଗ୍ର ଭାରତ ବର୍ଷରେ ବିପ୍ଳବର ବହ୍ନି ଜଳାଇଥିଲା । ଫଳରେ ୧୮୫୭ର ସିପାହୀ ବିଦ୍ରୋହର ସୂତ୍ରପାତ ହେଲା । ଚକରାଙ୍କର ଗରିଲା ଯୁଦ୍ଧରେ ବ୍ରିଟିଶସେନା ସମ୍ମୁଖୀନ ହୋଇନପାରି ତାଙ୍କୁ ସନ୍ଧି କରିବାକୁ ଅନେକ ପ୍ରଲୋଭନ ଦେଖାଇଥିଲା, ମାତ୍ର ସେତେବେଳେ ଚକରା ପ୍ରତ୍ୟୁତ୍ତର ରଖିଥିଲେ, "ମୁଁ ଆଉ କିଛି ଚାହେଁନା, ମୁଁ ଚାହେଁ ମୋର ଜନ୍ମମାଟିର ମୁକ୍ତି ।"
ଚକରାଙ୍କୁ ଧରିବା ପାଇଁ ୧୯୪୮ ମସିହାରେ ଭାରତର ତତ୍କାଳୀନ ବଡ଼ଲାଟ୍ ଡ଼େଲହାଉସୀ ମାନ୍ଦ୍ରାଜ ପ୍ରେସିଡ଼େନ୍ସିକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ । ଏହାର ପ୍ରତ୍ୟୁତ୍ତରରେ ଇଷ୍ଟଇଣ୍ଡିଆ କମ୍ପାନୀର ବୋର୍ଡ଼ ଅଫ୍ କଣ୍ଟ୍ରୋଲର ପ୍ରେସିଡ଼େଣ୍ଟଙ୍କ ନିକଟକୁ ଏକ ପତ୍ରରେ ଲେଖିଥିଲେ, "ଚକରା ବିଷୋୟୀ ହେଉଛନ୍ତି ଜଣେ ଦୁଃସାହସୀ ବିଦ୍ରୋହୀ । ତାଙ୍କୁ ଧରିବା ପାଇଁ ପର୍ବତ କନ୍ଦରରୁ ଉପତ୍ୟକା ପର୍ଯ୍ୟନ୍ତ ଖୋଜା ଚାଲିଛି । ହେଲେ ତାଙ୍କର ସନ୍ଧାନ ପାଇବା କଷ୍ଟକର ହୋଇପଡ଼ିଛି । ତଥାପି ତାଙ୍କୁ ଓ ତାଙ୍କର ଅନୁଗାମୀମାନଙ୍କୁ ଦିନେ ନା ଦିନେ ଧରାଯିବ ।"
୧୮୫୬ ମସିହାରେ ଚକରା ଅଚାନକ ଅଦୃଶ୍ୟ ହୋଇଯାଇଥିଲେ। ଏହା ପରେ ତାଙ୍କ ଜୀବନ ସମ୍ପର୍କରେ କେହି ଠିକ୍ ଭାବେ ଜାଣି ନାହାନ୍ତି। କେତେକଙ୍କ ମତରେ ସେ ତେଲ ନଦୀ କୂଳରେ ଶେଷ ଜୀବନ ଅତିବାହିତ କରିଥିଲେ। ତେବେ ତାଙ୍କର ଦେହାନ୍ତ କେବେ ହୋଇଥିଲା ତାହା ଏ ପର୍ଯ୍ୟନ୍ତ ଅଜଣା ହୋଇ ରହିଛି।
-
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
ଉପଭୋକ୍ତାମାନଙ୍କ ପାଇଁ ହେଲ୍ପଲାଇନ୍ ନମ୍ୱର ଜାରି କଲେ ଗ୍ୟାସ୍ କମ୍ପାନୀ -
ପୁଣି ଖସିଲା ସୁନା-ରୂପା ରେଟ୍ -
ନିର୍ବାଚନକୁ ନେଇ ମୁହଁ ଖୋଲିଲେ ନବୀନ: କହିଲେ ଭାଜପା..... -
ଇରାନ ଉପରେ ଟ୍ରମ୍ପଙ୍କ ବଡ଼ ଦାବି, କହିଦେଲେ କିଛି ଏମିତି....... -
'ଭାରତର DNAରେ ବିଜୟ ରହିଛି, ପାକିସ୍ତାନ ଉପରେ ରାଗି ଗଲେ ପୂର୍ବତନ ଖେଳାଳି -
ନେପାଳ ଯାଇଥିଲେ ବୁଲିବା ପାଇଁ ଭୟଙ୍କର ଦୁର୍ଘଟଣା ଗଲା ୭ ଭାରତୀୟଙ୍କ ଜୀବନ -
୨ ବିଜେଡି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍, ରାତି ୯ଟା ଭିତରେ ନବୀନ ନିବାସକୁ ରିପୋର୍ଟ ନିର୍ଦ୍ଦେଶ -
୧ ଏପ୍ରିଲରୁ ଆୟକର ନିୟମରେ ହେବ ବଡ଼ ପରିବର୍ତ୍ତନ, ଆୟକର ବିଭାଗ ଆପଣଙ୍କର ସୋସିଆଲ ମିଡିଆ..... -
ଜାତୀୟ ରାଜପଥରେ ଯାତ୍ରା କରିବା ହେଲେ ମହଙ୍ଗା, ବାର୍ଷିକ FASTag ଟୋଲ୍ ପାସ୍ ଫି ହୋଲା ବୃଦ୍ଧି କଲେ ସରକାର -
ରାଜ୍ୟସଭା ନିର୍ବାଚନ ପାଇଁ ଏଜେଣ୍ଟ ଘୋଷଣା କଲେ ୩ ଦଳ , ଜାଣନ୍ତୁ କାହାର କିଏ ? -
ହର୍ମୁଜ ପ୍ରଣାଳୀ ଅତିକ୍ରମ କଲା ୨ ଏଲପିଜି ଗଚ୍ଛିତ ଭାରତୀୟ ଜାହାଜ












Click it and Unblock the Notifications